ୟୁରିନ ଇନଫେକସନରୁ କିପରି ବଞ୍ଚିବେ ? ଜାଣନ୍ତୁ Dr Rajesh Arora ଙ୍କ ଠାରୁ…

ନମସ୍କାର ବନ୍ଧୁଗଣ, ୟୁରିନ ଇନଫେକସନ ସମୟରେ ବହୁତ କଷ୍ଟ ଅନୁଭବ ହୋଇଥାଏ । ଏହା ଏକ ସାଧାରଣ ରୋଗ ହେଲେ ମଧ୍ୟ ଯଦି ଏହା ବାରମ୍ବାର ହେଉଥାଏ ଏବଂ ଏହାର ସଠିକ ଚିକିତ୍ସା କରାନଯାଏ ତେବେ ଏହା ଆପଣଙ୍କ ଶରୀରକୁ ହାନି ପହଞ୍ଚାଇ ଥାଏ । ଏକ ବଡ ରୋଗର କାରଣ ହୋଇ ସାମ୍ନାକୁ ଆସିଥାଏ । ତେଣୁ ଯଦି ୟୁରିନ ଇନଫେକସନ ହେଉଛି ତେବେ ଏଥିପାଇଁ ଆପଣଙ୍କୁ କଣ କରିବାକୁ ପଡିବ କିଭଳି ଆପଣ ୟୁରିନ ଇନଫେକସନରୁ ମୁକ୍ତି ପାଇବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ତେବେ ଆସନ୍ତୁ ଜାଣିବା । ବ୍ୟାକ୍ଟେରିଆ ଯେତେବେଳେ ୟୁରିନ ରାସ୍ତା ଦେଇ ବ୍ଳାଡର କିମ୍ବା କିଡନୀକୁ ଚାଲିଯାଇଥାଏ ସେତେବେଳେ ୟୁରିନ ଇନଫେକ୍ସସନ ହୋଇଥାଏ । ୟୁରିନ ଇନଫେକସନ ହେବାର ଲକ୍ଷଣ ହେଉଛି ପରିସ୍ରା ସମୟରେ ଜଳା ପୋଡା ହୋଇଥାଏ । ପରିସ୍ରା ବସିବାରେ ବହୁତ କଷ୍ଟ ଲାଗିଥାଏ । ଏବଂ ବେଳେବେଳେ ଜର ମଧ୍ୟ ହୋଇଯାଇଥାଏ ।

ବାରମ୍ବାର ପରିସ୍ରା ହେବା ଦିନ ହେଉ କିମ୍ବା ରାତି । ମହିଳା ମାନଙ୍କ ଠାରେ ଏହା ଅଧିକ ହୋଇଥାଏ । ପାଣି ନପିଇବା କାରଣରୁ, ପବ୍ଲିକ ଟଏଲେଟ ବ୍ୟବହାର କରିବା ଫଳରେ ଏଭଳି ହୋଇଯାଇଥାଏ । ତେଣୁ ଏହା ପାଇଁ ଆପଣଙ୍କୁ ପାଣି ଅଧିକ ପିଇବା ଆବଶ୍ୟକ । ଏବଂ ପବ୍ଲିକ ଟଏଲେଟ କମ ବ୍ୟବହାର କରିବା ଉଚିତ ।

ୟୁରିନ ଇଂଫେକସନରୁ ବଞ୍ଚିବା ପାଇଁ ଆପଣଙ୍କୁ ପ୍ରତ୍ୟକ ଦିନ 3 ରୁ 4 ଲିଟର ପାଣି ପିଇବା ଆବଶ୍ୟକ ।  ଆଉ ରାତିରେ ଶୋଇବା ପୂର୍ବରୁ ଆପଣ ଏକ ଗ୍ଲାସ ପାଣି ପିଅନ୍ତୁ । ମହିଳା ମାନେ ନିଜର ଭାଜିନା କୁ ଭଲ ଭାବରେ ସଫା ରଖିବା ଦରକାର । ଲିକ୍ୟୁଡ ୱାଷ ଆପଣ ବ୍ୟବହାର କରନ୍ତୁ ସଫା ରଖିବା ପାଇଁ । ଏହା ଦ୍ୱାରା ବାରମ୍ବାର ଇନଫେକ୍ସସନ ହୋଇନଥାଏ ।

ଯେଉଁ ମହିଳାଙ୍କ ଠାରେ ବାରମ୍ବାର ଇନଫେକସନ ହେଉଛି ତେବେ କ୍ରାନ ବେରି ନାମକ ଏକ ଫଳର ଜୁସ କିମ୍ବା ତାହାର କାପସୁଲ ମଧ୍ୟ ରହିଛି ଯାହାର ସେବନ ଦ୍ଵାରା ବାରମ୍ବାର ପରିସ୍ରା ଇନଫେକସନ ହେବା କମ ହୋଇଯାଇଥାଏ । ଏହି ସବୁ ଭିତରେ ସବୁଠାରୁ ମୁଖ୍ୟ ହେଉଛି ଏଥିପାଇଁ ପାଣି । ଆପଣ ପ୍ରଚୁର ମାତ୍ରାରେ ପାଣି ପିଇବା ଦ୍ଵାରା ଏଥିରୁ ସହଜରେ ଆରାମ ପାଇପାରିବେ । ଆପଣ ଖାଉଥିବା ଜଙ୍କ ଫୁଡ ଏବଂ ଫାଷ୍ଟ ଫୁଡକୁ ଆଭଏଡ କରିବା ଦରକାର ।

ଲୋକମାନଙ୍କୁ ଯଦି ବି ୟୁରିନ ଇନଫେକ୍ସସନ ହେଉଛି ତେବେ ତାହାକୁ ଅଣଦେଖା କରିବା ଉଚିତ ନୁହେଁ । ଯଦି ହେଉଛି ତେବେ ତୁରନ୍ତ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । ଏହିଭଳି ଭାବରେ ଆପଣ ନିଜର ଯତ୍ନ ନେବା ଦ୍ଵାରା ୟୁରିନ ଇନଫେକସନ ରୁ ମୁକ୍ତି ପାଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଲାଭକାରୀ ରହିବ ।

Leave a Reply

Your email address will not be published. Required fields are marked *