ବନ୍ଧୁଗଣ ନମସ୍କାର ତେବେ ଆମ ଶରୀର ରେ ଲିବର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ ଏହା ଆମର ଖାଦ୍ୟ କୁ ହଜମ କରିବା ସହ ଶରୀର କୁ ରୋଗରୁ ବଞ୍ଚେଇ ରଖିବାର କାମ କରିଥାଏ। ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ। ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ।
ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି। ଏବଂ ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ। କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ। ଏବଂ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ।
ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ। ଏହା ସହିତ ଅନେକ ବ୍ୟକ୍ତି ମଦ ର ଅଭ୍ୟାସ ରେ ମଧ୍ୟ ପଡି ଯାଇଥାନ୍ତି ଯାହା ଦ୍ୱାରା ସେମାନଙ୍କ ଲିବର ଧୀରେ ଧୀରେ ଖରାପ ହେବାକୁ ମଧ୍ୟ ଲାଗିଥାଏ ଏବଂ ଅଶୁଦ୍ଧ ଖାଦ୍ୟ ଦ୍ୱାରା ରକ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ। ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖରାପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ। ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ।
ଆପଣ ଦୁର୍ବଳ ହୋଇ ଯାଆନ୍ତି।ଏବଂ ସ୍ୱାସ୍ଥ୍ୟ ଖରାପ ହେଲେ ମାନସିକ ସ୍ଥିତି ମଧ୍ୟ ଖରାପ ହୋଇ ଯାଏ। ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ। ତେବେ ଏହି ରୋଗରୁ ମୁକ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ। ଏବଂ ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ। ଆମ ଅଶୁଦ୍ଧ ଖାଦ୍ୟ ଯୋଗୁଁ ଆମ ଲିବର ରେ ବହୁତ ଅଶୁଦ୍ଧ ଜିନିଷ ଆସି ଯାଉଛି ଏବଂ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରୁଛି ତେବେ ଆଜି ଆମେ ଲିବର କୁ କିପରି ଭଲ ରେ ରଖିବା ସହ ନିଜକୁ କିପରି ସୁସ୍ଥ ରଖି ପାରିବେ ସେ ବିଷୟରେ ଆଲୋଚନା କରିବା।
ଆପଣ ଏହାର ଘରୋଇ ଉପଚାର କରି ପାରିବେ ସେଥିପାଇଁ ଆପଣ ଙ୍କୁ ଦୁଇ ଚାମଚ ଆପେଲ ଭିନେଗର ଏବଂ ଦୁଇ ଚାମଚ ମହୁ ନେବେ ତା ସହ ଏକ ଗିଲାସ ପାଣି ।
ଆପଣ ସକାଳୁ ଉଠିବା ପରେ ଏହାକୁ ମିଶେଇ ଖାଲି ପେଟ ରେ ସେଵନ କରିନେବେ ଏହା ଦ୍ୱାରା ଲିବର ଭିତରୁ ସଫା ହେବାରେ ଲାଗିଥାଏ ଏବଂ ଆପଣଙ୍କ ଲିବର ଏକଦମ ସୁସ୍ଥ ମଧ୍ୟ ହୋଇଯିବ। ସମସ୍ତ ସମସ୍ୟା ମଧ୍ୟ ଦୁର ହୋଇଯିବ।
କିନ୍ତୁ ଗୋଟିଏ କଥାର ଧ୍ୟାନ ଦେବା ଆବଶ୍ୟକ କି ଆପଣ ଏହି ପ୍ରକ୍ରିୟା ବେଳେ ବହୁତ ପରିମାଣରେ ପାଣି ପିଇବା ଆବଶ୍ୟକ ଅଟେ। ଏହା ଛଡା ଆପଣ ଅମୃତ ଭଣ୍ଡା ର ରସ ସହ ଅଧା ଚାମଚ ଲେମ୍ବୁ ର ରସ ମିଶାଇ ପିଇବା ଆବଶ୍ୟକ ଏବଂ ଆପଣ ଅଁଳା ,ମୁଲେଠି, ସେଓ କିମ୍ବା ପନିପରିବା ଖାଇବା ଦ୍ୱାରା ମଧ୍ୟ ଏହି ରୋଗ ରୁ ଆପଣ ମୁକ୍ତି ପାଇ ପାରିବେ। ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।