ନମସ୍କାର ବନ୍ଧୁଗଣ ଆମେ ଆଜି କାଲି ସ୍ଲିମ ଏବଂ ଜିରୋ ଫିଗର ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ ।
ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ । ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।
ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ । ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା । ଏହି ଉପଚାର ପାଇଁ ଆବଶ୍ୟକ ସାମଗ୍ରୀ ହେଉଛି ଜିରା ।
ଜିରା ର ନିତିଦିନ ସେବନ କରିବା ଦ୍ୱାରା ଓଜନ କମିଥାଏ ଏବଂ ପେଟ ର ଚର୍ବି କୁ କମାଇ ଥାଏ । ଏହା ଛଡା ଆମ ପାଚନ ତନ୍ତ୍ର ମଧ୍ୟ ଠିକ ରହିଥାଏ ଯାହା ଦ୍ୱାରା ଆମେ ଗ୍ରହଣ କରିଥିବା ଖାଦ୍ୟର ପଚନ ହୋଇ ଆମକୁ ଶକ୍ତି ମିଳିଥାଏ । ଜିରା ଭିତରେ କ୍ୟାଲସିୟମ, ମାଗନେସିୟମ,ଫସଫରସ ଆଦି ଉପାଦାନ ରହିଥାଏ । ଜିରା ୧୫ ଦିନ ରେ ୫କିଲୋ ଓଜନ ଘଟାଇ ଥାଏ ।
ଆପଣ ଦୁଇ ବଡ଼ ଚାମଚ ଜିରା କୁ ଏକ ଗିଲାସ ପାଣି ରେ ଭିଜେଇ ରାତି ଯାକ ରଖିଦେବେ ଏବଂ ସକାଳେ ଏହାକୁ ଫୁଟାଇ ଦିଅନ୍ତୁ ଏବଂ ସିପ ସିପ ଯେମିତି ଚା ପିଅନ୍ତି ସେମିତି ପିଇବେ ଏବଂ ଜିରା କୁ ଚୋବାଇ ଦିଅନ୍ତୁ । ଏହା ସକାଳେ ଖାଲି ପେଟ ରେ କରିବାର ଅଛି । ଏହାକୁ ନିୟମିତ ଭାବରେ ସେବନ କରିବା ଦ୍ୱାରା ଆମ ଶରୀର ରେ ଅନାବଶ୍ୟକ ଚର୍ବି ରୁହେ ନାହିଁ ।
ଏହା ଛଡା ଆପଣ ଦହିରେ ଜିରା ଗୁଣ୍ଡ ପକାଇ ଖାଇ ପାରିବେ ଏବଂ ସୁପ ରେ ମଧ୍ୟ ଏହାକୁ ପକାଇ ସେବନ କରି ପାରିବେ । ଜିରା ପାଣି ରେ ମହୁ ପକାଇ ମଧ୍ୟ ପିଇ ପାରିବେ ଏହା ଦ୍ୱାରା ମଧ୍ୟ ଆପଣଙ୍କ ଓଜନ କମିଥାଏ ।
ନଚେତ ଆପଣ ଗାଜର ଏବଂ ଅନ୍ୟ ପରିବା କୁ ସିଜେଇ ଦିଅନ୍ତୁ ଏଥିରେ ଅଦାକୁ କଦ୍ଦୁକସ କରି ଦିଅନ୍ତୁ ଏବଂ ସେଥିରେ ଜିରା ଏବଂ ଲେମ୍ବୁ ରସ ପକାଇ ସେବନ କରି ପାରିବେ ଏହା ଦ୍ୱାରା ମଧ୍ୟ ଆପଣଙ୍କ ଓଜନ କମିଥାଏ ଏବଂ ଜିରାର ସେବନ ଦ୍ୱାରା ଶରୀର ରେ ଥିବା ଅନାବଶ୍ୟକ ଚର୍ବି କମିବା ସହ ଗ୍ୟାସ ଜନିତ ସମସ୍ୟା ମଧ୍ୟ ଦୁର ହୋଇଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।