ଏହି ଖରାପ ଅଭ୍ଯାସ ପାଇଁ ମୁହଁରେ ବାହାରେ ବ୍ରଣ, ଜାଣନ୍ତୁ କଣ ରହିଛି ପ୍ରତିକାର Dr Monali Pattnaik ଙ୍କ ଠାରୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁହଁରେ ବ୍ରଣ ବାହାରିବା ଏକ ସାଧାରଣ ସମସ୍ଯା ହୋଇଥାଏ । ଯଦି ଏହାକୁ ଠିକ ସମୟରେ ଠିକ ଭାବରେ ଚିକିତ୍ସା କରିକି ଭଲ କରାଯାଇନଥାଏ । ତେବେ ଏହା ଆଗାମୀ ସମୟରେ ସ୍କିନରେ ବହୁତ ସ୍କିନ ଜନିତ ସମସ୍ଯା ଆଣିପରେ । ଚେହେରା ବା ମୁହଁ ହେଉଛି ଆମ ଶରୀରର ଭିତରର ଏକ ଆଇନା । କାରଣ ଶରୀରରେ ଭିତରେ କିଛି ଅସୁବିଧା ରହୁଥିଲେ ।

ତାହାର ସିଧା ସଳଖ ପ୍ରଭାବ ବ୍ୟକ୍ତିର ମୁହଁରେ ବ୍ରଣ ଆକାରରେ ବାହାରି ଯାଇଥାଏ । ମୁହଁରେ ବ୍ରଣ ହେବା ପାଇଁ ମୁଖ୍ୟତଃ ହରମୋନ କାରଣ ଦାୟୀ ରହିଥାଏ । ଖାସ୍ କରି ମୁହଁରେ ଥିବା ତେଲ ଗ୍ରନ୍ଥି ଗୁଡିକରେ କିଛି ବ୍ଲକେଜ ହୋଇକି ବ୍ରଣ ହୋଇଥାଏ ।  ତେଣୁ ବିଶେଷ କରି ଅଏଲିଙ୍ଗ ସ୍କିନରେ ଅଧିକ ବ୍ରଣ ହେବାର ସମ୍ଭାବନା ରହିଥାଏ ।

ଯାହାତ ପୁଅ ଓ ଝିଅ ମାନେ କୈଶୋରାବସ୍ତାରେ ପାଦ ଦେଲା ପରେ ସେମାନଙ୍କ କ୍ଷେତ୍ରରେ ମୁହଁରେ ବ୍ରଣ ବାହାରିଥାଏ । ଏହା ସହିତ ଅନ୍ୟାନ୍ୟ ବହୁତ ଗୁଡିଏ କାରଣ ମଧ୍ୟ ରହିଛି । ଯାହା ମଧ୍ୟ ମୁହଁରେ ବ୍ରଣ କରିବା ପାଇଁ ଦାୟୀ ରହିଥାଏ । ଯେପରି ବ୍ୟକ୍ତି ଅଧିକ ଷ୍ଟ୍ରେସରେ ରହିବା, ମୁହଁରେ ଇଆଡୁ ସିଆଡୁ କସମେଟିକ ଜିନିଷର ବ୍ୟବହାର କରିବା, ଅସନ୍ତୁଳିତ ଖାଦ୍ୟ ଆହୋରଣ କରିବା ।

ବ୍ରଣ ୪ ପ୍ରକାରର ହୋଇଥାଏ । ଗ୍ରେଡ 1, ଗ୍ରେଡ 2, ଗ୍ରେଡ 3, ଗ୍ରେଡ 4 ଏହିପରି ଭାବରେ ବ୍ରଣକୁ ବିଭକ୍ତ କରାଯାଇଥାଏ । ବ୍ରଣର ସାଇଜ ଅନୁସାରେ ତାହାର ବିଭାଗୀ କାରଣ ହୋଇଥାଏ । ଅତି ବଡ ବଡ ସାଇଜର ବ୍ରଣ ଗ୍ରେଡ 4 ରେ ଯାଇଥାଏ । ଯାହାକି ପ୍ରାୟତଃ ଜେନିଟିକ କାରଣରୁ ଦେଖାଯାଇଥାଏ। ଯଦି ବଂଶରେ ଏହିପରି କାହାର ମୁହଁରେ ପିମ୍ପଲ ଆଗରୁ ବାହାରିଥିବ ।

ତେବେ ସେମାନଙ୍କ ବଂଶରେ ଅନ୍ୟ କାହାର ମଧ୍ୟ ବ୍ରଣ ହେବାର ଦେଖାଯାଇଥାଏ । ତେଣୁ ବ୍ରଣର ଗ୍ରେଡକୁ ଆଧାର କରି ସେହି ଅନୁସାରେ ବ୍ରଣର ଚିକିତ୍ସା କରାଯାଇଥାଏ । ତେଣୁ ବ୍ରଣ ହେବା ମାତ୍ରେ ଏହାକୁ ଠିକ କରିବା ପାଇଁ ଯେକୌଣସି ମୁହଁରେ ବ୍ୟବହାର କରିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ମୁହଁରେ ଅଧିକ ବ୍ରଣ ହେବାର ସମ୍ଭାବନା ବଢିଯାଇଥାଏ ।

ତେଣୁ ସର୍ବଦା ଡାକ୍ତରଙ୍କର ପରାମର୍ଶ ଦ୍ଵାରା ନିଜର ଚିକିତ୍ସା କରାଇ ନେବା ଉଚିତ ହୋଇଥାଏ । ମୁହଁରେ ବ୍ରଣ ହରମୋନଲ କାରଣ ବ୍ଯତୀତ ଯଦି ଅନ୍ୟ କିଛି କାରଣରୁ ହେଉଥାଏ । ତେବେ ସେଥିପ୍ରତି ପିଲା ମାନଙ୍କୁ ଅଧିକ ଧ୍ୟାନ ଦେବା ଉଚିତ । ନିଜର ଖାଦ୍ୟକୁ ସୁଷମ ଓ ସନ୍ତୁଳିତ କରିବା ସହିତ ମୁହଁରେ ମନଇଛା କୌଣସି ଜିନିଷର ବ୍ୟବହାର କରିବା ଉଚିତ ନୁହେଁ ।

ଯଦି ବ୍ରଣରେ ଅଧିକ ସିଭିଅର ସମସ୍ଯା ରହିଛି । ତେବେ ଡାକ୍ତରଙ୍କର ପରାମର୍ଶ ଅନୁସାରେ ହିଁ ନିଜର ଚିକିତ୍ସା କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *