ଭଗବାନ ଶିବଙ୍କର ଶ୍ରାବଣ ମାସ ଅଧିକ ପ୍ରିୟ ଅଟେ । ସେଥିପାଇଁ ଏହି ମାସରେ ଭଗବାନ ଶିବଙ୍କର ପୂଜା ଆରାଧନା କରାଯାଇ ଥାଏ । ୨୦୨୧ ମସିହାରେ ଏହି ପବିତ୍ର ଶ୍ରାବଣ ମାସର ଆରମ୍ଭ ଜୁଲାଇ ମାସ ୨୫ ତାରିଖରୁ ହେବାକୁ ଯାଉଛି ।
ଏହି ମାସରେ ଭଗବାନ ଶିବଙ୍କ ପୂଜା ଆରାଧନା କରିବା ଦ୍ଵାରା ଓ ଶିବଲିଙ୍ଗକୁ ରୁଦ୍ରାଭିଷେକ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଜାୟ ରୁହେ ବୋଲି ମାନ୍ୟତା ରହିଛି । ତେବେ ଶାସ୍ତ୍ର ଅନୁସାରେ ଏହି ଶ୍ରାବଣ ମାସରେ କିଛି ବିଶେଷ ଜିନିଷ ଘରକୁ ଆଣିବା ଦ୍ଵାରା ଭକ୍ତଙ୍କ ଉପରେ ସର୍ବଦା ଭଗବାନ ଶିବଙ୍କ ଆଶୀର୍ବାଦ ବନି ରୁହେ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଗୁଡିକ ଶ୍ରାବଣ ମାସରେ ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।
ଭଗବାନ ଶିବଙ୍କ ସହ ତାଙ୍କ ଡମ୍ବୁରୁ ସବୁବେଳେ ରହିଥାଏ । ବିଶ୍ବାସ କରାଯାଏ କି ଡମ୍ବୁରୁରେ ନକରାତ୍ମକ ଶକ୍ତିକୁ ଦୂର କରିବାର କ୍ଷମତା ରହିଛି । ସେଥିପାଇଁ ଶ୍ରାବଣ ମାସରେ ଶିବଙ୍କ ଡମ୍ବୁରୁ ଘରକୁ ଆଣିବା ଶୁଭ ବୋଲି କୁହାଯାଏ । ଶ୍ରାବଣ ମାସରେ ଘରକୁ ତ୍ରିଶୂଳ ଆଣିବା ମଧ୍ୟ ଶୁଭ ହୋଇଥାଏ । ଯଦି ଆପଣ ନିଜ ଘରୁ ନକରାତ୍ମକ ଶକ୍ତି ସବୁ ଦୂରରେ ରଖିବାକୁ ଚାହୁଁଛନ୍ତି, ତେବେ ଭଗବାନ ଶିବଙ୍କ ତମ୍ବାର ତ୍ରିଶୂଳ ନିଜ ଘରେ ଆଣି ଅବଶ୍ୟ ରଖନ୍ତୁ । ଏହା ଦ୍ଵାରା ଜୀବନରେ ନିଶ୍ଚୟ ଶୁଭ ଫଳ ପ୍ରାପ୍ତ ହେବେ ।
ଭଗବାନ ଶିବ ନିଜ ଜଟରେ ଗଙ୍ଗାଙ୍କୁ ଧାରଣ କରି ରଖିଛନ୍ତି । ଧାର୍ମିକ ମାନ୍ୟତା ଅନୁସାରେ ଯଦି ଆପଣ ଶ୍ରାବଣ ମାସରେ ଘରକୁ ଗଙ୍ଗା ଜଳ ଆଣି ରଖନ୍ତି ଓ ପ୍ରତିଦିନ ସେଥିରେ ମହାଦେବଙ୍କ ଅଭିଷେକ କରନ୍ତି, ତେବେ ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇ ଆପଣଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିବେ ।
ଶାସ୍ତ୍ର ଅନୁସାରେ ଯଦି ଶ୍ରାବଣ ମାସରେ ଆପଣ ସ୍ଫଟିକ ବା ପାରଦର ଶିବଲିଙ୍ଗ ଆଣି ଘରେ ରଖିବେ ତେବେ ଆପଣଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ । କାରଣ ଏହି ଶିବଲିଙ୍ଗଙ୍କୁ ବହୁତ ପବିତ୍ର ମାନାଯାଏ । ଏହାକୁ ଘରେ ସ୍ଥାପନ କରିବା ଶୁଭ ଅଟେ । କୁହାଯାଏ ରୁଦ୍ରାକ୍ଷ ଭଗବାନ ଶିବଙ୍କ ଲୁହରୁ ସୃଷ୍ଟି ହୋଇଛି ଓ ଏହା ତାଙ୍କୁ ବହୁତ ପ୍ରିୟ ଅଟେ । ରୁଦ୍ରାକ୍ଷକୁ ଶାନ୍ତି ଓ ସମୃଦ୍ଧିର ପ୍ରତୀକ ମାନାଯାଏ । ଏହାକୁ ଶ୍ରାବଣ ମାସରେ ଘରକୁ ଆଣିଲେ ଜୀବନରେ ଶୁଭ ଫଳ ପ୍ରାପ୍ତ ହେବ ।
ଭଗବାନ ଶିବଙ୍କ ସବାରି ନନ୍ଦୀଙ୍କୁ ଶକ୍ତି, ସମ୍ପନ୍ନତ ଓ କର୍ମଠତାର ପ୍ରତୀକ ବୋଲି ମାନାଯାଏ । ଶ୍ରାବଣ ମାସରେ ଚାନ୍ଦିର ନନ୍ଦୀଙ୍କୁ ଆଣି ଘରେ ଧନ ରଖୁଥିବା ସ୍ଥାନରେ ରଖିଲେ ଘରେ ସଫଳତା ଓ ଧନ ବୃଦ୍ଧି ହୋଇଥାଏ । ଶ୍ରାବଣ ମାସରେ ତମ୍ବାର ଜଳପାତ୍ର ଘରକୁ ଆଣି ସେଥିରେ ପ୍ରତିଦିନ ଜଳ ଭରି ଘରେ ରଖିବା ମଧ୍ୟ ଶୁଭ ଅଟେ । ଏହା ଦ୍ଵାରା ଘରେ ପରସ୍ପର ମଧ୍ୟରେ ପ୍ରେମ ବଢେ ଓ ସମ୍ପର୍କ ମଜବୁତ ହୁଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।