Vastu Tips- ଘରକୁ ଏହି 5 ପକ୍ଷୀ ଆସିଲେ ଘରେ ବଢିଥାଏ ଧନ ସମ୍ପତି, ଗୋପଟିଏ ରେ ଗୋଟିଏ ଭାଗ୍ୟବାନ ଲୋକଙ୍କ ଘରକୁ ଆସନଟି ଏହି ପକ୍ଷୀ

ନମସ୍କାର ବନ୍ଧୁଗଣ, ସଂସାର ରଚୟିତା ଭଗବାନ ମଣିଷକୁ ସର୍ବଦା ଖରାପ ଭଲର ସୂଚନା ସମୟ ପୂର୍ବରୁ ଦେଇଥାନ୍ତି । କିନ୍ତୁ ଭଗବାନଙ୍କ ସେହି ସଙ୍କେତକୁ ମଣିଷ ବୁଝିବା ଏତେ ସହଜ ହୋଇନଥାଏ । କାରଣ ମଣିଷକୁ ତାହା ସମ୍ପର୍କରେ ବିଲକୁଲ ମଧ୍ୟ ଜ୍ଞାନ ନଥାଏ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣଙ୍କ ମନ ମୋହୁଥିବା ସୁନ୍ଦର ସୁନ୍ଦର ପକ୍ଷୀଙ୍କ ସମ୍ପର୍କରେ ଯେଉଁମାନଙ୍କ ଆଗମନ ଆପଣଙ୍କ ପାଇଁ ଶୁଭ ବାର୍ତ୍ତା ନେଇ ଆସିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି 5 ଶୁଭ ପକ୍ଷୀ ସମ୍ପର୍କରେ ।

ନୀଳକଣ୍ଠ ପକ୍ଷୀ: ଏହି ପକ୍ଷୀକୁ ଦେଖିବା ଫଳରେ ମଣିଷର ସମସ୍ତ କଷ୍ଟ ଦୂର ହୋଇଯାଇଥାଏ । ନୀଳକଣ୍ଠ ପକ୍ଷୀ ଆପଣଙ୍କ ଘରେ ଆସି ଯଦି ବସିଯାଏ ତେବେ ସେହି ପକ୍ଷୀକୁ ଦାନା ଏବଂ ପାଣି ନିଶ୍ଚୟ ଦିଅନ୍ତୁ । ଯଦି ସେହି ପକ୍ଷୀ ଦାନା ପାଣି ଖାଇଯାଏ ତେବେ ଆପଣଙ୍କ ଭାଗ୍ୟ ଉଦୟ ହେଲା ବୋଲି ଜାଣନ୍ତୁ । ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ସେହି ଲୋକ ଯେଉଁ ମାନଙ୍କ ଛାତରେ ଆସି ନୀଳକଣ୍ଠ ପକ୍ଷୀ ବସିଥାଏ । ନୀଳକଣ୍ଠ ପକ୍ଷୀ ଭଗବାନ ଶିବଙ୍କ ସଦୃଶ ହୋଇଥାଏ ।

କାଉ: ଆପଣଙ୍କ ଛାତ ଉପରେ କିମ୍ବା ଘର ଆଗରେ ଆସି କାଉ ଯଦି ବସିଯାଏ ଏବଂ ଆପଣଙ୍କ କୌଣସି ଖାଇବା ଖାଇଦିଏ ତେବେ ଜାଣିନେବେ କି ଆପଣଙ୍କ ସହ କେବେ କିଛି ଖରାପ ହେବ ନାହିଁ । ଆପଣଙ୍କ ଘରେ କେବେ କାହାର ଅକାଳ ମୃତ୍ୟୁ ହେବାର ଭୟ ଦୂର ହୋଇଥାଏ । କାଉକୁ ଦାନା ଏବଂ ପାଣି ପିଇବା ପାଇଁ ଦେବା ଦ୍ଵାରା  ବ୍ୟକ୍ତିର ମୃତ୍ୟୁ ଟଳି ଯାଇଥାଏ ।

ଚଢେଇ: ଆପଣଙ୍କ ଘରକୁ ଚଢେଇର ଆଗମନ ସାକ୍ଷାତ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଯଦି ଏହି ପକ୍ଷୀ ଆପଣଙ୍କ ଘରକୁ ଆସି ଦାନା କିମ୍ବା ପାଣି ପିଇଥାଏ ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ବାସ ହେବାକୁ ଯାଉଛି । ଯଦି ଏହି ପକ୍ଷୀ ଆପଣଙ୍କ ଘରେ ବସା ତିଆରି କରେ ତେବେ ଏହା ଆପଣଙ୍କ ପାଇଁ ବହୁତ ମଙ୍ଗଳକାରୀ ହୋଇଥାଏ ।

ପାରା: ଯଦି ଆପଣଙ୍କ ଘରକୁ ପାରାର ଆଗମନ ହୁଏ ତେବେ ଏହା ଆପଣଙ୍କ ଆଗାମୀ ଉଜ୍ଵଳ ଭବିଷ୍ୟତର ସଙ୍କେତ ଅଟେ । ପାରାର ଆଗମନ ଆପଣଙ୍କ ଭାଗ୍ୟକୁ ବଦଳାଇ ଦେଇଥାଏ । ପେଚା: ଯଦି ଆପଣଙ୍କ ଘରେ ସକାଳୁ ସକାଳୁ ପେଚା ଆସି ବସିଯାଏ ତେବେ ଭାବି ନିଅନ୍ତୁ କି ସାକ୍ଷାତ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ବାସ ହେବାକୁ ଯାଉଛି ।

ସକାଳୁ ପେଚାର ଆଗମନ ବହୁତ ମଙ୍ଗଳକାରୀ ହୋଇଥାଏ । କିନ୍ତୁ ଯଦି ରାତି ସମୟରେ ପେଚା ଆପଣଙ୍କ ଘରକୁ ଆସେ ତେବେ ଏହା ଆପଣଙ୍କ ଘରକୁ ଖରାପ ସନ୍ଦେଶ ନେଇ ଆସିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *