କେଉଁ ପତ୍ର ଗଣେଶଙ୍କୁ ଅର୍ପଣକଲେ ତୀକ୍ଷ୍ଣ ବୁଦ୍ଧି ପ୍ରାପ୍ତ ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର ଆହୁରି 20 ଟି Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ବିଶେଷ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହାର ବ୍ୟବହାର ଆପଣଙ୍କର ଦୈନନ୍ଦିନ ଜୀବନରେ ଆସିବ । ୧- ସକାଳୁ ସ୍ନାନ କରିବା ପରେ ଗଙ୍ଗାଜଳରେ ଫୁଲ, ମହୁ, ଚାଉଳ, କ୍ଷୀର ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିବା ଦ୍ଵାର ଆୟୁ ବୃଦ୍ଧି ହୋଇଥାଏ ଓ ଅ-କା-ଳ ମୃ-ତ୍ୟୁ ଦୂର ହୋଇଥାଏ । ୨- ଭାନୁ ସପ୍ତମୀ ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ପୂଜା କରିଲେ କେବେ ବି ଅନ୍ଧତ୍ଵ, ଦାରିଦ୍ରତା, ଶୋକ ଗ୍ରସ୍ତ ହେବାକୁ ପଡି ନ ଥାଏ ।

୩- ଭାନୁ ସପ୍ତମୀ ଦିନ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ବୁଦ୍ଧିର ବିକାଶ ହେବ ସହ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ।

୪- ପୂଜା ସମୟରେ ଠାକୁରଙ୍କୁ ନଡିଆ ଅର୍ପଣ କରିବା ପରେ ପୁରୁଷ ନଡିଆ ଭାଗିଲେ ମଙ୍ଗଳକାରୀ ହୋଇଥାଏ । ଶଙ୍ଖରେ ଜଳ ରଖିକି ସେହି ଜଳକୁ ଚତୁଃ ପାର୍ଶ୍ଵରେ ସିଂଚନ କରିଲେ ବାତାବରଣ ଶୁଦ୍ଧ ହୋଇଥାଏ ।

୫- ଯଦି ପୂଜା ସମୟରେ ଘରକୁ ଗୁରୁ, ପୂଜକ, ଅତିଥି ଆସନ୍ତି ତେବେ ଶୁଭପ୍ରଦ ହୋଇଥାଏ । ପୂଜା ସମୟରେ ଠାକୁରଙ୍କ ମୁଣ୍ଡରୁ ଫୁଲ ଖସିଥାଏ ତେବେ ମନସ୍କାମନା ପୂରଣ ହେବାର ସଂକେତ ମିଳିଥାଏ ।

୬- ଶାସ୍ତ୍ର ଅନୁଯାୟୀ ଠାକୁର ପୂଜା କରିବା ସମୟରେ ଆଖିରୁ ଲୁହ ଆସିଲେ ମନରୁ ଖରାପ ଭାବନା ଦୂର ହେବାର ଓ ଆତ୍ମା ଶୁଦ୍ଧି ହେବାର ସଂକେତ ହୋଇଥାଏ ।

୭- ଠାକୁର ପୂଜା କରିବା ସମୟରେ ଧ୍ୟାନ ରଖିବା ଉଚିତ ଯେପରି ପୂଜା ମଧ୍ୟରେ ଦୀପ ଲିଭାଇବା ବା ଲିଭିବା ଅନୁଚିତ । ଏହା ଅଶୁଭ ହୋଇଥାଏ ।

୮- ଘିଅ ଦୀପ ଜଳାଇବା ସମୟରେ ଦୀପରେ ଧଳା ରଙ୍ଗର ବତୀ ବ୍ୟବହାର କରିବା ଉଚିତ ଓ ତେଲ ଦୀପରେ ନାଲି ରଙ୍ଗରେ ବତୀ ବ୍ୟବହାର କରିଲେ ମଙ୍ଗଳକାରୀ ହୋଇଥାଏ ।

୯- ଠାକୁର ପୂଜା ସମୟରେ ଭାଙ୍ଗି ଯାଇଥିବା ଦୀପ ଜାଳିବା ଅଶୁଭ ହୋଇଥାଏ । ଠାକୁର ପୂଜାରେ ଖଣ୍ଡିତ ସାମଗ୍ରୀ ବ୍ୟବହାର କରାଯିବା ଅନୁଚିତ ।

୧୦- ଠାକୁର ପୂଜା ସମୟରେ ନିଦ ଲାଗିବା ବା ହାଇ ମାରିବା ଅଶୁଭ ହୋଇଥାଏ ଏବଂ ପୂଜା ଅସଫଳ ହୋଇଥାଏ ।

୧୧- ରବିବାର ଦିନ ତୁଳସୀ ପତ୍ର ତୋଳିବା ଅନୁଚିତ । ଏହା ଦ୍ଵାରା ଠାକୁର ପ୍ରସନ୍ନ ହୋଇ ନ ଥାନ୍ତି ।

୧୨- ପୂଜା ସମୟରେ ଧୂପକାଠିର ବ୍ୟବହାର କରିବା ଅନୁଚିତ । କାରଣ ସେଥିରେ ବାଉଁଶ କାଠି ରହିଥାଏ ଓ ବାଉଁଶ ଅ-ନ୍ତି-ମ ସଂ-ସ୍କା-ର-ରେ ବ୍ୟବହାର ହୋଇଥାଏ ।

୧୩- ଦୀପକୁ କେବେବି ଭୂମିରେ ରଖିକି ଜଳାଇବା ଉଚିତ ନୁହେଁ ଏବଂ ଏହା ଧନ ହାନୀର ସମ୍ଭାବନା ଦେଖା ଯାଇଥାଏ ।

୧୪- ଓସ୍ତ ପତ୍ରରେ ଜୟ ଶ୍ରୀରାମ ଲେଖି ହନୁମାନଙ୍କୁ ଅର୍ପଣ କରିଲେ ଶୁଭପ୍ରଦ ହୋଇଥାଏ ଏବଂ ଶନିବାର ଦିନ ଓସ୍ତ ମୂଳରେ ଦୀପ ଜାଳିବା ଦ୍ଵାରା ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

୧୫- ବୁଧବାର ଦିନ ଭଗବାନ ଗଣେଶଙ୍କୁ ସମି ପତ୍ର ଚଢାଇବା ଦ୍ଵାରା ତୀକ୍ଷଣ ବୁଦ୍ଧି ପ୍ରାପ୍ତ ହେବା ସହ ଘରୁ କଳହ ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *