Health Tips- ପଖାଳ ଭାତ ଖାଇବାର ଫାଇଦା ! ଯାହା ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ

ବନ୍ଧୁଗଣ ସ୍ୱାସ୍ଥ୍ୟ ପାଇଁ ହିତକର ଓ ଓଡିଆଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ । ଏହାର ଫାଇଦା ଜାଣିଲେ ଆପଣ ମାନେ ଏହାକୁ ନ ଫୋପାଡି ଆପଣ ସାଇତି ରଖିବେ । ଆଉ ଯଦି ଫୋପାଡିବାକୁ ଭାବୁଥାନ୍ତି ତା ହେଲେ ଭାବିବାକୁ ବାରମ୍ବାର ବାଧ୍ୟ ହେବେ । ଏବେ ଆସନ୍ତୁ ଜାଣିବା ପଖାଳ ରେ କଣ ସବୁ ରହିଛି ଚମତ୍କାରିତା । ଆମେ ଯେବେ ଭାତ ରାନ୍ଧି ଥାଉ ସେଇ ସମୟରେ ଚାଉଳ ର ମାତ୍ରା 3.4 ଗ୍ରାମ ଥାଏ ।

ଯଦି ଏଥିରେ ପାଣି ମିଶାଇ ଅତି କାମରେ 12 ଘଣ୍ଟା ଭିଯାଇ ରଖାଯାଏ ତେବେ ସେଥିରେ ଥିବା ଆଇରନ ର ମାତ୍ରା 73.9 ମିଲିଗ୍ରାମ ହୋଇଯାଏ । ସେହିପରି 475 ମିଲିଗ୍ରାମ ରୁ କମି ଯାଇ 303 ମିଲିଗ୍ରାମ ପୋଟାସିୟମ, 839 ମିଲି ଗ୍ରାମ ଓ କ୍ୟାଲସିୟମ 21 ମିଲି ଗ୍ରାମ ରୁ ବଢି 850 ମିଲିଗ୍ରାମ ହୋଇଯାଏ ।

ସାଧା ଭାତ ରେ ଥିବା ଫାଇତିକ ଏସିଡ ଓ ଓଲିଗ ଯାସକାଡ ରେ ଯାହା ହଜମ କରିବାରେ ଅସୁବିଧା ହୋଇଥାଏ । କିନ୍ତୁ ଭାତ ପଖାଳିବା ପରେ ଏହି ଅସୁବିଧା ଦୂର ହୋଇ ହଜମ କ୍ରିୟା ସହଜ ହୋଇଥାଏ । ଖାଲି ସେତିକି ନୁହେଁ ବରଂ ସବୁଠାରୁ ଅଧିକ ଶକ୍ତି ବର୍ଦ୍ଧକ ଉତ୍ପାଦନ ହିଁ କେବଳ ପଖାଳ ଭାତ ରେ ରହିଛି ।

ପ୍ରାତଃ କାଳରେ କେବଳ ପଖାଳ ଖାଇଲେ ଶରୀରରେ ଫୁର୍ତ୍ତି ଆସିବା ସହ ପେଟରେ ଅଲସର ସମସ୍ଯା ଥିଲେ ତାହା ଦୂରେଇ ଯାଇଥାଏ ବୋଲି କୁହା ଯାଇଥାଏ । ପଖାଳ ଭାତ କୁ ନେଇ ଆସାମର କୃଷି ବିଶ୍ଵ ବିଦ୍ୟାଳୟ ପାଖ ରୁ କରା ଯାଇଥିବା ଏକ ଗବେଷଣା ରୁ ଏ କଥା ସ୍ପଷ୍ଟ ହୋଇଛି ।

ଏଥିପାଇଁ ଗରମ ବହୁତ ଯଦି ବଳି ପଡେ ତେବେ ଏହାକୁ ପିଙ୍ଗନ୍ତୁ ନାହି । ତାକୁ ପାଣି ରେ ଭିଯାଇ ଖାଇଲେ ତା ଶରୀର ପାଇଁ ଖୁବ ଲାଭଦାୟକ ହୋଇଟହାଏ । ତେବେ ସକାଳ ହେଉ କି ଖରା ବେଳ ସବୁବେଳେ ପଖାଳ ଖାଇବାକୁ ଓଡିଆ ମାନେ ଭାରି ଭଲ ପାଆନ୍ତି । ପ୍ରତି ଟି ଓଡିଆଙ୍କର ଏହା ପ୍ରିୟ ଖାଇବା ଅଟେ ।

ଖରା ଦିନେ ଓଡିଆ ଘର ମାନଙ୍କରେ ଦେହ ରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରୁ ପାଣି କମିଯିବା ଭଳି ରୋଗର ପ୍ରତିକାର ପାଇଁ ପଖାଳ ଖିଆ ଯାଇଥାଏ । ସାଧାରଣତଃ ସକାଳ ସମୟରେ ଅନେକ ଲୋକ ପଖାଳ ଭାତ ଖାଇଥାନ୍ତି । ଖରା ଦିନରେ ଖରା ବେଳେ କେହି କେହି ଉପର ଓଳି ମଧ୍ୟ ପଖାଳ ଭାତ ଖାଇବାକୁ ପସନ୍ଦ କରନ୍ତି ।

ତେଣୁ ଆପଣ ମାନେ ଜାଣିଲେ ତ ପଖାଳ ଭାତ ଖାଇଲେ ଶରୀରରେ କେତେ ଫାଇଦା ହୋଇଥାଏ । ତେଣୁ ପଖାଳ ଭାତ କୁ ନ ଫିଙ୍ଗି ଏହାର ସେବନ କରନ୍ତୁ । ନିଶ୍ଚୟ ସ୍ୱାସ୍ଥ୍ୟ ଭଲ ଓ ସୁସ୍ଥ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *