5 ଟି ସଙ୍କେତ ଯାହା କହିଥାଏ ଈଶ୍ଵର ଆପଣଙ୍କ ସହିତ ଅଛନ୍ତି, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ତ ଆପଣ ବହୁତ ଭାଗ୍ଯବାନ !

ବନ୍ଧୁଗଣ, ଈଶ୍ଵର  ଙ୍କ ପ୍ରେମ ସମସ୍ତେ ଚାହିଁଥାନ୍ତି । ଈଶ୍ଵର ସମସ୍ତଙ୍କୁ ନିଜର ପ୍ରେମ ଅଲଗା ଅଲଗା ଭାବରେ ଦେଇଥାନ୍ତି । କେତେକ ବ୍ୟକ୍ତି ଙ୍କ ଜୀବନରେ ଅପାର ଦୁଖ ରହିଥିଲେ ଅନ୍ୟ କେତେକ ଙ୍କ ଜୀବନରେ ମିଳାମିଶା ସ୍ଥିତି ରହିଥାଏ ।

ମାତ୍ର ଜଣେ ସାଧାରଣ ମନୁଷ୍ୟ ସହିତ ଯେତେବେଳେ କିଛି ଖରାପ ହୋଇଥାଏ ତେବେ ସେ ଗୋଟେ ଥର ପାଇଁ ମଧ୍ୟ ଚିନ୍ତା କରିଥାଏ ଯେ, ତାକୁ ଈଶ୍ଵର ପ୍ରେମ କରନ୍ତି କି ନାହିଁ ? ଆଜି ଆମ୍ଭେ ଆପଣ ମାନଙ୍କୁ ୫ ଟି ସଙ୍କେତ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଦ୍ଵାରା ଆପଣ ମାନେ ଜାଣି ପାରିବେ ଯେ ଈଶ୍ଵର ତଥା ଭଗବାନ ଆପଣଙ୍କୁ ପ୍ରେମ କରନ୍ତି କି ନାହିଁ ।

୧- ଈଶ୍ଵର ଯଦି ଆପଣଙ୍କୁ ପ୍ରେମ କରୁଛନ୍ତି ତାହା ଜାଣିବାକୁ ହେଲେ, ପ୍ରଥମ ସଂକେତ ଟି ହେଉଛି ଆପଣ ଯାହା ମଧ୍ୟ କରିବାକୁ ଯିବେ ସେଥିରୁ ଆପଣଙ୍କୁ ବିଫଳତା ମିଳିବ । ଆପଣଙ୍କୁ ସଫଳତା ମିଳିବ ନାହିଁ । ଆପଣ ବାରମ୍ବାର ପ୍ରୟାସ କରିବେ ମାତ୍ର ଆପଣଙ୍କୁ ବିଫଳତା ମିଳିବ । ଯେ ପର୍ଯ୍ୟନ୍ତ ଆପଣଙ୍କ ର ଆଖି ନ ଖୋଲିଥିବ ସେ ପର୍ଯ୍ୟନ୍ତ ଏଭଳି ହେବ ।

୨- ଆପଣଙ୍କ ନିଜ ଉପରେ ଯେଉଁ ବିଶ୍ଵାସ ରହିଥିବା ତାହା ଖୁବ ଶୀଘ୍ର ସମାପ୍ତ ହୋଇଯିବ । ଈଶ୍ଵର ଯେତେବେଳେ ଆପଣଙ୍କ ସହିତ ରହିଥାନ୍ତି ତେବେ ଆପଣଙ୍କୁ ଏକୁଟିଆ ଅନୁଭବ ହୋଇଥାଏ । ଆପଣ ନିଜକୁ ଏକ ଏଭଳି ସ୍ଥିତି ରେ ଅନୁଭବ କରିବେ ଯେଉଁଠାରେ ଆପଣଙ୍କୁ କେହି ମଧ୍ୟ ସାହାର୍ଯ୍ୟ କରି ପାରିବେ ନାହିଁ ।

୩- ଆପଣଙ୍କ ଜୀବନରେ ଦୁଖ ଚରମ ସୀମା ରେ ଉପସ୍ଥିତ ହେବ । ଆପଣଙ୍କୁ ଅନୁଭବ ହେବ ଯେ ଏହାଠାରୁ ଅଧିକ ଦୁଖ ର ବିଷୟ ଅନ୍ୟ କଣ ହୋଇପାରେ । ଆପଣ ଦୁଖର ଚରମ ସୀମା କୁ ଅନୁଭବ କରିନେବେ । ଏହି ଦୁଖରେ ମନୁଷ୍ୟ ଭାଙ୍ଗି ପଡିଥାଏ ମାତ୍ର ଏହି କାରଣରୁ ହିଁ ଈଶ୍ଵରଙ୍କ ପ୍ରତି ପ୍ରେମ ଜାଗୃତ ହୋଇଥାଏ ।

୪- ଯେତେବେଳେ ଆପଣଙ୍କର ସମସ୍ତ ଆଶା ଭାଙ୍ଗିଯିବ ସେତେବେଳେ ଆପଣଙ୍କ ଭିତରେ ନିଜକୁ ବୁଝିବାର ତଥା ଖୋଜିବାର ପ୍ରୟାସ ଜାତ ହେବାକୁ ଲାଗିବ । ଏଥିରୁ ଆପଣ ନିଜକୁ ବୁଝିବାର ତଥା ନିଜର ଭୁଲ ସମ୍ବନ୍ଧରେ ଅବଗତ ହେବେ । ଏହାଦ୍ଵାରା ଆପଣ ନିଜ ଅନ୍ତରାତ୍ମା କୁ ବୁଝି ପାରିବେ ।

୫- ଆପଣଙ୍କ ଜୀବନରେ ଆପଣଙ୍କ ଚରିତ୍ର ତଥା କ୍ୟାରେକ୍ଟର ର ପରିବର୍ତ୍ତନ ହେବ । ଯେତେବେଳେ ଆପଣ ନିଜ ସହିତ ଜଡିତ ହେବାକୁ ଲାଗିଥାନ୍ତି, ସେତେବେଳେ ଆପଣ ନିଜ ମଧ୍ୟରେ ଥିବା ଦୁର୍ଗୁଣ କୁ ବୁଝିବାକୁ ଲାଗିଥାନ୍ତି । ଏଥିରୁ ଆପଣ ନିଜକୁ ପରିବର୍ତ୍ତନ କରାଇବା ପାଇଁ ପ୍ରୟାସ କରି ନେଇଥାନ୍ତି ।

ପ୍ରଥମରୁ ଅଧିକ ଶାନ୍ତ, ସ୍ଥିର ତଥା ସମସ୍ତ ପରିସ୍ଥିତି କୁ ଗଭୀର ଭାବେ ବୁଝିବାକୁ ଲାଗିଥାନ୍ତି । ଯେତେବେଳେ ଆମ୍ଭେ ଈଶ୍ଵରଙ୍କ ପଥରେ ଚାଲିଥାଉ ସେତେବେଳେ ସେ ଆମ ମଧ୍ୟରେ ପରିବର୍ତ୍ତନ ନେଇ ଆସିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *