ନିଜ ପର୍ସରେ ରଖି ନିଅନ୍ତୁ ଏହି ଗଛର ପତ୍ର ! ଜୀବନରେ କେବେବି ଧନର ସମସ୍ଯା ସାମ୍ନା କରିବାକୁ ପଡିବ ନାହିଁ…

ନମସ୍କାର ବନ୍ଧୁଗଣ, ଟଙ୍କାରେ ଚାଲୁଥିବା ଦୁନିଆର ଲୋକଙ୍କ ପାଇଁ ଟଙ୍କାର ଆବଶ୍ୟକତା ବହୁତ ରହିଛି । କିନ୍ତୁ କିଛି ଲୋକ ଯେତେ କଷ୍ଟ କଲେ ମଧ୍ୟ ଟଙ୍କା ରୋଜଗାର କରି ନିଜ ଗୁଜୁରାଣ ଠିକରେ ମେଣ୍ଟାଇ ପାରୁନାହାନ୍ତି । ଏହାର ଅର୍ଥ ହୋଇଥାଏ ନିଶ୍ଚୟ ତାଙ୍କର କିଛି ଗ୍ରହ ଦୋଷ ରହିଛି । ତେବେ ଏହାକୁ ଦୂର କରିବା ସହ ଘରକୁ ଟଙ୍କା ଆସିବାର ବାଟ ଖୋଲିବା ପାଇଁ ଆପଣ ନିଜ ପର୍ସରେ ରଖନ୍ତୁ ଏହି ଗଛର ପତ୍ର । ତେବେ ଆସନ୍ତୁ ଜାଣିବା ସେହି ପତ୍ର ସମ୍ପର୍କରେ ।

ଜୀବନରେ ଟଙ୍କାର ଅଭାବ କେହି ମଧ୍ୟ ଚାହିଁ ନଥାନ୍ତି । ଖାଲି ପର୍ସ ଦେଖିବାର କଷ୍ଟକୁ କେହି ବି ଅନୁଭବ କରିବା ପାଇଁ ଚାହିଁ ନଥାନ୍ତି ସମସ୍ତଙ୍କ ମନରେ ଗୋଟିଏ ଇଚ୍ଛା ଥାଏ ସେମାନେ କିଭଳି ଟଙ୍କା ରୋଜଗାର କରିବେ ଆଉ  ଭଲରେ ବଞ୍ଚିବେ । କିନ୍ତୁ ଭାଗ୍ୟକୁ ମଣିଷ ଜୀବନରେ ଏଭଳି ପରିସ୍ଥିତି ଆସିଯାଏ ଯେତେବେଳେ କି ଆପଣଙ୍କ ପର୍ସ ସମ୍ପୂର୍ଣ ରୂପରେ ଖାଲି ହୋଇଯାଏ ।

ଯାହାଦ୍ୱାରା ଆପଣ ଅଭାବି ଜୀବନ ବିତାଇଥାନ୍ତି । କିନ୍ତୁ ଆପଣଙ୍କ ଜୀବନରେ ଆସୁଥିବା ଅସୁବିଧା ଆପଣଙ୍କ ପର୍ସରେ ରଖୁଥିବା କିଛି ଅନୁଚିତ ବସ୍ତୁ ପାଇଁ ଆସିଥାଏ । ଯାହାର ଜ୍ଞାନ ଆପଣଙ୍କୁ ନାହିଁ । ଆପଣଙ୍କୁ ନିଜ ପର୍ସରେ ଓସ୍ତ ଗଛର ପତ୍ର ରଖିବା ଉଚିତ । ଓସ୍ତ ପତ୍ରକୁ ଆପଣ ପୂଜା କରି ସେଥିରେ ନାଲି ସୂତା ବାନ୍ଧି ତାହାକୁ ଆପଣଙ୍କ ପର୍ସରେ ରଖିବାକୁ ପଡିବ ।

କାରଣ କୁହାଯାଏ ଓସ୍ତ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ଏବଂ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କ ସ୍ଵାମୀ ଅଟନ୍ତି । ଏହି କାରଣ ହେତୁ ଯଦି ଆପଣ ଏହି ପତ୍ରକୁ ଆପଣଙ୍କ ପର୍ସରେ ରଖୁଛନ୍ତି ତେବେ ଆପଣଙ୍କୁ ଭଗବାନ ବିଷ୍ଣୁଙ୍କ ଧନଦେବୀ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ବି ପ୍ରାପ୍ତ ହୋଇଥାଏ । ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ ଆଉ କେବେ ମଧ୍ୟ ଟଙ୍କାର ଅଭାବ ଦେଖା ନାହିଁ ।

ଏହା ବ୍ଯତୀତ ଆପଣଙ୍କ ନିଜ ପର୍ସରେ ଧଳା କଉଡି ରଖିବା ଦ୍ଵାରା ମଧ୍ୟ ଧନ ବୃଦ୍ଧି ହୋଇଥାଏ । ଧଳା କଉଡି ମାଆ ଲକ୍ଷ୍ମୀଙ୍କ ପ୍ରିୟ ଅଟେ । ତେଣୁ ଏହି କଉଡି ଯେଉଁ ସ୍ଥାନରେ ଥାଏ ମା ଲକ୍ଷ୍ମୀବି ସେହି ସ୍ଥାନରେ ବାସ କରିଥାନ୍ତି । ଆପଣ ନିଜ ପର୍ସରେ କଉଡି ରଖିବା ଦ୍ଵାରା ଆପଣଙ୍କ ଜୀବନରେ ଧନର ଆଗମନକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ।

ଆପଣ ଚାହିଁଲେ ଏକ ଶ୍ରୀଜନ୍ତ୍ର ଆଣି ତାହାକୁ ମଧ୍ୟ ପର୍ସରେ ପୂଜା କରି ରଖିପାରିବେ ଏହା ମଧ୍ୟ ଆପଣଙ୍କ ପାଇଁ ଲାଭକାରୀ ରହିବ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ପାଖକୁ ଟାଣି ହୋଇ ଆସିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *