Health Tips- ଯିଏ ଚାଲିପାରୁନି ସେ ଦୌଡିବାକୁ ଲାଗିବ, ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ଓ ହାତଗୋଡ ବିନ୍ଧା ଏକଦମ ଗାୟବ

ନମସ୍କାର ବନ୍ଧୁଗଣ, ଆଣ୍ଠୁ ଗଣ୍ଠି ବିନ୍ଧା ଅଣ୍ଟା ବିନ୍ଧା ଇତ୍ୟାଦି ସମସ୍ୟା ସମସ୍ତଙ୍କ ଠାରୁ ଶୁଣିଥିବେ ଏବଂ ଯଦି ଆପଣଙ୍କୁ ହେଉଥାଏ ତେବେ ଏହାର କଷ୍ଟ କିଭଳି ହୋଇଥାଏ ଏହା ମଧ୍ୟ ଆପଣ ନିହାତି ଜାଣିଥିବେ । ଏଥିରୁ ମୁକ୍ତି ପାଇବା ପାଇଁ ବା ଆରାମ ପାଇବା ଆପଣ ଅନେକ ଉପଚାର ବ୍ୟବହାର କରି ଥକି ଜୀବେଣୀ ନିଶ୍ଚୟ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଥିବା ଏକ ପ୍ରାକୃତିକ ଏବଂ ଘରୋଇ ଉପଚାରରେ ପ୍ରସ୍ତୁତ ହେଉଥିବା ତେଲ ଲଗାନ୍ତୁ ଆଉ ସମ୍ପୂର୍ଣ ଆରାମ ପାଆନ୍ତୁ ।

ଯଦି ଆପଣ ଦୁଇଟି ତେଜପତ୍ରକୁ ପାଣିରେ ଫୁଟାଇ ପିଅନ୍ତି ତେବେ ଆପଣଙ୍କ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଭଲ ହୋଇଯାଏ ସଙ୍ଗେ ସଙ୍ଗେ । ତେଜପତ୍ରକୁ ଖାଦ୍ୟରେ ପକାଇ ସେବନ କରିବା ଦ୍ଵାରା ଶରୀରରେ ହଜମ ଭଲ ଭାବରେ ହୋଇଥାଏ । ଗ୍ୟାସ ଭଳି ସମସ୍ୟା ମଧ୍ୟ ଦୂର କରିଥାଏ ଏହି ତେଜପତ୍ର । ଯଦି ଆପଣଙ୍କ ମାଂସ ପେଶୀ ଟାଣି ଧରୁଥାଏ ତେବେ ତାହା ମଧ୍ୟ ଏହି ତେଜପତ୍ର ଠିକ କରିଦେଇଥାଏ ।

ଡାଇବେଟିସ ରୋଗୀ ତେଜପତ୍ରର ସେବନ ନିହାତି କରିବା ଆବଶ୍ୟକ । ଖାଦ୍ୟରେ ତେଜପତ୍ରର ପ୍ରୟୋଗ କରିବା ସହ ଏହାର ତେଲ ପ୍ରସ୍ତୁତ କରି ଲଗାଇବା ବହୁତ ଅଧିକ ଫାଇଦା ଦେଇଥାଏ । ଏହି ତେଲ ପ୍ରସ୍ତୁତ କରିବା ପାଇଁ ଆପଣ ସୋରିଷ ତେଲ କିମ୍ବା ରାଶି ତେଲ ମଧ୍ୟ ନେଇପାରିବେ । ପାଞ୍ଚରୁ ଛଅଟି ତେଜପତ୍ରକୁ ଆପଣ ହାତରେ ଛିଡାଇ ରଖନ୍ତୁ ।

ତେଲକୁ ପ୍ରସ୍ତୁତ କରିବା ପାଇଁ ଆପଣ କାଚର କିମ୍ବା ପ୍ଲାଷ୍ଟିକର ଏକ ଡବା ନିଅନ୍ତୁ । ସେହି ଡବାରେ ଆପଣ ଛିଡାଇ ରଖିଥିବା ତେଜପତ୍ର ପକାନ୍ତୁ । ଏବେ ଆପଣ ତେଜପତ୍ର ପକାଇ ଥିବା ସେହି ଡବାରେ ସୋରିଷ ତେଲ କିମ୍ବା ରାଶି ତେଲ ଢାଳନ୍ତୁ । ଏହାପରେ ଆପଣ ଏହି ତେଲକୁ ଅତି କମରେ ଚାରି ରୁ ପାଞ୍ଚ ଦିନ ଖରାରେ ନିହାତି ରଖନ୍ତୁ ।

ତେଜପତ୍ରକୁ ଛାଣିବା ଆବଶ୍ୟକ ନାହି । ସେହିଭଳି ଆପଣ ତେଲରେ ତେପତ୍ର ଖଣ୍ଡକୁ ରହିବାକୁ ଦିଅନ୍ତୁ । ଏହାଦ୍ୱାରା ତେଜପତ୍ରରେ ଥିବା ପୋଷାକ ତତ୍ଵ ତେଲ ମଧ୍ୟକୁ ଆସିଥାଏ । ତେଲ ଟି ଖରାରେ ରଖିସାରିବା ପ୍ରସ୍ତୁତ ହୋଇଯିବ । ଏହାପରେ ଆପଣ ଏହି ତେଜପତ୍ରର ତେଲକୁ ଆପଣଙ୍କ ଆଣ୍ଠୁ ଗଣ୍ଠି ଏବଂ ଅଣ୍ଟାରେ ଲଗାଇବା ଦ୍ଵାରା ଆପଣଙ୍କ ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ ।

ଏହା ବ୍ୟତୀତ ଯଦି ଛୋଟ ପିଲାଙ୍କୁ ଥଣ୍ଡା। ଜର କିମ୍ବା କାଶ ହେଉଥାଏ ତେବେ ଆପଣ ଏହି ତେଲକୁ ତାଙ୍କ ଛାତିରେ ମାଲିସ କରି ଦିଅନ୍ତୁ । ଆପଣ ଏହି ତେଲର ପ୍ରୟୋଗ ଯେବେ ବି ଆପଣଙ୍କ ଶରୀରରେ କରିବେ ତେବେ ଚେଷ୍ଟା କରିବେ ଏହାକୁ ସକାଳର ସୂର୍ଯ୍ୟ କିରଣରେ ବସି ମାଲିସ କରିବା ପାଇଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *