ପର ସ୍ତ୍ରୀକୁ ପ୍ରେମ କରୁଥିବା ଲୋକଙ୍କୁ ଲେମ୍ବୁରସ ଦ୍ଵାରା କିପରି ଦୂରେଇ ରଖିବେ (Astrologer Pragyan Tripathy)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଏକ ପବିତ୍ର ସୁସମ୍ପର୍କ ଗଢିଉଠିଥାଏ । ଦୁଇ ଆତ୍ମା ଓ ଶରୀରର ମିଳନ ଘଟିଥାଏ ।ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଯେତେ ଭଲ ପାଇବା ବଢିବ । ବିବାହର ଦାମ୍ପତ୍ୟ ଜୀବନ ସେତେ ସୁଖମୟ ରହିବ । ବେଳେ ବେଳେ କୌଣସି କାରଣ ବଶତଃ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ । ଏହା ସାଧାରଣ କଥା ହୋଇପାରେ , କାରଣ ଘର ପରିବାରରେ ଏମିତି ଅଳ୍ପ ବହୁତ କଳହ ଲାଗିଥାଏ ।

ଯଦି ସେହି କଳହ ପାଇଁ କୌଣସି ତୃତୀୟ ବ୍ୟକ୍ତିର ହାତ ଥାଏ । ତେବେ ସେହି ସମସ୍ଯାକୁ ଦୂର କରିବା ପାଇଁ ନିହାତି ଭାବେ ଏପରି ଉପାୟ କରିବା ଉଚିତ । ଏକ କାଚର ବୋତଲ ଆଣନ୍ତୁ । ସେହି କାଚ ବୋତଲର ଭିତର ପାଖକୁ କଳା ରଙ୍ଗ ଦ୍ଵାରା କିମ୍ବା କଳା ସ୍କେଚ ଦ୍ଵାରା ଭିତର ପାଖକୁ କଳା ରଙ୍ଗ ଦେଇଦିଅନ୍ତୁ । ତାପରେ ଆପଣଙ୍କୁ ଏକ ଲେମ୍ବୁର ଆବଶ୍ୟକତା ରହିଅଛି । ଫ୍ରିଜ୍ ରେ ଥିବା ଲେମ୍ବୁର ବ୍ୟବହାର କରନ୍ତୁ ନାହିଁ ।

ବଜାରରୁ ଲେମ୍ବୁ କିଣି ସଙ୍ଗେ ସଙ୍ଗେ ଉପଚାର କରନ୍ତୁ । ସେହି ଲେମ୍ବୁକୁ କାଟି ତାର ରସକୁ ବୋତଲ ଭିତରେ ଚିପୁଡି ଦିଅନ୍ତୁ । ତାପରେ ଯେଉଁ ତୃତୀୟ ବ୍ୟକ୍ତି  ପାଇଁ ଆପଣଙ୍କ ଦାମ୍ପତ୍ୟ ଜୀବନ କଳହ ପୂର୍ଣ୍ଣ ରହୁଛି । ଏହା ସହିତ ପାରିବାରିକ ଅଶାନ୍ତି ସୃଷ୍ଟି ହେଉଛି । ସେହି ବ୍ୟକ୍ତିର ଫୋଟ ନିହାତି ଭାବେ ଆପଣଙ୍କ ପାଖେ ରହିବା ଆବଶ୍ୟକ ।

ଯଦି ଫୋଟ ନଥାଏ ତେବେ ସେହି ତୃତୀୟ ବ୍ଯକ୍ତିର ନାମ ଜାଣିଥିବା ଆବଶ୍ୟକ । ଆପଣ ଯେଉଁ କାଚ ବୋତଲରେ ଲେମ୍ବୁ ଚିପୁଡି ରଖିଥିଲେ । ସେହି ବୋତଲରେ ତୃତୀୟ ବ୍ୟକ୍ତିର ଫୋଟ ପଛ ପଟେ ତାଙ୍କ ନାମ କଳା ଅକ୍ଷରରେ ଲେଖି ବୋତଲରେ ପକାଇ ବୋତଲକୁ ଟାଇଟରେ ବନ୍ଦ କରିଦେବେ । ନଚେତ ଫୋଟ ନଥିଲେ ସେହି ବ୍ଯକ୍ତିର ନାମକୁ ଏକ କାଗଜରେ କଳା ଅକ୍ଷରରେ ଲେଖି ବୋତଲରେ ପକାନ୍ତୁ ।

ତାପରେ ସୂର୍ଯ୍ୟ ଅସ୍ତ ପରେ ଏହି ବୋତଲକୁ ନେଇ କୌଣସି ଏକ ଦୂର ଅପରିଷ୍କାର ସ୍ଥାନରେ ବୋତଲକୁ ଫୋପାଡି ଦେଇଆସନ୍ତୁ । ଅତ୍ୟନ୍ତ ଅପରିଷ୍କାର ଓ ଦୁର୍ଗନ୍ଧ ଯୁକ୍ତ ଜାଗାରେ ବୋତଲକୁ ପକାଇବେ । ଧ୍ୟାନ ରଖିଥିବେ ଯେପରି କାଚ ବୋତଲଟି ଭାଙ୍ଗିନଯାଏ । ବୋତଲ ପକାଇବା ସମୟରେ ଆପଣ କହିବେ ତୁମେ ତୁମ ଜୀବନରେ ତୁମେ ବହୁତ ଭଲରେ ରୁହ ଓ ଆମ ସ୍ଵାମୀ ଓ ସ୍ତ୍ରୀର ଦାମ୍ପତ୍ୟ ଜୀବନରେ ପଶିବାକୁ ଚେଷ୍ଟା କର ନାହିଁ ।

ଏହି ଉପଚାରକୁ ଆପଣଙ୍କୁ ନିଷ୍ଟାର ସହ ମଙ୍ଗବାର ଓ ଶନିବାର କରିବାକୁ ପଡିବ । ଏହିପରି ଭାବେ କିଛି ଦିନ କରିସାରିବା ପରେ ନିହାତି ଭାବେ ଦାମ୍ପତ୍ୟ ଜୀବନରେ ସୁଖ ଓ ଭଲ ପାଇବା ଫେରି ଆସିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *