Garuda Purana- ମୃତ୍ୟୁ ପରେ ଆତ୍ମା କେଉଁଠିକୁ ଯାଇଥାଏ ?

ନମସ୍କାର ବନ୍ଧୁଗଣ, ସବୁଠାରୁ ବଡ ସତ ଯଦି କଣ ଦୁନିଆରେ ହୋଇଥାଏ ତାହା ହେଉଛି ମୃତ୍ୟୁ । ଯାହାକୁ କେହି ଅଟକାଇ ପାରିବେ ନାହିଁ କିମ୍ବା ଆଗରୁ ଜାଣିପାରିବେ ନାହିଁ । ଆମେ ସମସ୍ତେ ଜନ୍ମ ନେଇଛେ ମାନେ ଆମର ମୃତ୍ୟୁ ଦିନେ ନା ଦିନେ ସମ୍ଭବ । ତଥାପି ଆମେ ଭୟ କରିଥାଉ ମୃତ୍ୟୁକୁ । ଏବଂ ମୃତ୍ୟୁ କୁ ନେଇ ଆମ ମନରେ ଅନେକ ପ୍ରଶ୍ନ ରହିଥାଏ । ଗୋଟିଏ ମଣିଷ ମରିବା ପରେ ତା ଶରୀରରୁ ଆତ୍ମା ବାହାରି କୁଆଡେ ଯାଇଥାଏ କଣ ହୋଇଥାଏ ସେହି ଆତ୍ମା ସହ ଯାହାର ଉତ୍ତର ଆଜି ଆପଣମାନେ ଏହି ପୋଷ୍ଟ ମଧ୍ୟମରେ ଜାଣିବେ ।

ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ଆତ୍ମା ଆମର ଅଟେ । ତାହାର କେବେ ମଧ୍ୟ ଅନ୍ତ ହୋଇନଥାଏ । ସେ କେବଳ ବସ୍ତ୍ର ଭଳି ଶରୀରକୁ ବଦଳାଇ ଥାଏ । ଆତ୍ମା ଯେତେବେଳେ ମୃତ୍ୟୁ ସମୟରେ ଶରୀର ତ୍ୟାଗ କରିଥାଏ ତାହାକୁ ନେବା ପାଇଁ ଦୁଇ ଯମଦୂତ ଆସିଥାନ୍ତି । ମଣିଷ ନିଜ ଜୀବନରେ କରିଥିବା ଭଲ ଖରାପ କର୍ମ ଅନୁଯାୟୀ ଯମଦୂତ ନିଜ ସହିତ ନେଇଥାନ୍ତି ।

ଯଦି ମରିବା ଲୋକ ଭଲ ହୋଇଥାଏ ଏବଂ ପୂଣ୍ୟ ଆତ୍ମା ହୋଇଥାଏ ତେବେ ସେହି ବ୍ୟକ୍ତିଙ୍କ ପ୍ରାଣ ଛାଡିବା ସମୟରେ ତାଙ୍କୁ କିଛି କଷ୍ଟ ଅନୁଭୂତ ହୋଇନଥାଏ । କିନ୍ତୁ ଯଦି ଜଣେ ପାପୀ ଏବଂ ଖରାପ ମଣିଷ ହୋଇଥାନ୍ତି ତେବେ ତାଙ୍କ ଆତ୍ମା ସହଜରେ ଶରୀରରୁ ବାହାରିନଥାଏ ।ଏବଂ ତାଙ୍କୁ ଅନେକ ପୀଡା ସହିବା ପାଇଁ ପଡିଥାଏ ।

ଗରୁଡ ପୁରାଣ ଅନୁଯାୟୀ ମୃତ୍ୟୁ ପରେ ଯମଦୂତ ଆତ୍ମାକୁ କେବଳ 24 ଘଣ୍ଟା ପାଇଁ ହିଁ ନେଇଥାନ୍ତି । ଏହି 24 ଘଣ୍ଟା ଭିତରେ ଆତ୍ମାକୁ ଦେଖା ଯାଇଥାଏ କି ସେ କେତେ ପାପ ଏବଂ ପୂଣ୍ୟ କରିଛି । ଏହାପରେ ଆତ୍ମାକୁ ନେଇ ସେହି ସ୍ଥାନରେ ଛାଡି ଦିଆଯାଏ ଯେଉଁ ଜାଗାରେ ସେ ନିଜର ପ୍ରାଣ ତ୍ୟାଗ କରିଥାଏ । ତେର ଦିନ ପର୍ଯ୍ୟନ୍ତ ନିଜର ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ଆତ୍ମା ସେହିଠାରେ ରହିଥାଏ ।

ତେର ଦିନ ପରେ ସେ ପୁଣି ଯମଲୋକର ଯାତ୍ରା କରିଥାଏ । ପୁରାଣ ଅନୁଯାୟୀ ଆତ୍ମା ଯେତେବେଳେ ନିଜର ଯାତ୍ରା ଆରମ୍ଭ କରିଥାଏ ଏହି ସମୟରେ ତାକୁ ତିନୋଟି ମାର୍ଗ ମିଳିଥାଏ । ସେହି ଆତ୍ମାକୁ କେଉଁ ଦ୍ଵାରରେ ଚଲାଯିବ ଏହା କେବଳେ ତାହାର କର୍ମ ଉପରେ ନିର୍ଭର ହୋଇଥାଏ । ଅର୍ଚି ମାର୍ଗ ଦେବଲୋକ ଯାତ୍ରା ପାଇଁ ହୋଇଥାଏ ।

ଧୂମ ମାର୍ଗ ପିତୃଲୋକ ଯାତ୍ରା ପାଇଁ ଯାଇଥାଏ ।ଏବଂ ଉତ୍ତପତି ବିନାଶ ମାର୍ଗ ନର୍କର ମାର୍ଗ ହୋଇଥାଏ । ତେଣୁ ଏହାଥିଲା ମୃତ୍ୟୁ ପରେ ଆତ୍ମା ଯାତ୍ରା କରୁଥିବା ସମ୍ପର୍କର ସମ୍ପୂର୍ଣ ବିଷୟ ଯାହା ଆପଣଙ୍କ ମନରେ ଉଠୁଥିବା ମନର ପ୍ରଶ୍ନକୁ ଦୂର କରିବ ବୋଲି ଆଶା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *