Astrology- ମେଷ ରାଶି ଜାତକଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭୟଙ୍କର କଥା !

ନମସ୍କାର ବନ୍ଧୁଗଣ, ରାଶି ମଣିଷ ଭାଗ୍ୟର ସୂଚକ ଅଟେ । ମଣିଷର ଜନ୍ମ ସମୟରୁ ଅନୁଯାଇ ରାଶି ନିର୍ଧାରଣ କରାଯାଏ । ରାଶି ଚିହ୍ନଟ ହେବା ପରେ ରାଶି ହୋଇଯାଏ ମଣିଷର ଭାଗ୍ୟ । ରାଶିରେ ହେଉଥିବା ଗ୍ରହ ନକ୍ଷତ୍ରଙ୍କ ଚଳନ ମଣିଷ ଜୀବନ ଉପରେ ପ୍ରଭାବ ପକାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ୧୨ଟି ରାଶି ମଧ୍ୟରୁ ମେଷ ରାଶିର ବ୍ୟକ୍ତିଙ୍କ ସମ୍ପର୍କରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ରହସ୍ୟମୟ କଥା ସବୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ।

ମେଷ ରାଶି: ଏହି ରାଶିର ଲୋକ ବହୁତ ଧର୍ମପରାୟଣ ହୋଇଥାନ୍ତି । ଅନ୍ୟକୁ ସାହାର୍ଯ୍ୟ କରିବାର ମନଭାବ ରଖନ୍ତି । ଅଳ୍ପ ଆହାର ଗ୍ରହଣ କରନ୍ତି । ନୂଆ ନୂଆ ଯାନ ବାହନ କିଣିବା ଏମାନଙ୍କର ଅଭ୍ୟାସ ହୋଇଥାଏ । ଏମାନେ କେବେ ମଧ୍ୟ ପରିବେଶ ସହ ନିଜକୁ ଖାପ ଖୁଆଇ ପାରନ୍ତି ନାହିଁ । ଭଲ ମନ୍ଦ ବିଚାର ନ କରି ନିଜ ଇଛା ମୁତାବକ କାମ କରିବା ପାଇଁ ଆଗ୍ରହୀ ହୋଇଥାନ୍ତି ।

ଏହି ରାଶିର ଲୋକଙ୍କ ସହ ଦୁର୍ଘଟଣା, ଉଚ୍ଚ ସ୍ଥାନରୁ ପଡିବା, ଅସ୍ତ୍ର ଶସ୍ତ୍ରରୁ ଆଘାତ ପାଇବା, ଚର୍ମ ରୋଗ ଇତ୍ୟାଦି ଦେଖିବାକୁ ମିଳିଥାଏ । ଲୁହା, କୋଇଲା, ଯୁଦ୍ଧ ବିଭାଗ କର୍ମଚାରୀ, ଡାକ୍ତର, ପୋଲିସ ଖେଳ ଉପକରଣ ଇତ୍ୟାଦି ବ୍ୟବସାୟ କରିଥାନ୍ତି । ଜନ୍ମ ଭୂମି ଠାରୁ ଦୂରରେ ରହି କାର୍ଯ୍ୟ କରିବା ଆପଣଙ୍କ ରାଶିରେ ଥାଏ । ଦେବୀ ଦେବତା ମାନଙ୍କ ଉପାସନାରେ ଅଧିକ ରୁଚି ରଖିଥାନ୍ତି ।

ମଙ୍ଗଳ ଗ୍ରହର ଶୁଭ ଦୃଷ୍ଟି ଆପଣଙ୍କ ଉପରେ ରହୁଥିବା ହେତୁ ଆପଣ ଭୟଙ୍କର ଦୁର୍ଘଟଣାରୁ ମଧ୍ୟ ବର୍ତ୍ତୀ ଯାଇଥାନ୍ତି । ପ୍ରତି ମାସର ୧, ୬ଏବଂ ୨୧ ତାରିଖ ଆପଣଙ୍କ ପାଇଁ ଅଶୁଭ ଅଟେ । ଶୁକ୍ରବାର ଏବଂ ରବିବାର ଆପଣଙ୍କ ପାଇଁ କ୍ଷତିକାରକ ଅଟେ । କର୍କଟ, ବିଛା ଓ ମୀନ ରାଶିର ଲୋକ ଆପଣଙ୍କ ପାଇଁ କ୍ଷତିକାରୀ ଅଟନ୍ତି । କଳାରଙ୍ଗର ବସ୍ତ୍ର ଏବଂ ପଦାର୍ଥ ଆପଣଙ୍କ ପାଇଁ ଅଶୁଭ ଅଟେ ।

ଆପଣଙ୍କ ଜୀବନରେ ବହୁତ ପ୍ରକାର ଝଡ ଝଞ୍ଜା ଏବଂ ଉତ୍ଥାନ ପତନ ଲାଗି ରହିଥାଏ । ଆପଣ ଯେକୌଣସି ବ୍ୟବସାୟ କଲେ ମଧ୍ୟ ସଫଳ ହୋଇଥାନ୍ତି । ଚାକିରି କରୁଥିଲେ ଆପଣଙ୍କ ପ୍ରମୋଶନର ମଧ୍ୟ ଯୋଗ ବହୁତ ଶୀଘ୍ର ବନିଥାଏ । ଆପଣଙ୍କୁ ସ୍ତ୍ରୀ ଏବଂ ପୁତ୍ର ସୁଖର ପ୍ରାପ୍ତି ହୋଇଥାଏ । ବଡ ବଡ ପଦବୀରେ କାର୍ଯ୍ୟ ଆପଣ କରନ୍ତି ।

ଆପଣଙ୍କ ପାଇଁ ଶୁଭ ନମ୍ବର ହେଉଛି, ୩, ୬ ଏବଂ ୭ । ଆପଣଙ୍କ ଭାଗ୍ୟରେ ଧନଲାଭ ହେବାର ଯୋଗ ରହିଛି । ଅନ୍ୟର କଥାରେ ପରିଚାଳିତ ହେବା ଆପଣଙ୍କୁ ପସନ୍ଦ ନୁହେଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *