ବ୍ଲଡ଼ ସୁଗାର ଲେବଲ (Blood Sugar Level) କେତେ ରହିବା ଉଚିତ ? ଜାଣନ୍ତୁ Dr Arvind Kumar ଙ୍କ ଠାରୁ…

ନମସ୍କାର ବନ୍ଧୁଗଣ, ଡାଇବେଟିସ ଶରୀରରେ ସୁଗାର ମାତ୍ରା ବଢିଲେ ହୋଇଥାଏ । ଆପଣ ମାନେ ଶୁଣିଥିବେ ଡାଇବେଟିସ ରୋଗୀ ପ୍ରାୟତଃ କୁହନ୍ତି ମୋ ସୁଗାର ବଢିଯାଇଛି ନାଇ ସୁଗାର ଠିକ ଅଛି । ତେବେ ପ୍ରକୃତରେ ଶରୀରରେ ସୁଗାରର ମାତ୍ରା କେତେ ରହିବା ଦରକାର । ମାତ୍ରା କେତେ ର୍ରାହିଲେ ଠିକ ହୋଇଥାଏ । ରେଞ୍ଜ କେତେ ରହିଲେ ତାହାକୁ ବହୁତ ଅଧିକ ଡାଇବେଟିସ ବଢି ଯାଇଛି ବୋଲି କୁହାଯାଏ ଏହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ସମ୍ପୂର୍ଣ ଭାବରେ ଜଣାଇବା ପାଇଁ ଯାଉଛୁ ।

ଯାହା ଫଳରେ ଡାଇବେଟିସ ବଢିବା କମିବାକୁ ନେଇ କୌଣସି ଦ୍ଵନ୍ଦ ରହିବ ନାହିଁ । ସାଧାରଣ ସୁଗାର ଲେବଲ ଯାହାକି ଫାଷ୍ଟିଙ୍ଗ ସମୟରେ 100 mg/dl ରହିବା ଦରକାର । ଆପଣଙ୍କୁ 8 ଘଣ୍ଟାର ଫାଷ୍ଟିଙ୍ଗ ପରେ ଯାଇ ସୁଗାର ଟେଷ୍ଟ କରିବା ଉଚିତ । ଡାଇବେଟିସ ଟେଷ୍ଟ ଖାଇବା ପରେ ବି ଆଉ ଗୋଟିଏ କରାଯାଏ ।  ଆଉ ଏହାପରେ ସୁଗାର ଲେବଲ 140 mg/dl ରୁ କମ ରହିବା ଦରକାର ।

ଏହା ସାଧାରଣ ଲୋକଙ୍କ ପାଇଁ ଅଟେ । ତେବେ ଡାଇବେଟିସ ହୋଇସାରିଥିବା ରୋଗୀଙ୍କ ପାଇଁ ସୁଗର ଲେବଲ କେତେ ରହିବ ଦରକାର ଆସନ୍ତୁ ଜାଣିବା । ଡାଇବେଟିସ ରୋଗୀ ସାଧାରଣ ଭାବରେ ଏବେ ଘରେ ଗ୍ଳୁକୋମିଟର ରଖି  ସେଥିରେ ଟେଷ୍ଟ କରୁଛନ୍ତି । ତେଣୁ ଗ୍ଳୁକୋମିଟରଟେଷ୍ଟ ଅନୁଯାୟୀ ଫାଷ୍ଟିଙ୍ଗ ସମୟରେ ତଥା ଖାଲି ପେଟରେ ଯେଉଁ ଟେଷ୍ଟ କରାଯାଏ ସେଥିରେ ଆପଣଙ୍କ ଲେବଲ ରହିବା ଦରକାର 80 – 130 mg / dl ମଧ୍ୟରେ ।

ଖାଇବା ପରେ ଯେଉଁ ଡାଇବେଟିସ ଟେଷ୍ଟ କରାଯାଏ ସେଥିରେ ସୁଗାର ଲେବଲ ରହିବା ଦରକାର 180 mg / dl ରୁ କମ । ବର୍ତ୍ତମାନ ଯେଉଁ ଟେଷ୍ଟ ଲ୍ୟାବରେ କରାଯାଏ ଯାହାକି ହେଉଛି HbA1c ଟେଷ୍ଟ । ଏହି ଟେଷ୍ଟରେ ସୁଗାର ମାତ୍ରା ରହିବା ଦରକାର 7% ରୁ କମ । 7% ରୁ କମ ରହିବା ଦ୍ଵାରା ଡାଇବେଟିସ ପାଇଁ ଯେଉଁ ବିଅପଦ ରହିଥାଏ ହାର୍ଟ, ବ୍ରେନ କିମ୍ବା କିଡନୀ ଉପରେ ତାହାର ରିସ୍କ ନଥାଏ ।

ଯେଉଁ ମାନଙ୍କ ସୁଗାର ଲେବଲ ଡାଇବେଟିସ ହେବାର ସୁଗାର ଲେବଲ ପାଖା ପାଖି ରହିଥାଏ ତାହାକୁ ପ୍ରି ଡାଇବେଟିସ କୁହାଯାଏ । ଏହାକୁ ମଧ୍ୟ ଅଣଦେଖା କରିବା ଉଚିତ ନୁହେଁ । ନଚେତ ଏହା ହାର୍ଟ ଉପରେ ପ୍ରଭାବ ପକାଇଥାଏ । ତେବେ ପ୍ରି ଡାଇବେଟିକ ପାଇଁ ଫାଷ୍ଟିଙ୍ଗ ସୁଗାର ଲେବଲ ରହିବା ଦରକାର 100 – 125 mg / dl ।

ଏବଂ ଖାଇବା ପରେ ଯେଉଁ ଟେଷ୍ଟ କରାଯାଏ ସେଥିରେ ରହିବା ଦରକାର 140 – 200 mg / dl । ଏହା ଥିଲା ସାଧାରଣ ଲୋକ ଏବଂ ଡାଇବେଟିସ ବର୍ଡରରେ ଥିବା ଲୋକ, ଏବଂ ଡାଇବେଟିସ ହୋଇଥିବା ଲୋକଙ୍କ ସୁଗାର ମାତ୍ରା କେତେ ରହିବା ଦରକାର ଏହାର ବିବରଣୀ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *