Chanakya Niti- ପୁରୁଷଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି 6 ଟି ମହିଳା, ଏମାନଙ୍କ ପାଦ ପଡିବା ମାତ୍ରେ ଘରେ ବଢିଚାଲେ ଧନ ସମ୍ପତ୍ତି

ବନ୍ଧୁଗଣ, ପ୍ରାଚୀନ କାଳରୁ କୁହାଯାଇଅଛି ଯେ, ଭାଗ୍ୟଶାଳୀ ସ୍ତ୍ରୀ ଲୋକ ମାନଙ୍କର କିଛି ବିଶେଷ ଲକ୍ଷଣ ମାନ ରହିଅଛି । ମାତ୍ର ଏହା ବିଷୟରେ ଖୁବ କମ ଲୋକଙ୍କୁ ଜ୍ଞାତ ହୋଇଥାଏ ।

ଯେଉଁ ଭଳି ଭାବରେ ଆପଣ ମାନଙ୍କ ରାଶି ଆପଣ ମାନଙ୍କ ର ଭାଗ୍ୟଫଳ କୁ ପ୍ରକାଶିତ କରିଥାଏ, ସେହି ଭଳି ଭାବରେ ମହିଳା ମାନଙ୍କ ଶରୀରର କୌଣସି ଅଙ୍ଗ ବଡ ହୋଇଥିଲେ ତାକୁ ସୌଭାଗ୍ୟଶାଳୀ ମାନାଯାଇଥାଏ । ସମୁଦ୍ର ଶାସ୍ତ୍ର ରେ ମହିଳା ମାନଙ୍କର କେତୋଟି ଶୁଭ ଅଙ୍ଗ ତଥା ଲକ୍ଷଣ ସମ୍ବନ୍ଧରେ କୁହା ଯାଇଅଛି । ଆଜି ଆମ୍ଭେ ଆପଣ ମାନଙ୍କୁ ସେହି ସମ୍ବନ୍ଧୀୟ ବିଶେଷ କଥା କହିବାକୁ ଯାଉଅଛୁ ।

୧- କେଶ;- ମହିଳା ମାନଙ୍କର କେଶ ଲମ୍ବା ତଥା କଳା ରହିବା ଦ୍ଵାରା ମହିଳା ମାନେ ସୁନ୍ଦର ଦେଖାଯିବା ସହିତ ଏହା ମାନାଯାଏ ଯେ, ଏହି ମହିଳା ମାନଙ୍କର ଆସିବା ଦ୍ଵାରା ଘରେ ସୁଖ ଶାନ୍ତି ଆସିଥାଏ । ଏହି ମହିଳା ମାନଙ୍କର ପ୍ରବେଶ ଦ୍ଵାରା ଘରେ ରହୁଥିବା ସମସ୍ତ ସଦସ୍ୟ ଙ୍କର କିସ୍ମତ ମଧ୍ୟ ବଦଳି ଯାଇଥାଏ । ସେମାନେ ନିଜ ସହିତ ନିଜ ଭାଗ୍ୟ ମଧ୍ୟ ନେଇ ଆସିଥାନ୍ତି ।

୨- ଲମ୍ବା ଗର୍ଦନ;- ମହିଳା ମାନଙ୍କର ଲମ୍ବା ଗର୍ଦନ ମଧ୍ୟ ସୌଭାଗ୍ୟବତୀ ର ପରିଚୟ ଦେଇଥାଏ । ଏହିଭଳି ଗର୍ଦନ ଥିବା ମହିଳା ଶୁଭ ଲକ୍ଷଣ ଯୁକ୍ତ ହୋଇଥାନ୍ତି । ଏମାନଙ୍କ ଆସିବା ଦ୍ଵାରା ଘରେ ସବୁବେଳେ ଆନନ୍ଦ ର ବାତାବରଣ ଲାଗି ରହିଥାଏ ।

୩- ଲମ୍ବା ନାକ;- ଏହିଭଳି ନାକ ଥିବା ମହିଳା ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ଏହିଭଳି ମହିଳା ମାନେ ଅଧିକ ଖର୍ଚ୍ଚ କରି ନଥାନ୍ତି । ନିଜ ଘରର ଆୟ ହିସାବରେ ହିଁ ଚାଲିଥାନ୍ତି । ଏମାନେ ଘରକୁ ସଠିକ ଭାବରେ ନିୟନ୍ତ୍ରଣ କରି ରଖିଥାନ୍ତି । ନିଜ ସ୍ଵାମୀ ଙ୍କୁ ସୁଖ ରେ ରଖିଥାନ୍ତି ।

୪- ଚଉଡା ମଥା;- ଯଦି କୌଣସି ସ୍ତ୍ରୀ ଙ୍କର ମଥା ଚଉଡା ରହିଅଛି, ତେବେ ତାକୁ ଅସୁନ୍ଦର ବୋଲି ଗ୍ରହଣ କରନ୍ତୁ ନାହିଁ । ଚଉଡା ମଥା ଥିବା ମହିଳା ଅତ୍ୟଧିକ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସମସ୍ତ ପରିସ୍ଥିତି ରେ ବୁଝି ବିଚାରୀ କାର୍ଯ୍ୟ କରିଥାନ୍ତି । ନିଜ ଜୀବନରେ ହଉଥିବା କଠିନ ରୁ କଠିନ ପରିସ୍ଥିତି ର ସାମ୍ନା ଖୁସି ଖୁସି କରିଥାନ୍ତି ।

୫- ଲମ୍ବା ଆଙ୍ଗୁଳି;- ଯେଉଁ ମହିଳା ମାନଙ୍କ ର ହାତ ର ଆଙ୍ଗୁଳି ଲମ୍ବା ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହି ମହିଳା ମାନେ ସମସ୍ତେ କାର୍ଯ୍ୟ କୁ ସଠିକ ଭାବରେ କରିଥାନ୍ତି । କେବଳ ଏହା ନୁହେଁ ଏମାନଙ୍କୁ ଲେଖା ପଢା କରିବାର ଅତ୍ୟନ୍ତ ଆଗ୍ରହ ରହିଥାଏ । ଏମାନେ ଯେଉଁ ଘରେ ରହିଥାନ୍ତି ସେଠାରେ କୌଣସି ପ୍ରକାରର ଧନର ଅଭାବ ହୋଇ ନଥାଏ ।

୬- ବଡ ବଡ ଆଖି;- ମହିଳା ମାନଙ୍କର ବଡ ବଡ ଆଖି ତାଙ୍କର ସୁନ୍ଦରତା ବଢାଇବା ସହିତ ତାଙ୍କ ଆତ୍ମ ବିଶ୍ଵାସ କୁ ମଧ୍ୟ ବଜାୟ ରଖିଥାଏ । ଏହି ମହିଳା ମାନେ ତାଙ୍କ ସ୍ଵାମୀ ଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନଙ୍କ ସ୍ଵଭାବ ବହୁତ ଦୟାଳୁ ହୋଇଥାଏ । ଏମାନଙ୍କୁ ଭାଗ୍ୟଲକ୍ଷ୍ମୀ ବୋଲି କୁହାଯାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *