Health Tips- ପାଣିରେ ମିଶାଇ ପିଇ ନିଅନ୍ତୁ ଏହି ଜିନିଷ, 2 ମିନିଟରେ ଭୀଷଣ ମୁଣ୍ଡ ବିନ୍ଧା ଗାୟବ

ନମସ୍କାର ବନ୍ଧୁଗଣ, ବହୁତ ଲୋକଙ୍କ ଠାରେ ଏବେ ମୁଣ୍ଡ ବିନ୍ଧାର ସମସ୍ୟା ଦେଖା ଦେଉଛି । ଯଦି ଆପଣ ବହୁତ ଅଧିକ ମୋବାଇଲ କିମ୍ବା ଟିଭି ଦେଖୁଛନ୍ତି ଏବଂ ଅଧିକ ସମୟ ଧରି କମ୍ପୁଟର ସ୍କ୍ରିନ ଆଗରେ ବସୁଥାନ୍ତି ତେବେ ଆପଣଙ୍କ ମୁଣ୍ଡ ବିନ୍ଧା ସମସ୍ୟା ଅଧିକ ଦେଖା ଦେଇଥାଏ । ଆପଣଙ୍କ ମୁଣ୍ଡ ବିନ୍ଧା ଭଳି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଘରୋଇ ଉପଚାର ବିଷୟରେ ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ମୁଣ୍ଡ ବିନ୍ଧାକୁ ଦୁଇ ମିନିଟରେ ଭଲ କରିଦେବ । ତେବେ ଆସନ୍ତୁ ଜାଣିବା ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଗୋଲମରୀଚ ଦରକାର, ମହୁର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ମୁଣ୍ଡ ବିନ୍ଧା ହେଉଛି ତେବେ ଆପଣ ଏହି ଦୁଇଟି ଜିନିଷକୁ ଆପଣଙ୍କ ଘରେ ନିଶ୍ଚୟ ସବୁବେଳେ ରଖନ୍ତୁ । ପ୍ରଥମେ ଆପଣ ୧୦ ରୁ ୧୨ ଟି ଗୋଲମରୀଚର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହାପରେ ଆପଣ ଏକ ପାତ୍ରରେ ଏକ ଚାମଚ ଗୋଲମରୀଚ ଗୁଣ୍ଡ ନିଅନ୍ତୁ । ଏବଂ ଏଥିରେ ଏକ ଚାମଚ ମହୁ  ମିଶାନ୍ତୁ ।

ଆପଣ ଯଦି ଏହାକୁ ଛୋଟ ପିଲାଙ୍କୁ ଦେବାଙ୍କୁ ଚାହୁଁଥାନ୍ତି ତେବେ ଆପଣ ଏହାର ପରିମାଣକୁ ଗୋଟିଏ ଚାମଚ ନ ରଖି ଅଧ ଚାମଚ ମହୁ ଏବଂ ଅଧ ଚାମଚ ଗୋଲମରୀଚ ଗୁଣ୍ଡ ରଖି ପାରିବେ । ଏହାପରେ ଆପଣ ମହୁ ଏବଂ ଗୋଲମରୀଚକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଭଲ ଭାବରେ ମହୁ ଏଥିରେ ମିଶାଇବା ପରେ ଆପଣ ଏଥିରେ ଅଧ ଗ୍ଳାସ ପାଣି ମିଶାନ୍ତୁ ।

ଆପଣ ଏହି ପ୍ରସ୍ତୁତ ହୋଇଥିବା ଗୋଲମରୀଚ ଏବଂ ମହୁର ପାଣିକୁ ପିଇଦିଅନ୍ତୁ । ଏହାକୁ ଆପଣ ପିଇବାର ୨ ରୁ ୩ ମିନିଟ ଭିତରେ ଆପଣଙ୍କୁ ବହୁତ ଭଲ ଆରାମ ମିଳିବ । ଆପଣଙ୍କ ମୁଣ୍ଡ ବିନ୍ଧା ସମ୍ପୂର୍ଣ ଦୂର ମଧ୍ୟ ହୋଇଯିବ । ଯଦି ପ୍ରତିଦିନ ଆପଣଙ୍କ ମୁଣ୍ଡ ବିନ୍ଧୁଥାଏ ତେବେ ଆପଣ ଏହି ଉପଚାରକୁ ଦିନେ ଛଡା ଦିନେ ସେବନ କରନ୍ତୁ ।

ଯଦି ଆପଣଙ୍କର ବେଳେ ବେଳେ ମୁଣ୍ଡ ବିନ୍ଧା ହେଉଥାଏ ତେବେ ଆପଣ ତୁରନ୍ତ ଏହି ଉପଚାରକୁ ପ୍ରସ୍ତୁତ କରି ପିଅନ୍ତୁ । ଏହାକୁ ସେବନ କରିବାର କୌଣସି ସମୟ ନଥାଏ । ଆପଣଙ୍କର ଯେତେବେଳେ ବି ମୁଣ୍ଡ ବିନ୍ଧା ହେବ ଆପଣ ସେତେବେଳେ ଏହାକୁ ପିଇପାରିବେ । ଆପଣ ଘରେ ଅତି ସହଜରେ ଏହି ଉପାୟକୁ ପ୍ରସ୍ତୁତ କରି ଆପଣଙ୍କ ମୁଣ୍ଡ ବିନ୍ଧାକୁ ଭଲ କରିପାରିବେ ।

ଆପଣଙ୍କୁ କୌଣସି ଔଷଧ ମଧ୍ୟ ନେବାକୁ ପଡିବ ନାହିଁ । ଔଷଧ ବାରମ୍ବାର ଖାଇବା ଦ୍ଵାରା ତାହାର ଖରାପ ପ୍ରଭାବ ଆପଣଙ୍କ ଶରୀର ଉପରେ ପଡିଥାଏ କିନ୍ତୁ ଏହି ଘରୋଇ ଉପଚାରକୁ ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡିନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ। ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *