ନାରୀମାନେ ତାଙ୍କ ସ୍ଵାମୀଙ୍କୁ ଭୁଲରେ ବି କୁହନ୍ତି ନାହିଁ ଏହି 6 ଟି କଥା, ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ , ନାରୀମାନଙ୍କ ପେଟରେ କୋଣସି ବିଷୟ ରହେ ନାହିଁ ବୋଲି କହିଥାନ୍ତି । ନାରୀମାନେ ସବୁ ବେଳେ ଶୁଣି ଥିବା ବିଷୟକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବାରେ ବହୁତ ଆନନ୍ଦ ଅନୁଭବ କରିଥାନ୍ତି । ତେଣୁ ନିଜର ପେଟରେ ନ ରଖି ଯିଏ ବି ଦେଖା ଯାଆନ୍ତି ତାଙ୍କ ସହିତ କହିଥାନ୍ତି । କିନ୍ତୁ ନାରୀମାନଙ୍କ ଏମିତି କିଛି ବିଷୟ ରହିଛି ଯାହାକୁ ସ୍ତ୍ରୀ ମାନେ କଦାପି କହିନଥାନ୍ତି ।

ଆଜି ଆମେ ଜାଣିବା ନାରୀମାନେ ତାଙ୍କ ସ୍ଵାମୀଙ୍କୁ କେଉଁ ଛଅ ଟି କଥା ଲୁଛାଇଥାନ୍ତି । ନାରୀମାନଙ୍କ ଜୀବନରେ ଏମିତି କିଛି କଥା କୁ ସେମାନେ ନିଜର ଜୀବନସାଥି କୁ ମଧ୍ୟ କହିନଥାନ୍ତି । ଏହା କେବଳ ସ୍ତ୍ରୀମାନଙ୍କ ଠାରେ ଘଟିଥାଏ ତାହା ନୁହେ , କିନ୍ତୁ ଉଭୟଙ୍କ ଜୀବନରେ ଏହା ଘଟିଥାଏ । ପୁରୁଷ  ପାଇଁ ସ୍ତ୍ରୀ ର ମନର କଥା ବୁଜିବା ଏକ କଷ୍ଟକର କଥା ଅଟେ । ଆଜି ଯାଏ ଏଭଳି ଏକ ପୁରୁଷ ନାହିଁ ଯିଏ ତାହାର ସ୍ତ୍ରୀ ର କଥା ଅତି ସହଜ ରେ ବୁଝିଥାଏ । କିନ୍ତୁ ନାରୀ ଭିତରେ ଏମିତି ଏକ ବିଷୟ ରହିଥାଏ ଯାହାକୁ ସେମାନେ କାହାରି ସହିତ କହିନଥାନ୍ତି ।

ଏହି ବିଷୟ କୁ ସେମାନେ ସ୍ଵାମୀ ଏବଂ ସାଙ୍ଗ ସାଥି କୁ ମଧ୍ୟ କହିନଥାନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ପ୍ରଥମ – ନାରୀମାନେ କିଛି ଖୁସି ଅନୁଭବ ଅନୁଭବ କରିଲା ସମୟରେ କେମିତି ଅନୁଭବ କରିଥାନ୍ତି , ତାହାକୁ ନିଜର ସ୍ଵାମୀ କହିନଥାନ୍ତି । ଯଦି କହିଥାନ୍ତି ତେବେ ମିଛ ହିଁ କହିଥାନ୍ତି ।  ଦ୍ଵିତୀୟ – ଶାରୀରିକ ବିଷୟ ନ ହେଲେ ମଧ୍ୟ ସ୍ତ୍ରୀ ତାଙ୍କ ପ୍ରଥମ ପ୍ରେମ କୁ କଦାପି ଭୁଲି ପାରନ୍ତି ନାହିଁ।

ସ୍ତ୍ରୀ ତାଙ୍କ ସ୍ଵାମୀ କୁ ଏହି କଥା କହିନଥାନ୍ତି ଯେ ତାଙ୍କ ମନ ର ଗୋଟିଏ କୋଣରେ ସେ ପୁଅ ପ୍ରତି ଭଲ ପାଇବା ଅଛି ବୋଲି । ତୃତୀୟ – ଯଦି ସ୍ଵାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ ଝଗଡା ହୋଇଥାଏ ତେବେ ସ୍ତ୍ରୀମାନେ ଚୁପ ହେଇଯାଇଥାନ୍ତି । କିନ୍ତୁ ମନରେ ହାର ମାନି ନଥାନ୍ତି ଏହି ବିଷୟକୁ ସ୍ଵାମୀ କୁ କହିନଥାନ୍ତି । ଏହି ପରିସ୍ଥିତିରେ ଝଗଡା କୁ ନ ବଢେଇ ଘର ପରିସ୍ଥିତି କୁ ଶାନ୍ତ ରଖିବା ପାଇଁ ଚୁପ ହେଇଯାନ୍ତି ।

ଚର୍ତୁର୍ଥ – ସ୍ତ୍ରୀମାନେ ନିଜର ରୋଗ ବିଷୟରେ ସ୍ଵାମୀଙ୍କୁ କହିନଥାନ୍ତି । କାରଣ ସେମାନେ ଚାହିନଥାନ୍ତି ଯେ ଏହାକୁ ଶୁଣି ତାଙ୍କ ସ୍ଵାମୀ ଚିନ୍ତିତ ହୁଅନ୍ତୁ ନୋଳି । ତେଣୁ ଯେତେ ବି କଷ୍ଟ ଯନ୍ତ୍ରଣା ହେଲେ ମଧ୍ୟ କାହାକୁ କହିନଥାନ୍ତି । ପଞ୍ଚମ – ସ୍ତ୍ରୀଙ୍କ ପାଖରେ ସବୁ ବେଳେ ଛୋଟ ବଡ ପୁଞ୍ଜି ଥାଏ ଯାହାକୁ ସେମାନେ ସଞ୍ଚୟ କରି ରଖିଥାନ୍ତି ଏବଂ ଏହି ବିଷୟ କୁ ସ୍ଵାମୀ ଠାରୁ ଲୁଚେଇ ରଖିଥାନ୍ତି ।

କିନ୍ତୁ ଯଦି ସ୍ଵାମୀଙ୍କ ର ଆବଶ୍ୟକ ପଡିଥାଏ ସେହି ସମୟରେ ସ୍ଵାମୀଙ୍କୁ ସାହାଯ୍ୟ କରିଥାନ୍ତି । ଷଷ୍ଟ – ସ୍ତ୍ରୀମାନେ ତାଙ୍କ ସାଙ୍ଗ କୁ ସବୁ କଥା ବାଣ୍ଟି ଥାନ୍ତି , କିନ୍ତୁ ତାଙ୍କ ସ୍ଵାମୀଙ୍କୁ କହିଥାନ୍ତି ଯେ ସେ ଏହି କଥା କାହା କୁ ବି କହିନାହାନ୍ତି ବୋଲି । ଏହି ୬ ଟି କଥାକୁ ସ୍ତ୍ରୀ ସ୍ଵାମୀ ଠାରୁ ଲୁଚେଇ ରଖିଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *