Mobile o Laptop ରୁ ବାହାରୁଥିବା Radiation ରୁ ନିଜକୁ ବଞ୍ଚାନ୍ତୁ ଏହି 3 ଟି ଉପାୟରେ, ନହେଲେ ଆପଣ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକ ଇଲୋକଟ୍ରୋନିକ ଜନ୍ତ୍ରର ବହୁଳ ବ୍ୟବହାର କରୁଛନ୍ତି । ଯାହା ଦ୍ଵାରା କାମ ଘରେ ଥାଇ ମଧ୍ୟ କୌଣସି କାମ ବହୁତ ଶୀଘ୍ର ଓ ସହଜରେ ହୋଇପାରୁଛି । ସବୁ ଜିନିଷର କିଛି ଉପକରୀତା ଓ କିଛି ଅପକାରୀତା ମଧ୍ୟ ରହିଥାଏ । ତେଣୁ ଯେକୌଣସି ସାମଗ୍ରୀକୁ ବ୍ୟବହାର କରିବା ପୂର୍ବରୁ ତାହାର ଉପକାରୀତା ବିଷୟରେ ଜାଣିବା ଯେତିକି ଆବଶ୍ୟକ ହୋଇଥାଏ ।

ତାହା ଠାରୁ ଅଧିକ ଜରୁରୀ ସେହି ସାମଗ୍ରୀର ବ୍ୟବହାର କରିବା ଦ୍ଵାରା ଆମ ଶରୀର ତଥା ଆଖ ପାଖ ପରିବେଶରେ ଏହାର ପ୍ରଭାବ କଣ ରହୁଛି ? ମୋବାଇଲ, ଲାପଟପ, କମ୍ପୁଟର ଏହି ସମସ୍ତ ଇଲୋକଟ୍ରୋନିକ ଉପକରଣରୁ ଇଲୋକଟ୍ରୋମାଗନେଟିକ ରେଡିଏସନ ସୃଷ୍ଟି କରିଥାଏ । ଯାହାକୁ EMF ରେଡିଏସନ କୁହାଯାଇଥାଏ ।

ଏହି ରେଡିଏସନ ଆଖି ଦେଖା ଯାଇନଥାଏ ସତ କିନ୍ତୁ ଏହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ । କାରଣ ଏପରି କିଛି ଜିନିଷ ରହିଛି । ଯାହା ଆଖିକୁ ଦେଖା ନଗଲେ ମଧ୍ୟ ତାହା ସର୍ବଦା କାର୍ଯ୍ୟକାରୀ ହୋଇଥାଏ । ଯେଉଁ ବ୍ୟକ୍ତି ମାନେ ବହୁତ ସମୟ ପର୍ଯ୍ୟନ୍ତ ଏହି ସବୁ ଇଲୋକଟ୍ରୋନିକ ଉପକରଣ ସହ ଘଣ୍ଟା ଘଣ୍ଟା ଧରି ପ୍ରତିଦିନ କାର୍ଯ୍ୟ କରିଥାନ୍ତି ।

ସେମାନଙ୍କ ଉପରେ ଏହି ସବୁ ଜିନିଷରୁ ସୃଷ୍ଟି ହେଉଥିବା ରେଡିଏସନ ଶରୀର ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଏହାର ପ୍ରଭାବକୁ କମାଇବାକୁ ଏହି ସବୁ ନିୟମର ପାଳନ କରିବା ଉଚିତ । ପ୍ରଥମେ ଯେଉଁ ମାନେ ଲ୍ଯାପଟପରେ କାର୍ଯ୍ୟ କରୁଛନ୍ତି । ସେମାନେ ସର୍ବଦା ଲ୍ୟାପଟପ ଓ ନିଜ ଭିତରେ କିଛି ଗ୍ଯାପ ବନାଇବା ଉଚିତ ।

ବହୁତ ଲୋକ ଏପରି ଥାଆନ୍ତି । ଯେଉଁ ମାନେ ଲ୍ଯାପଟପକୁ ବହୁତ ସମୟ ନିଜ ଗୋଡ ଉପରେ ଥୋଇ ବା ପେଟ ପାଖରେ ରଖି କାର୍ଯ୍ୟ କରିଥାନ୍ତି । ଏପରି କରିବା ଦ୍ଵାରା ଉଭୟ ପୁରୁଷ ଓ ମହିଳା ମାନଙ୍କର ରିପ୍ରଡକ୍ତିଭ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ । ଆଜି କାଲି ବହୁତ ଦମ୍ପତିଙ୍କର ପିଲାପିଲି ହେବାରେ ଅସୁବିଧା ସୃଷ୍ଟି ହେଉଛି । ଯେତେବେଳେ ବ୍ୟକ୍ତି ବହୁତ ସମୟ ଧରି ପେଟ ପାଖରେ ଲାପଟପରେ କାର୍ଯ୍ୟ କରିଥାଏ ।

ପୁରୁଷଙ୍କ କ୍ଷେତ୍ରରେ ସ୍ପମ କ୍ଵାଲିଟି ଓ କାଉଣ୍ଟ କମିଯାଇଥାଏ । ମହିଳାଙ୍କ କ୍ଷେତ୍ରରେ ୟୁଟ୍ରସ ଓ ଓଭାରୀ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଯେତେବେଳେ ଲ୍ୟାପଟପରେ କାର୍ଯ୍ୟ କରୁଛନ୍ତି । ସେତେବେଳେ ନିଜ ଉପରେ ଲ୍ୟାପଟପ ନଥୋଇ ଟେବୁଲରେ ଥୋଇ ଲ୍ୟାପଟପ ଓ ନିଜ ଭିତରେ  ଦୂରତା ବଢାନ୍ତୁ । ସେହିପରି ମୋବାଇଲରୁ ମଧ୍ୟ ରେଡିଏସନ ସୃଷ୍ଟି ହୋଇଥାଏ ।

ସେଥିପାଇଁ ଶୋଇଲା ବେଳେ ରାତିରେ ମୁଣ୍ଡ ପାଖରେ ଫୋନ ରଖି ଶୋଇବା ଅନୁଚିତ । ବହୁତ ସମୟ ଫୋନରେ କଥା ହେଲା ବେଳେ କାନ ପାଖରେ ଫୋନକୁ ନଦେଇ ସ୍ପିକର ଅନ୍ କରି କିମ୍ବା ଇଅରକର୍ଡ ଦେଇ କଥା ହୁଅନ୍ତୁ । ସବୁ ବ୍ୟକ୍ତି ଫୋନକୁ ନିଜ ପିନ୍ଧିଥିବା ସାର୍ଟ ପକେଟରେ ନରଖି କୌଣସି ଅଲଗା ବ୍ୟାଗରେ ରଖି ନିଅନ୍ତୁ ।

ଏହିପରି ସମତ ଇଲୋକଟ୍ରୋନିକ ସାମଗ୍ରୀ ଗୁଡିକୁ ଯଥା ସମ୍ଭବ ନିଜ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଯେପରି ତାହାର କୌଣସି ଖରାପ ପ୍ରଭାବ ଶରୀର ଉପରେ ପଡିବାକୁ ଦିଅନ୍ତୁ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *