ସିରିଏଲ “ୟେ ରିସ୍ତା କ୍ଯା କେହଲାତା ହୈ” ରେ କାମ କରି ଫେମସ ହୋଇଥିବା ଅଭିନେତ୍ରୀ Parul Chauhan ଙ୍କ ଏହା ହେଉଛି ରିଅଲ ଲାଇଫ ଫ୍ଯାମିଲି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୨୦୦୯ ମସିହାରେ ଟିଭି ରେ ପ୍ରସାରିତ ହେଉଥିବା ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ଷ୍ଟାର ପ୍ଲସ ର ସବୁଠାରୁ ଲୋକପ୍ରିୟ ଧାରାବାହିକ ଥିଲା। ଏହି ଟିଭି ସିରିଆଲ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ ଏବଂ ଏହି ସିରିଆଲ ର ସମସ୍ତ କଳାକାର ମାନେ ମଧ୍ୟ ନିଜର ଅଭିନୟ ପ୍ରଦର୍ଶନ ଦ୍ଵାରା ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପ୍ରଭାବିତ କରିଥିଲେ। ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ‘ପାରୁଲ ଚୌହାନ’। ଏହି ଅଭିନେତ୍ରୀ ଜଣକ ସିରିଆଲ ରେ ‘ସ୍ବର୍ନା’ ନାମକ ଚରିତ୍ର ରେ ଅଭିନୟ କରିଥିଲେ ଏବଂ ଦର୍ଶକ ମାନଙ୍କ ପ୍ରଶଂସା ର ପାତ୍ର ହୋଇଥିଲେ।

ଏହି ସିରିଆଲ ଜରିଆରେ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ପାରୁଲ ଚୌହାନ ଙ୍କ ସମ୍ବନ୍ଧରେ ତ ନିଶ୍ଚିତ ଭାବରେ ଜାଣିଥିବେ। କିନ୍ତୁ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ପାରୁଲ ଚୌହାନ ଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ସିରିଆଲ ୟେ ‘ରିସ୍ତା କ୍ୟା କେହ୍ଲାତା ହେ’ ରେ ସ୍ୱର୍ନା ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ପାରୁଲ ଚୌହାନ ଏକ ହିନ୍ଦୁ ପରିବାର ର ସଦସ୍ୟ ଅଟନ୍ତି। ଏହି ଅଭିନେତ୍ରୀ ଙ୍କ ପରିବାର ରେ ତାଙ୍କୁ ମିଶାଇ ସମୁଦାୟ ୪ଜଣ ସଦସ୍ୟ ଅଛନ୍ତି। ସେ ସ୍ୱୟଂ ନିଜେ, ତାଙ୍କର ମାତା ପିତା ଏବଂ ତାଙ୍କ ସ୍ୱାମୀ। ତେବେ ପ୍ରଥମେ ଆସନ୍ତୁ ଜାଣିବା ଅଭିନେତ୍ରୀ ପାରୁଲ ଚୌହାନ ଙ୍କ ମାତାପିତା ଙ୍କ ସମ୍ବନ୍ଧରେ।

ଅଭିନେତ୍ରୀ ପାରୁଲ ଚୌହାନ ଙ୍କ ପିତା ପ୍ରଫେସନ ରେ ଜଣେ ବିଜନେସ ମ୍ୟାନ ଅଟନ୍ତି। ସେ ନିଜ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ପାରୁଲ ଙ୍କ ପିତା ସର୍ବଦା ଲାଇମ ଲାଇଟ ରୁ ଦୂରରେ ରୁହନ୍ତି ଏବଂ ତାଙ୍କର କୌଣସି ଫଟୋ ଇଣ୍ଟରନେଟ ରେ ମଧ୍ୟ ଦେଖିବାକୁ ମିଳିନାହିଁ। କିନ୍ତୁ ଶୁଣିବାକୁ ମିଳେ ଯେ, ପାରୁଲ ନିଜ ପିତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କୁ ନିଜର ଆଇଡଲ ବୋଲି ମାନନ୍ତି। ପାରୁଲ ଙ୍କ ପିତା ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ସମସ୍ତ ଆବଶ୍ୟକତା କୁ ପୂରଣ କରନ୍ତି।

ଅଭିନେତ୍ରୀ ପାରୁଲ ଚୌହାନ ଙ୍କ ମାତା ଜଣେ ହାଉସ ୱାଇଫ ଅଟନ୍ତି। ସେ ପରିବାରର ସମସ୍ତ ସଦସ୍ୟ ଙ୍କ ଧ୍ୟାନ ରଖନ୍ତି ଏବଂ ଯଦି ଏହି ଦୁହିଁଙ୍କ ବଣ୍ଡିଙ୍ଗ ସମ୍ବନ୍ଧରେ କହିବା ତେବେ ଉଭୟ ପରସ୍ପର ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସମସ୍ତ ଛୋଟ ବଡ଼ କଥା କୁ ନିଜ ମଧ୍ୟରେ ସେୟାର କରନ୍ତି।

ମାତାପିତା ଙ୍କ ପରେ ଅଭିନେତ୍ରୀ ପାରୁଲ ଚୌହାନ ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଯଦି କହିବା ତେବେ ସେ ବିବାହିତ ଅଟନ୍ତି ଏବଂ ତାଙ୍କ ସ୍ୱାମୀ ଙ୍କ ନାମ ‘ଚିରାଗ ଠକ୍କର’ ଅଟେ। ସେ ପ୍ରଫେସନ ରୁ ଜଣେ ଆକ୍ଟର ଏବଂ ବିଜନେସ ମ୍ୟାନ ଉଭୟ ଅଟନ୍ତି।

ଏହି ଦୁହିଁଙ୍କ ସାକ୍ଷାତ ଏକ ପାର୍ଟି ରେ ହୋଇଥିଲା ଏବଂ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ସ୍ଥାପନ ହୋଇଥିଲା। ପରେ ଏହି ବନ୍ଧୁତା ଭଲ ପାଇବାରେ ପରିଣତ ହୋଇଥିଲା। ଉଭୟ ପରସ୍ପର ଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଡେଟ କରିବା ପରେ ୨୦୧୮ ମସିହାରେ ବିବାହ କରିଥିଲେ। ବର୍ତ୍ତମାନ ଏହି ଯୋଡି ପରସ୍ପର ଙ୍କ ସହ ହସଖୁସିରେ ନିଜ ଜୀବନ ବିତାଉଛନ୍ତି।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *