Hair Care Tips- ନଡିଆ ତେଲରେ ଏହି ଗୋଟିଏ ଜିନିଷ ମିଶେଇ ଲଗାନ୍ତୁ, ବାଳକୁ ଲମ୍ବା, ମୋଟା ଓ ଘନ ବନାନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁନ୍ଦର କେଶ ବହୁତ ଲୋକ କରିବା ପାଇଁ ତ ଚାହିଁଥାନ୍ତି । ଏଥିପାଇଁ ସେମାନେ ଭିନ୍ନ ଭିନ୍ନ ସାମ୍ପୁ ଓ ତେଲର ମଧ୍ୟ ବ୍ୟବହାର କରିଥାନ୍ତି । ଏହା କରିବା ସତ୍ବେ ମଧ୍ୟ କେଶରେ ବହୁତ ଗୁଡିଏ ସମସ୍ଯା ରହିଥାଏ । ଯେପରି କେଶ ଝଡିବା, ଅଧାରୁ ଛିଡିବା, କେଶ ଅଗ ଫାଟିଯିବା, କେଶ ପାଚିବା ଓ କେଶ ଠିକ ଭାବରେ ଗ୍ରୋଥ ନକରିବା । ତେଣୁ ଏହି ସମସ୍ଯା ସବୁ ଦୂର କରିବା ପାଇଁ ଆପଣଙ୍କୁ ଏକ ବହୁତ ସହଜ ରେମିଡି ପ୍ରସ୍ତୁତ କରିବାକୁ ପଡିବ ।

ଏହି ରେମିଡି ପାଇଁ କେବଳ ୨ ଟି ସାମଗ୍ରୀର ଆବଶ୍ୟକତା ପଡିବ । ସେହି ୨ ଟି ଜିନିଷ ହେଉଛି ନଡିଆ ତେଲ ଓ ଅନ୍ୟଟି ସୋରିଷ ତେଲ । ଏହି ୨ ତେଲର ମିଶ୍ରଣରେ ଆପଣ ଯେଉଁ ତେଲ ପ୍ରସ୍ତୁତ କରିବେ । ତାହା କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ତେଣୁ ଆପଣ ୧ ଚାମଚ ନଡିଆ ତେଲ ସହ ୧ ଚାମଚ ସୋରିଷ ତେଲ ମିଶାଇ ତାହାକୁ ଅଳ୍ପ ଗରମ କରିଦେବେ । ଆପଣ ନିଜ କେଶ ଅନୁସାରେ ଯେତିକି ତେଲର ଆବଶ୍ୟକତା ରହିଥିବ । ସେତିକି ତେଲ ହିଁ ବ୍ୟବହାର କରନ୍ତୁ । ଆପଣ ଚାହିଁଲେ ନଡିଆ ତେଲ ସହିତ ସୋରିଷ ତେଲର ପରିବର୍ତ୍ତେ ଅନ୍ୟ କୌଣସି ତେଲ ମଧ୍ୟ ଲଗାଇପାରିବେ ।

ଯେଉଁ ତେଲ ବ୍ୟବହାର କରୁଥିବେ । ସେହି ତେଲକୁ ହିଁ ନଡିଆ ତେଲ ସହିତ ମିଶାଇ ଲଗାନ୍ତୁ । ତାପରେ ଆପଣ ଏହି ତେଲକୁ ନିଜେ କେଶରେ ଲଗାଇବେ । ଏଥିପ୍ରତି ଧ୍ୟାନ ଦେବାକୁ ହେବ । ଯେତେବେଳେ ମଧ୍ୟ ତେଲକୁ ଗରମ କରୁଛନ୍ତି । ଆପଣ ଏକ ପାତ୍ରରେ ତେଲ ରଖି ଅନ୍ୟ ଏକ ବଡ ପାତ୍ରରେ ପାଣି ଗରମ କରନ୍ତୁ ।

ସେହି ତେଲ ରଖିଥିବା ପାତ୍ରକୁ ସେହି ଗରମ ପାଣିରେ ଗରମ ପାଣିରେ ରଖି ଅଳ୍ପ ଉଷୁମ କରନ୍ତୁ । ତାପରେ ଆପଣ ସେହି ତେଲ ଯେତେବେଳେ ସାମାନ୍ୟ ବା ନଖ ଉଷୁମ ଥିବ । ତାପରେ ଆଣି ନିଜ କେଶ ମୂଳରେ ଭଲ ଭାବରେ ମସାଜ କରନ୍ତୁ । ତାପରେ ଏହାକୁ କେଶର ଅଗ ଠାରୁ ନେଇ ମୂଳ ପର୍ଯ୍ୟନ୍ତ ଭଲ ଭାବରେ ଲଗାନ୍ତୁ ।

ରାତିରେ ଏହାକୁ ଲଗାଇ ସକାଳେ ଏହାକୁ ସାମ୍ପୁ ସହାୟତାରେ ଧୋଇପାରିବେ । ନଚେତ ସାମ୍ପୁ କରିବାର କିଛି ଘଣ୍ଟା ପୂର୍ବରୁ ବି ତେଲକୁ ମୁଣ୍ଡରେ ଲଗାଇ ତାପରେ ସାମ୍ପୁ କରିପାରିବେ । ଏହିପରି ସପ୍ତାହରେ ୧ ରୁ ୨ ଥର ଏହିପରି କେଶକୁ ଭଲ ଭାବରେ ଅଏଲିଙ୍ଗ କରି ତା’ ର କିଛି ଘଣ୍ଟା ପରେ ସାମ୍ପୁ କରିବା ଦ୍ଵାରା କେଶ ମୂଳ ମଜଭୁତ ହୋଇବା ସହିତ ନୂତନ କେଶ ମଧ୍ୟ ଉଠିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *