Astrology- ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ନିଜର ରାଶି ଓ ନିଜ ଜୀବନର କିଛି ଗୂଢ ରହସ୍ୟ

ନମସ୍କାର ବନ୍ଧୁଗଣ ,ମୁ ଆଜି ଆପଣମାନଙ୍କୁ ନିଜର ନାମ ର ପ୍ରଥମ ଅକ୍ଷର ଦ୍ଵାରା କିପରି ଜାଣିବା ଆମର ରାଶି ବିଷୟରେ ।   ଆମ ଜୀବନରେ ଆମ ନାମ ର ପ୍ରଥମ ଅକ୍ଷର ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ପୁରୁଣା ମାନ୍ୟତା ଅନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ରମା ଯେଉଁ ରାଶିରେ ଥାଏ ସେହି ରାଶି ଅନୁସାର ବ୍ୟକ୍ତିର ନାମକରଣ କରାଯାଇଥାଏ । ଅଥାର୍ତ ରାଶିର ପ୍ରଥମ ଅକ୍ଷର ରୁ ନାମ ବାହାର କରାଯାଇଥାଏ ।

ଯଦି ଆପଣଙ୍କ  ନାମ ଚୁ , ଚେ , ଚୋ ,ଲା , ଲୀ , ଲୁ , ଲେ , ଲୋ ଆଦିରେ ଆପଣଙ୍କ ନାମ ପ୍ରଥମ ଅକ୍ଷର ପ୍ରାରମ୍ଭ ହୋଇଥାଏ , ତେବେ ଆପଣଙ୍କ ରାଶି ମେଷ ହୋଇଥାଏ । ଯଦି ଆପଣଙ୍କ ନାମ ଇ , ଊ ,ଏ, ଓ ,ବା ,ବି ,ବେ, ବୋ ଆଦୀରୁ ପ୍ରାରମ୍ଭ ହୋଇଥିବା ନାମ ବୃଷ ରାଶିରେ ଆସିଥାଏ । ଯଦି ଆପଣଙ୍କ ନାମ କା , କି , କୁ , ଘ , କେ , କୋ ,ହା ଆଦି ରୁ ପ୍ରାରମ୍ଭ ହୋଇଥାଏ , ତେବେ ଆପଣଙ୍କ ରାଶି ମିଥୁନ ଅଟେ । ଏହି ଅକ୍ଷରରୁ ପ୍ରାରମ୍ଭ ହୋଇଥିବା ନାମ ର ରାଶି ମିଥୁନ ଅଟେ ।

ଯଦି ଆପଣଙ୍କ ନାମ ହି ,ହୁ , ହୋ , ହେ , ଡୋ , ଡ , ଡୂ , ଡେ ଆଦି ରୁ ଆପଣଙ୍କ ଅକ୍ଷର ପ୍ରାରମ୍ଭ ହୋଇଥାଏ , ତେବେ ଆପଣଙ୍କ ରାଶି କର୍କଟ ଅଟେ ।  ଯଦି ଆପଣଙ୍କ ନାମ ମା , ମୁ , ମି , ମେ ,ମୋ ,ଟା , ଟି , ଟୁ , ଟେ ଆଦି ରେ ପ୍ରାରମ୍ଭ ହୋଇଥାଏ । ତେବେ ଆପଣଙ୍କ ରାଶି ସିଂହ ରାଶି ହୋଇଥାଏ । ଯଥା ଏହି ଅକ୍ଷରରୁ ଯେଉଁ ମାନଙ୍କ ନାମ ପ୍ରାରମ୍ଭ ହୋଇଥାଏ ସେମାନେ ସିଂହ ରାଶିର ହୋଇଥାନ୍ତି । ଯଦି ଆପଣଙ୍କ ନାମ ଟୋ , ପା , ପି , ପୁ , ପେ , ଡ , ଢ , ଠ , ଷ ଆଦି ରୁ ଆପଣଙ୍କ ନାମ ର ପ୍ରଥମ ଅକ୍ଷର ପ୍ରାରମ୍ଭ ହୋଇଥାଏ । ଏମାନେ କନ୍ୟା ରାଶି ହୋଇଥାନ୍ତି ।

ଯଥା ଯେଉଁ ମାନଙ୍କ ନାମ ଏହି ଅକ୍ଷର ରେ ପ୍ରାରମ୍ଭ ହୋଇଥାଏ ସେମାନେ  କନ୍ୟା ରାଶିର ହୋଇଥାନ୍ତି । ଯଦି ଆପଣଙ୍କ ନାମ ରା , ଋ , ରୁ , ରୋ , ରେ , ତା , ତି , ତୁ ତେ  ଆଦି ରୁ ଷ୍ଟାର୍ଟ ହୋଇଥାଏ ତେବେ ଆପଣମାନେ ତୁଳା ରାଶିର ହୋଇଥାନ୍ତି । କାରଣ ଯେଉଁମାନଙ୍କ ନାମ ପ୍ରଥମ ଅକ୍ଷୟ ଏହି  ଅକ୍ଷର ରୁ ପ୍ରାରମ୍ଭ ହୋଇଥାଏ ସେମାନେ ତୁଳା ରାଶିର ହୋଇଥାନ୍ତି । ଯଦି  ଆପଣଙ୍କ ନାମ ତୋ , ନା , ନି , ନୁ , ନେ , ନୋ , ୟା , ୟି , ୟୁ ଆଦି ରୁ ଷ୍ଟାର୍ଟ ହୋଇଥାଏ , ତେବେ ଆପଣ ବିଛା ରାଶିର ହୋଇଥାନ୍ତି ।

ଯେ କୋଣସି ବ୍ୟକ୍ତିଙ୍କ ନାମ ର ପ୍ରଥମ ଅକ୍ଷର ଏହି ଅକ୍ଷର ରୁ ଷ୍ଟାର୍ଟ ହୋଇଥାଏ ସେମାନେ ବିଛା ରାଶି ହୋଇଥାନ୍ତି । ଯଦି ଆପଣଙ୍କ ନାମ ୟୋ , ଭା , ଭୂ , ଭି , ଧା , ଫା , ରେ  ଆଦି ରୁ ଷ୍ଟାର୍ଟ ହୋଇଥାଏ । ତେବେ ଆପଣଙ୍କ ରାଶି ଧନୁ ଅଟେ ।  ଏମାନେ ଧନୁ ରାଶିରେ ଆସିଥାନ୍ତି । ଯଦି ଆପଣଙ୍କ ନାମ ଭୋ , ଜା , ଜି , ଖି , ଖୁ , ଖେ , ଗା , ଗି ଆଦି ରୁ ଷ୍ଟାର୍ଟ ହୋଇଥାଏ ସେମାନେ ମକର ରାଶି ହୋଇଥାନ୍ତି । ତେଣୁ ବନ୍ଧୁଗଣ ଆପଣମାନେ ମଧ୍ୟ ନିଜର ନାମ ର ପ୍ରଥମ ଅକ୍ଷର ରୁ ଜାଣନ୍ତୁ ଆପଣଙ୍କ ରାଶି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *