ଠାକୁର ଘରେ ଭଗବାନଙ୍କ ପାଖରେ ଦୀପ ଓ ଧୂପ କିପରି ଲଗାଇବା ଉଚିତ ! ଜାଣନ୍ତୁ ଦୀପ ପ୍ରଜ୍ଵଳନର ସଠିକ ବିଧି ! Puja Tips  

ନମସ୍କାର ବନ୍ଧୁଗଣ, ଅନେକ କଥାର ଧ୍ୟାନ ରଖିବା ସମ୍ଭବ ହୋଇନଥାଏ ଆମ ପକ୍ଷରେ । କିନ୍ତୁ କିଛି ଖାସ ଏବଂ ଗୁରୁତ୍ବପୂର୍ଣ କଥାର ଧ୍ୟାନ ରଖିବା ସହ ପାଳନ କରିବା ଦ୍ଵାରା ଭଲ ହୋଇଥାଏ । ଆପଣ ନିଜର ପ୍ରତ୍ୟକ ଦିନର ଜୀବନରେ ଅଜାଣତରେ କିଛି ଛୋଟ ଭୁଲ କରିବସନ୍ତି  ଯାହା ଆପଣଙ୍କ ଜୀବନରେ ଦାରିଦ୍ରତାକୁ ବୃଦ୍ଧି କରିବାରେ ଲାଗିଥାଏ । ତେଣୁ ଆମେ ଆପଣଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ଭୁଲକୁ ଆପଣ କିଭଳି ସୁଧାରୀ ଜୀବନରେ ଧନ ସମ୍ପତ୍ତି ଏବଂ ସୁଖର ଆଗମନ କରିବା ପାଇଁ ସଫଳ ହେବେ ।

1- ଗଣେଶଙ୍କୁ ତୁଳସୀ ପତ୍ର ଛଡା ଅନ୍ୟ ସବୁ ପ୍ରିୟ ହୋଇଥାଏ । ତେଣୁ ତାଙ୍କ ପୂଜାରେ ଏହି ତ୍ତୁଳସୀ ପତ୍ର ବ୍ୟବହାର କରିବା ଉଚିତ ନୁହେଁ । 2- ଅଗାଧୁଆ ତୁଳସୀ ପତ୍ର ତୋଳି ତାହାକୁ ପୂଜାରେ ବ୍ୟବହାର କରିବା ଦ୍ଵାରା ଦେବତା ମାନେ ତାହାକୁ ସ୍ଵୀକାର କରିନଥାନ୍ତି । 3- ରବିବାର ଦିନ ଦୁବ ଘାସ ଛିଡାଇବା ଅଶୁଭ ହୋଇଥାଏ । ଏବଂ ଏହିଦିନ କେତକୀ ଫୁଲ ମହାଦେବଙ୍କ ପୂଜାରେ ଲାଗିନଥାଏ ।

4- ଠାକୁରଙ୍କ ସାମ୍ନାରେ ଜଳୁଥିବା ଦୀପ କେବେ ମଧ୍ୟ ଲିଭାଇବା ଉଚିତ ନୁହେଁ ଏହା ଅମଙ୍ଗଳ ହୋଇଥାଏ । 5- ତୁଳସୀ ପତ୍ର କେବେ ମଧ୍ୟ ମଧ୍ୟାନ ପରେ ଗ୍ରହଣ କରିବା ଉଚିତ ନୁହେଁ । ଏବଂ ନିଜେ ବ୍ୟବହାର କରିବା ଅନୁଚିତ । 6- ପୂଜା କରୁଥିବା ସମୟରେ ଯଦି ଆପଣଙ୍କ ଘରକୁ କେହି ଗୁରୁଜନ ଆସନ୍ତି ତେବେ ତାଙ୍କୁ ପ୍ରଣାମ କରିବା ପରେ ଯାଇ ପୂଜା କାର୍ଯ୍ୟ ସମାପନ କରିବା ମଙ୍ଗଳକାରୀ ହୋଇଥାଏ ।

7- ଠାକୁର ପୂଜା ସମୟରେ ଜଳୁଥିବା ଦୀପରୁ ଆଉ ଏକ ଦୀପ ଲଗାଇବା ଉଚିତ ହୋଇନଥାଏ । ଏହାଦ୍ୱାରା ଦାରିଦ୍ରତା ଦେଖା ଦେଇଥାଏ । ରୋଗ ଗ୍ରସ୍ତ ମଧ୍ୟ ହେବାକୁ ପଡିଥାଏ । 8- ଦକ୍ଷିଣ ଦିଗକୁ ମୁଖ କରି ଦୀପ ରଖିବା ଉଚିତ ନୁହେଁ । କିମ୍ବା ଦୀପରୁ ଧୂପକାଠି ଲଗାଇବା ଦ୍ଵାରା ଆପଣଙ୍କ ଜୀବନରେ ଦାରିଦ୍ରତା ଆସିଥାଏ ।

9- କୌଣସି ଦେବୀଙ୍କୁ ପୂଜା କରିବା ସମୟରେ ଉଭୟ ବାମ ଏବଂ ଦକ୍ଷିଣ ପାର୍ଶ୍ଵରେ ଦୀପ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । 10- ଠାକୁରଙ୍କ ମୂର୍ତ୍ତିକୁ ସଫା କରିବା ସମୟରେ ମୂର୍ତ୍ତିକୁ ଆଙ୍ଗୁଠିରେ ରଗଡିବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହୋଇଥାଏ । 11- ଠାକୁର ଘରେ ସକାଳେ ଏବଂ ସନ୍ଧ୍ୟା ବେଳେ ଦୁଇଟି ଦୀପ ଜାଳିବା ଉଚିତ । ଗୋଟିଏ ତେଲ ଦୀପ ଏବଂ ଅନ୍ୟଟି ଘିଅ ଦୀପ ଲଗାଇବା ଉଚିତ । ଏହା ଆପଣଙ୍କ ପାଇଁ ମଙ୍ଗଳ ହୋଇଥାଏ ।

12-  ସୂର୍ଯ୍ୟ, ଗଣେଶ, ଶିବ, ଦୂର୍ଗା ଏବଂ ବିଷ୍ଣୁ ଏହି ପଞ୍ଚ ଦେବତାଙ୍କୁ ପ୍ରତ୍ୟକ ଦିନ ପୂଜା କରିବା ଦ୍ଵାରା ଶୁଭ ଫଳ ମିଳିଥାଏ । ଏବଂ ଆପଣଙ୍କୁ ଲକ୍ଷ୍ମୀ କୃପା ପ୍ରାପ୍ତ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *