ଭାତ ନା ରୁଟି କ ‘ଣ ଖାଇଲେ କମିବ ଓଜନ ? (Weight Loss Diet) Niharika Das

ନମସ୍କାର ବନ୍ଧୁଗଣ , ସାଧାରଣତ ଖାଦ୍ୟ ମଣିଷ ର ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଖାଦ୍ୟ କୁ  ଖାଇବା ଦ୍ଵାରା ମଣିଷ ଶକ୍ତି ପ୍ରାପ୍ତ ହୋଇଥାଏ ଏବଂ ନିଜର କାମ କୁ ଭଲ ଭାବରେ ସମ୍ପର୍ଣ୍ଣ କରିଥାଏ । ଖାଦ୍ୟ ମଣିଷ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭାଗ ଅଟେ । ସେ ଏହାକୁ କେବେ ଭୁଲି ନଥାଏ ପ୍ରତ୍ୟେକ ମଣିଷ  ଖାଦ୍ୟ ପାଇଁ କଷ୍ଟ କରିଥାଏ । ଖାଦ୍ୟ ଆମ ଶରୀର ପାଇଁ ଭଲ ହୋଇଥାଏ ଆମ କୁ ଶକ୍ତି, ବଳ  ପ୍ରଦାନ କରିଥାଏ ।

କିନ୍ତୁ ଅଧିକ ପରିମାଣ ରେ ଏହାକୁ ଖାଇବା ଶରୀର ପାଇଁ ଉଚିତ୍ ହୋଇନଥାଏ । ଅନେକ ସମସ୍ୟା ଶରୀର ମଧ୍ୟ ରେ ସୃଷ୍ଟି ହୋଇଥାଏ । କିଛି ଲୋକମାନଙ୍କ ଓଜନ ବଢିଯାଇଥାଏ ଯାହା ଫଳରେ ସେମାନେ ଚାଲିବା ଉଠିବା , ବସିବା ଆଦି କାମ କରିବାରେ ଅସୁବିଧା ହୋଇଥାଏ । ଓଜନ ବୃଦ୍ଧି ହେବା ଶରୀର ପାଇଁ ଠିକ ହୋଇ ନଥାଏ ।

ଡାକ୍ତରଙ୍କ ମତ ଅନୁସାରେ ଶରୀର ଓଜନ ନିୟମିତ ରହିବା ଉଚିତ୍ । ଯଦି ଏହା ଅଧିକ ହୋଇଯାଏ ତେବେ ଆମ ଶରୀର ଧୀରେ ଧୀରେ ନଷ୍ଟ ହେବାର ସମ୍ଭାବନା ରହିଥାଏ । ତେଣୁ ଆମକୁ ଖାଇବା ପ୍ରତି ଧ୍ୟାନ ଦେବା ଉଚିତ୍ ।   ଖାଦ୍ୟ କୁ ଖାଇବା ସହ କାମ କରିବା ମଧ୍ୟ ଜରୁରୀ ହୋଇଥାଏ । ଆମେ ଯେତେ ପରିମାଣରେ ଖାଦ୍ୟ ଖାଉଛି ସେତେ କାମ କରିବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ । ମାତ୍ର ଅନେକ ଲୋକମାନେ ଅଳସୁଆ କୁ ଭଲ ପାଇଥାନ୍ତି ।

ତେଣୁ ତିନି ଥର  ଭାତ ଖାଇ ଶୋଇଥାନ୍ତି ଏହା ଅନେକ ସମସ୍ୟା କୁ କିଣି ଆଣିଥାଏ । ଅନେକ ଲୋକ ମାନେ ଭାବିଥାନ୍ତି କି ଭାତ ନା ରୁଟି କାହାକୁ ଖାଇବା ଉଚିତ୍ । ଯଦି ଆପଣ ନିଜର ଓଜନ କୁ କମେଇବା ପାଇଁ ଭାତ ଖାଇବା ଛାଡି ଦେଉଛନ୍ତି । ତେବେ ଆମ କୁ କାର୍ବନ ହାଇଡ୍ରେଟ ମିଳିନଥାଏ । ଭାତ କୁ ଖାଇବା ଉଚିତ୍ , ମାତ୍ର ଏହାର ପରିଣାମ ଅନୁସାରେ ଖାଇବା ଦରକାର ବେଳେ ବେଳେ ଆମେ ଅଧିକ ଭାତ  ଖାଇଦେଇଥାଉ ।

ଅନେକ ସମୟରେ ଏହା ଉଚିତ୍ ହୋଇନଥାଏ , କିନ୍ତୁ ରୁଟି ଖାଇଲେ ଆମେ ପତଳା ହେଇଯିବୁ ଏହା ନୁହେଁ । ଆମ କୁ ଉଭୟ କୁ ଖାଇବା ଉଚିତ୍ । ମାତ୍ର ଆପଣ ଦିନକୁ ଥରେ ଭାତ  ଖାଇପାରିବେ ଏବଂ ରାତି ରେ ରୁଟି ଏପରି ନିଜର ଶାରୀର କୁ ସମତୁଲ ରଖି ପାରିବେ ।

ଏହା ଛଡା ଆପଣ  ଏହାକୁ ମଧ୍ୟ କରିପାରିବେ ଯେ ଘରେ ଆମିଷ ହେଇଥିଲେ ଭାତ ଖାଆନ୍ତୁ ଏବଂ ଯେଉଁ ଦିନ ସାଦା  ଭୋଜନ ହେଇଥାଏ ସେ ଦିନ ରୁଟି ଖାଆନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଡାଏଟ ଠିକ ରହିଥାଏ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭାଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *