ଥଣ୍ଡା, କାଶ ଓ କଫକୁ ଏକାଥରେ କରନ୍ତୁ ଦୂର, ଥରେ ପିଅନ୍ତୁ ତାପରେ ଦେଖନ୍ତୁ କେମିତି ମିଳୁଛି ଆରାମ -Baba Ramdev

ନମସ୍କାର, ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ବାରମ୍ବାର ଔଷଧ ର ସେବନ ପରେ ମଧ୍ୟ ଯଦି ଆପଣଂକୁ ଏହି ସମସ୍ୟା ରୁ ମୁକ୍ତି ମିଳୁନାହିଁ ତେବେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ସାଧାରଣତଃ ଶୀତ ଦିନରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ ଏବଂ ଶୀତ ଦିନେ ପ୍ରାୟତଃ ବ୍ୟକ୍ତି ଏହି ରୋଗ ର ସଂସ୍ପର୍ଶରେ ଆସିଥାନ୍ତି ଏବଂ ଏହାଦ୍ବାରା ଗଳାରେ ଯନ୍ତ୍ରଣା ହେବା ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ ।

ତେବେ ଆଜି ଆମେ ଆପଣଂକୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।

୧. ଏହି ଘରୋଇ ଉପଚାର ନିମନ୍ତେ ଯେଉଁ ସାମଗ୍ରୀ ଆବଶ୍ୟକ ହୋଇଥାଏ ସେହି ସାମଗ୍ରୀ ଗୁଡ଼ିକ ଆପଣ ମାନଙ୍କୁ ଅତି ସହଜରେ ମିଳି ଯିବ । ତେବେ ସେହି ସାମଗ୍ରୀ ଗୁଡ଼ିକ ହେଉଛି, ଦୁଇ କପ ପାଣି, ଜିରା, କିଛି ତୁଳସୀ ପତ୍ର ଏବଂ ଅଦା ।

୨. ପ୍ରଥମେ ଏକ ପାତ୍ରରେ ଦୁଇ କପ ପାଣି ନିଅନ୍ତୁ ଏବଂ ସେଥିରେ କିଛି ଜିରା ମିଶାନ୍ତୁ । ଜିରା ଥଣ୍ଡା ଜନିତ ସମସ୍ୟା ରେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏବଂ ଏହାସହିତ ଜିରା ଆପଣଙ୍କ ମୁଣ୍ଡ ବିନ୍ଧା ଏବଂ ବନ୍ଦ ନାକ ର ସମସ୍ୟା କୁ ମଧ୍ୟ ଦୂର କରିଥାଏ । ତେଣୁ ଜିରା ର ପ୍ରୟୋଗ ନିହାତି ଜରୁରୀ ହୋଇଥାଏ ।

୩. ଏହାପରେ ସେହି ପାଣିକୁ ଭଲ ଭାବରେ ଫୁଟାନ୍ତୁ । ପାଣିକୁ ସେତେ ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ପାଣି ଦେଢ଼ ଗ୍ଲାସ ପର୍ଯ୍ୟନ୍ତ ନ ହୋଇଛି । ଏହାପରେ ସେହି ପାଣିରୁ ଏକ ପାତ୍ରରେ କାଢି ଦିଅନ୍ତୁ ଏବଂ ସେଥିରୁ ଜିରା କୁ ଭଲ ଭାବରେ ଛାଣି ଦିଅନ୍ତୁ ଏବଂ ପାଣିକୁ ଅଲଗା କରି ଦିଅନ୍ତୁ ।

୪. ପାଣିକୁ ଅଲଗା କରିବା ପରେ ଆପଣଂକୁ ଶୁଦ୍ଧ ଜିରା ପାଣି ମିଳିଯିବ । ଏହା ପରେ ୮ଟି ତୁଳସୀ ପତ୍ର ନିଅନ୍ତୁ । ତୁଳସୀ ଥଣ୍ଡା ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଏବଂ ଏହା ଥଣ୍ଡା ଜନିତ ସମସ୍ୟା କୁ ତୁରନ୍ତ ଦୂର କରିଥାଏ । ଜିରା ପାଣିରେ ତୁଳସୀ ପତ୍ର କୁ ମିଶାନ୍ତୁ ଏବଂ ତାକୁ ପୁଣିଥରେ ଭଲ ଭାବରେ ଫୁଟାନ୍ତୁ ଏବଂ ସେଥିରେ ଏକ ଚାମଚ ଅଦା କୁ ମିଶାନ୍ତୁ ।

୫. ଏହି ପାଣିକୁ ଏକ ଗ୍ଲାସ ହେବା ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ ଏବଂ ଏହା ପରେ ଭଲ ଭାବରେ ଏକ ପାତ୍ରରେ ସେହି ପାଣିକୁ ଛାଣି ରଖନ୍ତୁ । ଏହାପରେ ଏହି ପାଣିକୁ ମିଠା କରିବା ନିମନ୍ତେ ଏଥିରେ ଅଳ୍ପ ମହୁ ମିଶାନ୍ତୁ । ମହୁ ପାଣିକୁ ମିଠା କରିବା ସହିତ ଗଳା ଯନ୍ତ୍ରଣା କୁ ମଧ୍ୟ ଦୂର କରିଥାଏ ।

୬. ଏହି କାଢ଼ା କୁ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ସକାଳ ସମୟରେ ସେବନ କରନ୍ତୁ । କାରଣ ସକାଳ ସମୟରେ ଏହାର ଲାଭ ଅଧିକ ମିଳିଥାଏ । ଏହାକୁ ସେବନ କରିବାର ଏକ ଘଣ୍ଟା ପୂର୍ବରୁ କିଛି ଖାଆନ୍ତୁ ନାହିଁ ଏବଂ ସେବନ ପରେ ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ । ଏହି କାଢ଼ା କୁ ଆପଣ ପ୍ରତିଦିନ ଦିନକୁ ଥରେ ସେବନ କରନ୍ତୁ । ଏହା ଥଣ୍ଡା ଜନିତ ସମସ୍ତ ସମସ୍ୟା କୁ ତୁରନ୍ତ ଦୂର କରିଥାଏ ।

ଏହି ସ୍ୱାସ୍ଥ୍ୟ ଟିପ୍ସ ଆପାଙ୍କ କାମରେ ନିଶ୍ଚୟ ଆସିବ । ଆଗକୁ ଏମିତି ସବୁ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *