Ollywood ହିରୋଇନ Archita Sahooଙ୍କ ଲାଇଫ ଷ୍ଟାଇଲ ଓ ସମ୍ପତ୍ତି, ଜାଣନ୍ତୁ କେତେ ଟଙ୍କା ନିଅନ୍ତି ଗୋଟେ ଫିଲ୍ମ ପାଇଁ

ନମସ୍କାର, ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ସମ୍ବନ୍ଧରେ କହିବୁ । ଆପଣ ମାନେ ତ ନିଶ୍ଚିତ ଭାବରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଜାଣିଥିବେ । ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ତାଙ୍କ ଅଭିନୟ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥାନ୍ତି । ଅର୍ଚ୍ଚିତା ନିଜ ଦମଦାର ଅଭିନୟ ରେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ପ୍ରକାର ବ୍ଲକ ବଷ୍ଟର ଫିଲ୍ମ ପ୍ରଦାନ କରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ କିଛି ରୋଚକ ତଥ୍ୟ ସମ୍ବନ୍ଧରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଲାଇଫ ଷ୍ଟାଇଲ ସମ୍ବନ୍ଧରେ । ଅଭିନେତ୍ରୀ ଅର୍ଚ୍ଚତା ସାହୁ ଅଭିନୟ କ୍ଷେତ୍ରରେ ପାଦ ରଖିବା ପୂର୍ବରୁ ଜଣେ କ୍ଲାସିକାଲ ଡାନ୍ସର ଥିଲେ । ନୃତ୍ୟ ରେ ତାଙ୍କର ଅତ୍ୟନ୍ତ ମାତ୍ରା ରେ ରୁଚି ରହିଛି । ଅର୍ଚ୍ଚିତା ଜଣେ ଓଡ଼ିଶୀ ଡାନ୍ସର ଅଟନ୍ତି । ସେ ମାତ୍ର ୬ ବର୍ଷ ବୟସ ରେ ଓଡ଼ିଶୀ ନୃତ୍ୟ ଶିଖିଥିଲେ ।

ଯଦି ଏହି ଅଭିନେତ୍ରୀ ଙ୍କ କ୍ୟାରିଆର ସମ୍ବନ୍ଧରେ କହିବା କୁ ଯିବା ତେବେ ସେ ୨୦୦୫ ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ ଏବଂ ତାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ଓ ମାଈ ଲଭ’ । ଅର୍ଚ୍ଚିତା ଙ୍କ ଫିଲ୍ମ ‘ଆକାଶେ କି ରଙ୍ଗ ଲାଗିଲା’, ‘ବାବୁ ଆଇ ଲଭ ୟୁ’ ଏବଂ ‘ଓ ମାଈ ଲଭ’ ଏହି ୩ଟି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିଥିଲା । ଅର୍ଚ୍ଚିତା ଓଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି ଜଣେ ଅଭିନେତ୍ରୀ ଯିଏ ଓଡ଼ିଶା ପାଇଁ ବହୁତ ସୁନାମ ଅର୍ଜନ କରିଛନ୍ତି ।

ସେ ୨୦୧୩ ମସିହାରେ ଫେମିନା ମିସ ଇଣ୍ଡିଆ କଣ୍ଟେଷ୍ଟ ରେ ଭାଗ ନେଇଥିଲେ ଏବଂ ସେ ପ୍ରଥମ ରନର୍ସ ଅପ ହୋଇଥିଲେ ଏବଂ ଏହାସହିତ ତାଙ୍କୁ ମିସ ଟ୍ୟାଲେଁଟେଡ଼ ଏବଂ ମିସ ଷ୍ଟାଇଲିସ ର ପଦବୀ ମଧ୍ୟ ହାସଲ କରିଥିଲେ । ଅର୍ଚ୍ଚିତା ଙ୍କ ବୟସ ବର୍ତ୍ତମାନ ୩୦ ବର୍ଷ ଅଟେ । ତାଙ୍କ ଓଜନ ପାଖାପାଖି ୫୫ କେ.ଜି ଏବଂ ଉଚ୍ଚତା ୫ଫୁଟ ୯ଇଂଚ ଅଟେ ।

ଅର୍ଚ୍ଚିତା ଙ୍କ ସମ୍ପତ୍ତି ବିଷୟରେ ଯଦି କହିବା ତେବେ ତାଙ୍କ ପାଖରେ ୫୫ଲକ୍ଷ ର ଗୋଟିଏ ବି.ଏମ.ଡବ୍ଲୁ କାର ଅଛି ଏବଂ ଏକ ରାଜକୀୟ ଘର ମଧ୍ୟ ଅଛି । ଅର୍ଚ୍ଚିତା ବର୍ତ୍ତମାନ ପର୍ଯ୍ୟନ୍ତ ୩୫ଟି ଚଳଚ୍ଚିତ୍ର ରେ ଅଭିନୟ କରି ସାରିଛନ୍ତି । ଅଭିନେତା ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ଯୋଡ଼ି କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥାନ୍ତି ।

ଅର୍ଚ୍ଚିତା ଗୋଟିଏ ଚଳଚ୍ଚିତ୍ର ରେ କାମ କରିବା ନିମନ୍ତେ ପାଖାପାଖି ୧୫ ରୁ ୨୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ଏବଂ କୌଣସି ପ୍ରଡକ୍ଟ ର ପ୍ରମୋସନ ପାଇଁ ସେ ପାଖାପାଖି ୩ ରୁ ୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି । ଅର୍ଚ୍ଚିତା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ସମସ୍ତ ଅଭିନେତ୍ରୀ ଙ୍କ ଠାରୁ ଅଧିକ ଫିଲ୍ମ ଚାର୍ଜ ନିଅନ୍ତି ଏବଂ ସମସ୍ତ ଅଭିନେତ୍ରୀ ଙ୍କ ଫାନ ଫଲୋଇଂଗ ସମସ୍ତ ଅଭିନେତ୍ରୀ ଙ୍କ ଠାରୁ ଅଧିକ ଅଟେ । ତାଙ୍କୁ ଦର୍ଶକ ମାନଙ୍କ ଭଲ ପାଇବା ବହୁତ ମାତ୍ରା ରେ ମିଳିଥାଏ । ଏହି ଅଭିନେତ୍ରୀ ଜଣକ ଓଡ଼ିଶାର ସବୁଠାରୁ ଅଧିକ ଚର୍ଚ୍ଚିତ ଅଭିନେତ୍ରୀ ଅଟନ୍ତି ।

ଯଦି ଅର୍ଚ୍ଚିତା ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ତେବେ ସେ ବର୍ତ୍ତମାନ ରିଲେସନ ରେ ନାହାନ୍ତି ଏବଂ ନିଜ କ୍ୟାରିଆର ରେ ଧ୍ୟାନ ଦେବାରେ ଲାଗିଛନ୍ତି ଏବଂ ନିଜ ପରିବାର ସଦସ୍ୟ ଙ୍କ ସହ ନିଜ ସମୟ ହସଖୁସିରେ ବିତାଉଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ଭାଲ ଲାଗିଥିଲ ସେଆର କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *