ମହିଳା ମାନେ ଭୁଲରେ ପିନ୍ଧନ୍ତୁ ନାହିଁ… ଏହି 5 ଟି ଜିନିଷ, ସ୍ଵାମୀ ହୋଇଯିବେ ବର୍ବାଦ !

ମହିଳା ମାନେ ଏହି 5 ଟି ଜିନିଷ ଜମାରୁ ପିନ୍ଧନ୍ତୁ ନାହିଁ ! ବନ୍ଧୁଗଣ ବିବାହ ହେଉଛି ଏକ ପବିତ୍ର ସମ୍ପର୍କ । ସ୍ଵାମୀ ଓ ସ୍ତ୍ରୀଙ୍କର ଏହି ଯୋଡି ସ୍ଵର୍ଗରୁ ନିର୍ମିତ ହୋଇ ଆସିଥାଏ । ତେଣୁ ସ୍ଵାମୀ ମାନଙ୍କର କାର୍ଯ୍ୟ ତାଙ୍କ ସ୍ତ୍ରୀ ଉପରେ ଓ ସ୍ତ୍ରୀ ମାନଙ୍କର କାର୍ଯ୍ୟର ଶୁଭ ଓ ଅଶୁଭ ପ୍ରଭାବ ତାଙ୍କ ସ୍ଵାମୀ ଉପରେ ପଡିଥାଏ । ତେବେ ଆମେ ଏଠାରେ ଆପଣଙ୍କୁ କହିବାକୁ ଯାଉଛୁ । ସ୍ତ୍ରୀ ମାନେ ଏଭଳି କେଉଁ 5 ଟି ଜିନିଷ ପିନ୍ଧିବା ଦ୍ଵାରା ତାଙ୍କ ସ୍ଵାମୀଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଥାଏ ।

1- ମହିଳା ମାନେ ନିଜର ସୁସଜ୍ଜିତ କରି ରଖିବା ପାଇଁ ଅନେକ ସବୁ ଅଳଙ୍କାରମାନ ପିନ୍ଧିଥାନ୍ତି । ତେବେ ସେଥିମଧ୍ୟରୁ କୌଣସି ମହିଳା ମଧ୍ୟ ନିଜ ପାଦରେ ସୁନାର ପାଉଁଜି କିମ୍ବା ସୁନାର ଝୁଣ୍ଟିଆ ପିନ୍ଧିବା ଉଚିତ ନୁହେଁ । ଏହା ଦ୍ଵାରା ବହୁତ ଅଶୁଭ ହୋଇଥାଏ । ସ୍ଵାମୀ ତଥା ଘର ପରିବାରର ଏଥିଦ୍ଵାରା କ୍ଷତି ହୋଇଥାଏ ।

2- ଧଳା ରଙ୍ଗର ଅନେକ ଡିଜାଇନର ଶାଢୀ ମାର୍କେଟରେ ଉପଲବ୍ଧ ହୋଇଥାଏ । ହେଲେ ବିବାହିତା ମହିଳା ଭୁଲରେ ବି ସଂପୂର୍ଣ୍ଣ ଧଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ମହିଳା ନିଜ ସ୍ଵାମୀର ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ ହୋଇଥାଏ । ତେଣୁ ଏଭଳି ଭୁଲ କାର୍ଯ୍ୟ ମହିଳାଙ୍କୁ କରିବା ଉଚିତ ନୁହେଁ ।

3- ବିବାହିତା ମହିଳା ମାନଙ୍କ ପାଇଁ ମଙ୍ଗଳସୂତ୍ର ହେଉଛି ବିବାହ ପରି ପବିତ୍ର ବନ୍ଧନର ମୂଳସୂତ୍ର । ହେଲେ ଆଜିକାଲିର ଅନେକ ଆଧୁନିକ ମହିଳା ବେକରେ ପିନ୍ଧିବା ପାଇଁ ଥିବା ମଙ୍ଗଳସୂତ୍ରକୁ ବେକରେ ନପିନ୍ଧି ହାତରେ ପିନ୍ଧିଥାନ୍ତି । ଯାହାକି ସେମାନଙ୍କୁ କରିବା ଆଦ୍ଵ ଉଚିତ ନୁହେଁ । ଏଭଳି କରିବା ଦ୍ଵାରା ସ୍ଵାମୀର ବହୁତ ଅମଙ୍ଗଳ ଘଟିଥାଏ । ଜୀବନ ଓ ଜୀବିକା ଉଭୟରେ ବାଘାତ ଆସିଥାଏ ।

4-  ବିବାହିତା ମହିଳାଙ୍କ ପାଇଁ ସିନ୍ଦୁର ହେଉଛି ତାଙ୍କ ସଧବା ହେବାର ମୁଖ୍ୟ ପରିଚୟ । ହେଲେ କିଛି ମହିଳା ବର୍ତ୍ତମାନର ଆଧୁନିକତାକୁ ଅଧିକ ପ୍ରାଧାନ୍ୟ ଦେଇ ସିନ୍ଦୁରକୁ ଲୁଚାଇ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଏହା ଛଡା କିଛି ମହିଳା ତ ନିଜ ଶାଢୀ ରଙ୍ଗକୁ ମ୍ୟାଚିଙ୍ଗ କରିବାକୁ ଯାଇ ରଙ୍ଗ ବେରଙ୍ଗର ସିନ୍ଦୁର ମଧ୍ୟ ମଥାରେ ଧାରଣ କରିଦେଉଛନ୍ତି । ଯାହାକି ତାଙ୍କୁ କରିବା ଅନୁଚିତ । ଏହା କରିବା ଦ୍ଵାରା ସ୍ଵାମୀର ଆୟୁଷ ଧୀରେ ଧୀରେ କ୍ଷଣ ହୋଇଯାଇଥାଏ । ତେଣୁ ମହିଳା ମାନଙ୍କୁ ସର୍ବଦା ନାଲି ସିନ୍ଦୁର ଭଲ ଭାବେ ନିଜ ମଥାରେ ଲଗେଇବା ଉଚିତ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *