ଖରାପ ଭାଷାରେ ଗାଳି ଦେଲେ କଣ ହୁଏ ? ଏହା ସହିତ ପଢନ୍ତୁ ଆଜିର 20 Anuchinta

୧- ସକାଳୁ ଝାଡା ଗଲାବେଳେ କିମ୍ବା ଝାଡା ବସିଲା ବେଳେ ଦାନ୍ତ ଘଷନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ। ୨- ଖାଦ୍ୟ ଖାଇବା ବେଳେ ବତିଶି ଥର ଚୋବାଇ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ।

୩- ଅଣ୍ଟା ଦରଜ ହେଲେ ସୁଣ୍ଠି ଏବଂ ଅଶ୍ୱ ଗନ୍ଧା ଚୂର୍ଣ୍ଣ କୁ ମିଶାଇ ଦୁଇ ଚାମଚ ସକାଳେ ଏବଂ ସନ୍ଧ୍ୟା ବେଳେ ଉଷୁମ ପାଣିରେ ଖାଇଲେ ଏହା ଦୁର ହୋଇଥାଏ। ୪- ଆଣ୍ଠୁ ଗଣ୍ଠି ବିନ୍ଧା ହେଉଥିଲେ ମେଥିଗୁଣ୍ଡ ଏକ ଚାମଚ ସକାଳୁ ଉଷୁମ ପାଣି ରେ ଖାଇଲେ ତାହା ଦୁର ହୋଇଥାଏ। ୫- ଦାନ୍ତ ବିନ୍ଧା ହେଉଥିଲେ ଜୁଆଣି ପାଣି ରେ ଦୁଇଥର କୁଳୁକୁଜା କଲେ ତାହା ଭଲ ହୋଇଥାଏ।

୬- ଖରାପ ଶବ୍ଦ କିମ୍ବା ଗାଳି ଗୁଲଜ କଲେ ଧନ କ୍ଷୟ ର ଭୟ ଥାଏ।

୭- ଅପଶବ୍ଦ ଵ୍ୟଵହାର କରି କାହାକୁ ଥଟା କରନ୍ତୁ ନାହିଁ ଏହା ଦ୍ୱାରା ସନ୍ତାନ ସନ୍ତତି ମାନଙ୍କ ର ବୁଦ୍ଧି ହାନି ହୋଇଥାଏ।

୮- ଜୀଵନ ରେ ଅସୁବିଧା ଦୁଃଖ କଷ୍ଟ ହାନି ଦେଖାଗଲେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଓସ୍ତ ଗଛ ପୂଜା କରନ୍ତୁ।

୯- ଜଳ ନଷ୍ଟ କରିବା ହେଉଛି ଧନ ହାନି ର ଲକ୍ଷଣ ତେଣୁ ଗାଧୋଇବା ବେଳେ ଅଧିକ ଜଳ ନଷ୍ଟ କରନ୍ତୁ ନାହିଁ।

୧୦- ନଡିଆ ତେଲ ରେ ଅଁଳାଗୁଣ୍ଡ କୁ ମିଶାଇ କେଶ ରେ ଲଗାଇଲେ କେଶ କଳା ଏବଂ ଘନ ହୁଏ।

୧୧- ଭୁସଙ୍ଗ ପତ୍ର ଏବଂ ପିଆଜ କୁ ବାଟି ଛୁଟିରେ ଲଗାଇଲେ ଚୁଟି ଝଡ଼ିବା ବନ୍ଦ ହୋଇଥାଏ।

୧୨- ବେସନ ରେ ଲେମ୍ବୁ ରସ ପକାଇ ମୁହଁରେ ଲଗାଇଲେ ମୁହଁରେ ଥିବା ବ୍ରଣ ପଳାଏ ଏବଂ ମୁହଁରେ ଚମକ ମଧ୍ୟ ଆସିଥାଏ।

୧୩- ମହୁରେ ଲେମ୍ୱୁରସ ମିଶାଇ ମୁହଁରେ ମାରିଲେ ମୁହଁରେ ଥିବା କଳା ଦାଗ ଦୁର ହୋଇ ଯାଇଥାଏ।

୧୪- ସକାଳୁ ତିରିଶ ମିନିଟ ସୂର୍ଯ୍ୟ ର ଖରାରେ ସମୟ ବିତାଇବା ଉଚିତ ଏହା ଦ୍ୱାରା ଶରୀର ପୀଡା ଦୁର ହୁଏ ଏବଂ ଭିଟାମିନ-ଡ଼ି ମଧ୍ୟ ପ୍ରାପ୍ତ ହୋଇଥାଏ।

୧୫- ସ୍ୱପ୍ନ ରେ ଗାଈ ଦେଖିଲେ ଏହା ଶୁଭ ହୋଇଥାଏ ଏବଂ ସୁଖ ସମ୍ପଦ ର ସୂଚନା ମଧ୍ୟ ଦେଇଥାଏ।

୧୬- ଘରେ କେବେବି କଣ୍ଟା ଗଛ ଲଗାନ୍ତୁ ନାହିଁ କିମ୍ବା କ୍ଷୀର ବାହାରୁଥିବା ଗଛ ଲଗାନ୍ତୁ ନାହିଁ ଏହାଦ୍ୱାରା ଘରେ କଳହ ସୃଷ୍ଟି ହୁଏ।

୧୭- ଘରେ ହିଂସ୍ରଜନ୍ତୁଙ୍କ ଫୋଟୋ ଲଗାଇବା ଉଚିତ ନୁହେଁ ଏହା ଦ୍ୱାରା ନକରାତ୍ମକ ଶକ୍ତି ର ପ୍ରଭାବ ଅଧିକ ହୋଇଥାଏ।

୧୮- ଘର ସାମ୍ନା ରେ ଅଳିଆ ଆବର୍ଜନା କରନ୍ତୁ ନାହିଁ ଏହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହେବା ସହ ରୋଗ ବୈରାଗ ହୋଇଥାଏ।

୧୯- ଘରେ କେବେବି ଶୁଖି ଯାଇଥିବା ଫୁଲଗଛ ଲଗାନ୍ତୁ ନାହିଁ ଏହା ଦ୍ୱାରା ଅମଙ୍ଗଳ ହୋଇଥାଏ।

୨୦- ଘର ଭିତରେ ଯଦି ପ୍ରଜାପତି ପଶେ ତେବେ ଏହା ବହୁତ ଶୁଭ ହୋଇଥାଏ ଏବଂ ଭଲ ସମାଚାର ଆଣିଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *