କ’ ଣ ଆପଣ କେବେ Vitamin-E କ୍ୟାପସୁଲ ବ୍ୟବହାର କରିଛନ୍ତି ? ଜାଣନ୍ତୁ Vitamin-E ର ଜବରଦସ୍ତ ଫାଇଦା ! Salim Zaidi

ନମସ୍କାର ବନ୍ଧୁଗଣ, ଆମ ଶରୀର ପାଇଁ ଭିଟାମିନର ଆବଶ୍ୟକତା ଅଧିକ ରହିଛି । ଭିଟାମିନର ଅନେକ ପ୍ରକାରର ଅଟେ ସେଥି ମଧ୍ୟରୁ ଭିଟାମିନ-E ଆମ ଶରୀରକୁ ଅନେକ ପ୍ରକାର ଫାଇଦା ଯୋଗାଇ ଦେଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଭିଟାମିନ-E ଆପଣ ପ୍ରତ୍ୟକ ଦିନ ଖାଇବା ଦ୍ଵାରା ଆପଣଙ୍କୁ କେଉଁସବୁ ଚମତ୍କାରୀ ଫାଇଦା ମିଳିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଭିଟାମିନ-E ରୁ ମିଳୁଥିବା ଫାଇଦା ସମସ୍ତ ସମ୍ପର୍କରେ ।

ଭିଟାମିନ- E ଆପଣ ଖାଇବା ଦ୍ଵାରା ଆପଣଙ୍କ ହାର୍ଟ ସୁରକ୍ଷିତ ରହିଥାଏ । ଏହା ଆପଣଙ୍କ ଶରୀରରୁ ଷ୍ଟ୍ରେସକୁ କମ କରିଥାଏ । ଆପଣଙ୍କ ଶରୀରରେ ବଢୁଥିବା ଖରାପ କୋଲେଷ୍ଟ୍ରଲକୁ କମ କରିଥାଏ । ଆପଣଙ୍କ ଶରୀରରୁ ଟ୍ରାଇଗ୍ଲିସେରାଇଡ ମଧ୍ୟ କମ କରିଥାଏ । ଆପଣଙ୍କ ବ୍ଲଡ଼ ପ୍ରେସର ଉପରେ ମଧ୍ୟ ଏହା ମଧ୍ୟ ପ୍ରଭାବ ପକାଇଥାଏ । ବ୍ଲଡ଼ ପ୍ରେସରକୁ ଏହା ନିୟନ୍ତ୍ରଣରେ ରଖିଥାଏ ।

ତେଣୁ ଭିଟାମିନ-E କ୍ୟାପସୁଲ ନେବା ଦ୍ଵାରା ଆପଣଙ୍କ ହାର୍ଟ ସୁସ୍ଥ ରହିଥାଏ । ଏହାକୁ ଖାଇବା ଦ୍ଵାରା ଯେଉଁ ମାନଙ୍କ ଠାରେ ନନ ଆଲକହଲିକ ଫ୍ୟାଟି ଲିଭର ସମସ୍ୟା ରହିଥାଏ ତାହା ଦୂର ହୋଇଥାଏ । ଭିଟାମିନ- e ଆପଣଙ୍କ ଲିଭରରେ ଜମା ହୋଇଥିବା ଫ୍ୟାଟକୁ କମ କରିବାର କାମ କରିଥାଏ ।

ମହିଳାମାନଙ୍କୁ ପିରିଅଡ ସମୟରେ ହେଉଥିବା କଷ୍ଟକୁ କମ କରିଥାଏ ଭିଟାମିନ-e କ୍ୟାପସୁଲ । ଆପଣଙ୍କ ଚେହରା ପାଇଁ ଭିଟାମିନ-e ବହୁତ ଫାଇଦା ଆଣିଦେଇଥାଏ । ଏହା ଆପଣଙ୍କ ସ୍କିନକୁ ଉଜ୍ଵଳ କରିବାର କାମ କରିଥାଏ । ଆପଣଙ୍କ କେଶ ସହ ଥିବା ସମସ୍ୟାକୁ ମଧ୍ୟ ଏହା ଦୂରେଇ ଦେଇଥାଏ । ଆପଣ ନିୟମିତ ଭିଟାମିନ- e ବ୍ୟବହାର କରିବା ଦ୍ଵାରା ଆପଣଙ୍କ ମସ୍ତିସ୍କର ସ୍ମରଣ ଶକ୍ତି ବଢିଥାଏ । ଏହା ବୟସ୍କ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଭଲ ଭିଟାମିନ ସୋର୍ସ ଅଟେ ।

ବୟସ ବଢିବା କାରଣରୁ ଆପଣଙ୍କ ଶରୀରରେ ଯେଉଁ ଅଲଗା ଅଲଗା ସମସ୍ୟା ସବୁ ବାହାରିଥାଏ ସେହିସବୁକୁ ବହୁ ମାତ୍ରାରେ କମ କରିଦେଇଥାଏ । ଏହା ସହିତ ଭିଟାମିନ-e ଆପଣଙ୍କ ବୋନ ଏବଂ ଜଏଣ୍ଟକୁ ବି ମଜବୁତ କରିଥାଏ । ରୋଗପ୍ରତିରୋଧକ ଶକ୍ତିକୁ ଏହା ବଢାଇ ଦେଇଥାଏ । ଭିଟାମିନ- e ଫୁସଫୁସ ପାଇଁ ବହୁତ  ଭଲ ହୋଇଥାଏ । ଏହା ଆପଣଙ୍କ ନିଶ୍ଵାସ ପ୍ରଶ୍ଵାସ ପ୍ରଣାଳୀ ପାଇଁ ଅଧିକ ଫାଇଦା ଆଣିଦେଇଥାଏ ।

ଭିଟାମିନ-e ଆପଣଙ୍କ ଫୁସଫୁସ ଭିତରେ ପଲ୍ୟୁସନର ଅସରକୁ କମ କରିଥାଏ । ଆସ୍ଥମା ଭଳି ବିମାରୀ ହେବାର ଆଶଙ୍କା କମିଯାଇଥାଏ । ଭିଟାମିନ-e ଖାଇବା ଦ୍ଵାରା ପୁରୁଷ ମାନଙ୍କ ସ୍ପର୍ମ ସଂଖ୍ୟା ବଢିଥାଏ । ସ୍ପର୍ମ ସୁସ୍ଥ ହୋଇଥାଏ । ଏବଂ ଓଭମ ମଧ୍ୟ ସୁସ୍ଥ ରହିଥାଏ । ତେଣୁ ସମୟ ଅନୁଯାୟୀ ଓଭୁଲେସନ ପ୍ରକ୍ରିୟା ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *