ପ୍ରତିଦିନ ସକାଳୁ ଜଲ୍ଦି ଉଠିବାର 3 ଟି ଉପାୟ, ଜୀବନରେ ନିଶ୍ଚୟ ହେବେ ସଫଳ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସକାଳୁ ସକାଳୁ ଉଠିବା ବ୍ୟକ୍ତି ଉଠିବା ଦ୍ଵାରା ବ୍ୟକ୍ତି ସତେଜ, ସୁସ୍ଥ ରହିବା ସହିତ ମାନସିକ ସ୍ତରରେ ମଧ୍ୟ ଅନେକ ମାତ୍ରାରେ ଶାନ୍ତି ମିଳିଥାଏ । ବହୁତ ଲୋକ ପ୍ରାତଃ ଉଠିବାକୁ ପସନ୍ଦ କରିଥାନ୍ତି । ପସନ୍ଦ କରିଥାନ୍ତି ସତ କିନ୍ତୁ ସକାଳର ଆଲରାମ ବାଜିବା ପରେ ନିଦରୁ ଉଠିବା କଥା ସେମାନେ ସଂପୂର୍ଣ୍ଣ ଭୁଲିଯାଇ ପୁଣି ଥରେ ଶୋଇପଡିଥାନ୍ତି । ଏହିପରି କରି କରି ଏହା ଏକ ଖରାପ ଅଭ୍ଯାସରେ ପରିଣତ ହୋଇଯାଇଥାଏ ।

ତେଣୁ ସକାଳୁ ଶିଘ ଉଠିବାକୁ ଚାହୁଁଥିଲେ । ଏହି ୩ ଉପାୟ ଜାଣିବା ନିହାତି ଜରୁରୀ ହୋଇଥାଏ । ସକାଳୁ ଶୀଘ୍ର ଉଠିବାର ଫାଇଦା ଆଗେ ଜାଣି ରଖିବା ଉଚିତ । ସକାଳର ସୂର୍ଯ୍ୟ ଉଦୟ ହେବାର ୧ ରୁ ୨ ଘଣ୍ଟା ପୂର୍ବରୁ ବ୍ରହ୍ମ ମୂହୁର୍ତ୍ତ ହୋଇଥାଏ । ଏହି ସମୟରେ ଯେଉଁ ବ୍ୟକ୍ତି ଉଠି ନିଜର ନିତ୍ୟ କର୍ମ ସାରି କୌଣସି କାର୍ଯ୍ୟ କରିବା ବସିଥାଏ ।

ସେହି କାର୍ଯ୍ୟକୁ ବ୍ୟକ୍ତି ଠିକ ଭାବରେ ନିଶ୍ଚଳ ହୋଇ କରିପାରିଥାଏ । ଯାହା ଦ୍ଵାରା ବ୍ୟକ୍ତିର କାମ ଉପରୁ ଫୋକୋଷ ହଟିନଥାଏ । ଯଦି କାର୍ଯ୍ୟକୁ ଠିକ ଫୋକୋଷରେ କରିବେ । ତେବେ ନିହାତି ଭାବେ ଜୀବନରେ ବହୁତ ଶୀଘ୍ର ସଫଳତା ହାସଲ କରିପାରିବେ । ତେବେ ଚାଲନ୍ତୁ ସକାଳୁ ଶୀଘ୍ର ଉଠିବାର ଉପାୟ ଜାଣି ରଖିବା । ପ୍ରଥମ ଉପାୟଟି ହେଉଛି । ଯଦି ବ୍ୟକ୍ତି ଶୀଘ୍ର ଯେପରି ଭୋର ୪ କିମ୍ବା ୫ ରେ ଉଠିବାକୁ ଚାହୁଁଛି ।

ତେବେ ସେହି ସମୟରେ ଆଲରାମ ଦେବା ଉଚିତ କି ! ନା ସେହି ସମୟରେ ଆଲାରାମ ନଦେଇ ବଂର ରାତିରେ ଶୀଘ୍ର ଶୋଇବା ପାଇଁ ଚେଷ୍ଟା କରନ୍ତୁ । କାରଣ ଯଦି ବ୍ୟକ୍ତି ଶୀଘ୍ର ଶୋଇବ ହିଁ ନାହିଁ । ତେବେ ଯେତେ ଜଲ୍ଦି ଆରାମ ଦେଲେ ବି ନିଦ ସେହି ସମୟରେ ଜମାରୁ ବି ଭଙ୍ଗିବ ନାହିଁ ।

କାରଣ ସେତେବେଳକୁ ବ୍ୟକ୍ତିର ନିଦ ସଂପୂର୍ଣ୍ଣ ହୋଇପାରିନଥାଏ । ତେଣୁ ପ୍ରଥମେ ରାତିରେ ଶୀଘ୍ର ଶୋଇବା ପାଇଁ ଚେଷ୍ଟା କରନ୍ତୁ । ଦିତୀୟ ଉପାୟଟି ହେଉଛି । ଶୀଘ୍ର ଉଠିବା ପାଇଁ ଚାହୁଁଥିଲେ । ସକାଳୁ କିଛି ଭଲ କାମ କରିବାର ଯୋଜନା ରଖନ୍ତୁ । କାରଣ ସକାଳେ ସେପରି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥାଏ । ତେବେ ବ୍ୟକ୍ତି ଚାହିଁଲେ ବି ସୁଦ୍ଧା ଶୀଘ୍ର ଉଠିପାରିନଥାଏ । ସକାଳୁ ଶୀଘ୍ର ଉଠି ପ୍ରଥମେ କିଛି ସମୟ ଯୋଗ ବ୍ୟାୟାମ ଓ ପାର୍ଥନା ପାଇଁ ସମୟ ବାହାର କରନ୍ତୁ ।

ତାପରେ ନିଜ କାର୍ଯ୍ୟରେ ଲାଗି ପଡନ୍ତୁ । ତୃତୀୟରେ ସକାଳୁ ଶୀଘ୍ର ଉଠିବା ପାଇଁ ଚାହୁଁଥିଲେ । ରାତ୍ରି ଭୋଜନ ସବୁବେଳେ ଲାଇଟ କରିବା ଉଚିତ । କାରଣ ରାତିରେ ଯଦି ଭାରୀ ଖାଦ୍ୟ ଖାଇକି ଶୋଇବେ । ତାହାର ପାଚନ କ୍ରିୟାରେ ବହୁତ ସମୟ ଲାଗିଯିବ ଓ ରାତିର ନିଦ୍ରା ପୂରଣ ପାଇଁ ବହୁତ ଅଧିକ ସମୟ ନଷ୍ଟ ହୋଇଯିବ । ତେଣୁ ରାତିରେ ଯେତେ ଅଧିକ ହାଲୁକା ଖାଦ୍ୟ ଖାଇ ଶୋଇବେ ।

ସେତେ ଭଲ ନିଦ ହେବା ସହ ସେତେ ଶୀଘ୍ର ସକାଳୁ ଉଠିବାର ମଉକା ପାଇପାରିବେ । ତେବେ ଆଜି ଠାରୁ ଏହି ୩ ନୀତିକୁ ଅନୁସରଣ କରି ସକାଳେ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *