ପେଟ କମାଇବା ପାଇଁ ଡାଏଟ୍‌ ! ଦିନରେ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ ? Dietician Niharika Dash

ବର୍ତ୍ତମାନର ଖରାପ ଆଧୁନିକ ଜୀବନଶୈଳୀ କାରଣରୁ ପେଟରେ ଚର୍ବି ବୃଦ୍ଧି ହେବା ସାଧାରଣ ଘଟଣା ହୋଇସାରିଲାଣି । ପେଟ ତଥା ଶରୀରରେ ଚର୍ବି ବୃଦ୍ଧି ହେବା ଯୋଗୁ ଶରୀରରେ ବିଭିନ୍ନ ପ୍ରକାର ସମସ୍ଯାମାନ ହେବାର ସମ୍ଭାବନା ରହିଥାଏ । ତେଣୁ ପେଟର ଚର୍ବି କମାଇବା ନେଇ ଡାଏଟିସିଆନ ନିହାରିକା ଦାସ କଣ କହୁଛନ୍ତି ତାଙ୍କ ମୁହଁରୁ ଜାଣନ୍ତୁ । ଆମ ଶରୀରକୁ ଯେତିକି ମାତ୍ରାରେ ଖାଦ୍ୟ ଖାଇବା ଦରକାର ତା’ ଠାରୁ ଯଦି ଆମେ ଅଧିକ ପରିମାଣର ଖାଦ୍ୟ ଖାଇଥାଉ । ତେବେ ସେହି ଅଦରକାରୀ ଖାଦ୍ୟର ଅବଶିଷ୍ଠାଂଶ ଆମ ପେଟରେ ଚର୍ବି ଆକାରରେ ଜମା ହେବାକୁ ଲାଗିଥାଏ ।

ଏହା ଛଡା ଯେଉଁ ମାନେ ବହୁତ ସମୟ ପର୍ଯ୍ୟନ୍ତ ଗୋଟେ ଜାଗାରେ ବସିକି କିଛି କାମ କରିଥାନ୍ତି । ଯେଉଁ ମାନେ ସଙ୍ଗେ ସଙ୍ଗେ କିଛି ହେଭି ଖାଦ୍ୟ ଖାଇ ଦେଇ ଶୋଇପଡନ୍ତି । ସେମାନଙ୍କ କ୍ଷେତ୍ରରେ ପେଟର ଚର୍ବି ଅଧିକ ବଢି ଯାଇଥାଏ । ତେଣୁ କୌଣସି ପ୍ରକାର ହେଭି ଖାଇବା ଖାଇ ଦେଇ ସଙ୍ଗେ ସଙ୍ଗେ ଶୋଇପଡନ୍ତୁ ନାହିଁ କି ବସିକି କାମ କରନ୍ତୁ ନାହିଁ। ଖାଇ ସାରିବା ପରେ କମ୍ ସମୟ ପାଇଁ ଟିକେ ଚଲାବୁଲା କରନ୍ତୁ । ତାପରେ ନିଜର କାମ କରନ୍ତୁ ।

ଯେଉଁ ମାନଙ୍କର ବହୁତ ସମୟ ବସିକି କାମ କରିବା ଦ୍ଵାରା ପେଟ ବଢି ଯାଉଛି । ସେମାନେ ଯେତେ ସମ୍ଭବ ପୌଷ୍ଟିକ ଯୁକ୍ତ ହାଲୁକା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ପେଟରେ ଚର୍ବି ଜମା ହୋଇଥିଲେ । ସକାଳୁ ଉଠି ଖାଲି ପେଟରେ 1 ଗ୍ଳାସ ସାମାନ୍ୟ ଉଷୁମ ପାଣିରେ 1 ଚାମଚ ମେଥି ପାଉଡର ମିଶାଇ ପିଇପାରିବେ । ସକାଳୁ ଏକ୍ସରସାଇଜ 15 ରୁ 30 ମିନିଟ ପର୍ଯ୍ୟନ୍ତ ନିହାତି ଭାବେ କରିବାକୁ ଚେଷ୍ଟା କରନ୍ତୁ ।

ଖାଲି ପେଟରେ ଏକ୍ସରସାଇଜ ନକରି ଗୋଟେ କଦଳୀ, ବ୍ରାଉନ ବ୍ରେଡ ଏଭଳି କିଛି ଲାଇଟ୍ ଖାଇବା ଖାଇ ଏକ୍ସରସାଇଜ କରନ୍ତୁ । ତାପରେ ବ୍ରେକଫାଷ୍ଟରେ ମାଣ୍ଡିଆ, ଛାତୁ, ଓଟ୍ସ, କିମ୍ବା ସ୍ପ୍ରାଉଡ ସାଲାଡ ଭଳି ପ୍ରୋଟିନ ଓ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ ଖାଦ୍ୟ ସକାଳ ବ୍ରେକଫାଷ୍ଟରେ ଖାଆନ୍ତୁ । ତା’ ସହ ଘରେ ପ୍ରସ୍ତୁତ କରି କୌଣସି ଫଳ ଜୁଷ ବି ପିଇପାରିବେ । ବ୍ରେକଫାଷ୍ଟ ଓ ଲଞ୍ଚର ମଝି ସମୟରେ ଗୋଟେ ସେଓ, କମଳା, କାକୁଡି, ଦହି ସର୍ବତ, ପଇଡ ପାଣି, ବାଦାମ ଏହି ସବୁ ଖାଦ୍ୟରୁ ବି କିଛି କିଛି ଖାଇପାରିବେ ।

ଲଞ୍ଚରେ ରୁଟି ଓ ଭାତ ଏକା ସାଥିରେ ମିଶାଇ ନଖାଇ ଭାତ କି ରୁଟି ଯାହା ବି ଖାଇବାକୁ ଚାହୁଁଥିବେ । ତାହା ମଧ୍ୟରୁ ଗୋଟେ ହିଁ ଖାଆନ୍ତୁ । ଭାତ ସହ ଡାଲି, ଦହି ସାଲାଡ, ବିଭିନ୍ନ ପ୍ରକାର ପରିବାରୁ ପ୍ରସ୍ତୁତ ଭଜା ତରକାରୀ ଲଞ୍ଚରେ ଖାଇପାରିବେ । ସନ୍ଧ୍ଯାରେ ଖାଲି ପେଟରେ ନ ରହି ଗୋଟେ କପ ଗ୍ରୀନ ଟି, ଅଣ୍ଡା, ବା କୌଣସି ପ୍ରକାର ଫଳରୁ ଗୋଟେ ଫଳ ଏଥିମଧ୍ୟରୁ କିଛି ବି ଆଣି ଖାଇପାରିବେ ।

ରାତିରେ ଅଧିକ ଭାରୀ ଖାଇବା ନଖାଇ ରୁଟି ତା’ ସହ ଡାଲମା, ସଂତୁଳା, ଭଜା ତରକାରୀ ଏଥିମଧ୍ୟରୁ କିଛି ବି ଲଗାଇ ରୁଟି ଖାଇପାରିବେ । ହେଲେ ଖାଇକି ସଙ୍ଗେ ସଙ୍ଗେ ଶୋଇବାକୁ ନଯାଇ ଖାଇବାର ଅଧ ଘଣ୍ଟା କିମ୍ବା ଘଣ୍ଟାଏ ପରେ ଶୁଅନ୍ତୁ । ଏହିଭଳି ପୋଷ୍ଟ ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *