ଝିଅ ମାନଙ୍କ ଚାଲିବା ଶୈଳୀରୁ ଜାଣନ୍ତୁ ସେମାନେ କିପରି ? Personality check

ଏକ ଗବେଷଣା ଅନୁଯାୟୀ ମହିଳାମାନଙ୍କ ଚାଲିବା ଶୈଳୀରୁ ସେମାନଙ୍କ ବ୍ୟକ୍ତିତ୍ବ, ସ୍ଵଭାବ ଓ ମାନସିକ ସ୍ଥିତି ବିଷୟରେ ମଧ୍ୟ ସ୍ପଷ୍ଟ ଭାବେ ଜାଣି ହୋଇଥାଏ । ପ୍ରତ୍ଯେକ ମହିଳାଙ୍କ ଚାଲିବା ଶୈଳୀ ଏକ ଆରେକ ଠଉର ଭିନ୍ନ ହୋଇଥାଏ ।

କିଛି ମହିଳା ଜୋରରେ ଚାଲିବ ପସନ୍ଦ କରନ୍ତି ତ କିଛି ମହିଳା ଧୀରେ ଧୀରେ ଚାଲନ୍ତି । କେଉଁମାନେ କଥା ହୋଇ ହୋଇ ଚଳିବାକୁ ପସନ୍ଦ କରନ୍ତି ତ ଆଉ କିଛି ମୁଣ୍ଡ ତଳକୁ କରି ଭାବି ଭାବି ଚାଲିଥାନ୍ତି । ଆଉ କିଛି ମହିଳା ଅଣ୍ଟା ହଲାଇ ଷ୍ଟାଇଲରେ ଚାଲିବାକୁ ଭଲ ପାଆନ୍ତି । ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କ ଚାଲିବା ଶୈଳୀ ଏ ସେମାନଙ୍କ ସ୍ଵଭାବ ।

ଗବେଷଣା ଅନୁସାରେ ଜୋରରେ ଚାଲୁଥିବା ମହିଳା ବହୁତ କମ କଥା କହିବା ସ୍ଵଭାବର ହୋଇଥାନ୍ତି । ଲୋକ ତାଙ୍କ ବିଷୟରେ କଣ ଭାବନ୍ତି ସେ ତାର ଖାତିର କରନ୍ତି ନାହିଁ । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନଙ୍କୁ ନିଜ ପ୍ରତି ଆକର୍ଷଣ କରିବା କଷ୍ଟକର ଅଟେ । ଯେଉଁ ମହିଳାମାନେ ଧୀରେ ଧୀରେ ଚାଲନ୍ତି ସେମାନେ ବହୁତ ଅଧିକ କଥା କହିଥାନ୍ତି । ସେମାନଙ୍କୁ ଏକାକୀ ଚାଲିବା ବିଲକୁଲ ପସନ୍ଦ ନୁହେଁ । ଏମାନେ ଅତି ସହଜରେ ଅନ୍ୟକୁ ଭରସା କରି ନିଅନ୍ତି ଓ ସେଥିପାଇଁ ଅନେକ ସମୟରେ ସମସ୍ୟାରେ ମଧ୍ୟ ପଡନ୍ତି । ଏମାନେ ନିଃସ୍ଵାର୍ଥପର ଓ ସାହାଯ୍ୟକାରୀ ସ୍ଵଭାବର ହୋଇଥାନ୍ତି ।

ଆଉ କିଛି ମହିଳା ରାସ୍ତାରେ ଅନ୍ୟ ମହିଳାଙ୍କୁ ବା ବନ୍ଧୁଙ୍କୁ ହସି ହସି ହାଏ ହେଲୋ କରି କରି ଚାଲୁଥାନ୍ତି । ଏମାନେ ବହୁତ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି । ସମାଜରେ ନିଜର ମର୍ଯ୍ୟାଦା କିପରି ବଜାୟ ରଖିବେ ତାହା ଏମାନଙ୍କୁ ଭଲ ଭାବେ ଜଣା । ଆଉ କିଛି ମହିଳା ଚାଲିବା ସମୟରେ ମଧ୍ୟ ନିଜ ସମୟ ବରବାଦ କରିବାକୁ ଚାହାନ୍ତି ନାହିଁ । ସେହି ସମୟରେ ମଧ୍ୟ କାର୍ଯ୍ୟ ବିଷୟରେ ଅନ୍ୟ ସହ କଥା ହୋଇଥାନ୍ତି ଓ କୌଣସି କାମ ନ ଥିଲେ ଘରୁ ବାହାରିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ଠାରେ ଘରୁ ବାହାରିଲେ ରାସ୍ତାରେ ଯେତେ କାମ ଥାଏ ସମସ୍ତ ସମ୍ପନ୍ନ କରି ଫେରନ୍ତି ।

ଆଉ କିଛି ମହିଳା ଛୋଟ ଛୋଟ ପାଦ ପକାଇ ଖୁବ ଆରମରେ ଚାଲିଥାନ୍ତି । ଏମାନଙ୍କୁ ଜୀବନ ନିଜ ହିସାବରେ ବଞ୍ଚିବାକୁ ଖୁବ ପସନ୍ଦ କରନ୍ତି ଓ ଶାନ୍ତ ସ୍ବଭାବର ହୋଇଥାନ୍ତି । ଅନୁଭବୀ ହୋଇଥିବାରୁ ଏମାନେ କାହା ସହ ବାଦବିବାଦରେ ପଡନ୍ତି ନାହିଁ । ଯେଉଁ ମହିଳାମାନେ ଚାଲିବା ସମୟରେ ଭାବି ଭାବି ଚାଲନ୍ତି ସେମାନେ ବହୁତ ଗୁଣବାନ ହୋଇଥାନ୍ତି । ଏମାନେ ସବୁବେଳେ ନିଜ ଭବିଷ୍ୟତ ବିଷୟରେ ଚିନ୍ତା କରୁଥାନ୍ତି । ପ୍ରେମ ମାମଲାରେ ଏମାନେ ଖୁବ ବିଶ୍ବସ୍ତ ହୋଇଥାନ୍ତି ।

ଯେଉଁ ଝିଅମାନେ ପାଦ କଚି କଚି ଚାଲନ୍ତି ସେମାନେ ସାମାନ୍ଯ ରାଗି ହୋଇଥାନ୍ତି ଓ ପିଲାଙ୍କ ପରି ସ୍ଵଭାବ ଥାଏ । ଯେଉଁମାନେ ଛାତି ପାଖେ ହାତ ବାନ୍ଧି ଚାଲନ୍ତି ସେମାନେ ବହୁତ ଭାବୁକ ଓ ଭୟାଳୁ ହୋଇଥାନ୍ତି । ଏମାନେ ମଧ୍ୟ କାହା ଉପରେ ଶୀଘ୍ର ଭରସା କରନ୍ତି ନାହିଁ । ଯେଉଁମାନେ ଗୋଡ ଘୋଷାଡ଼ି ଚାଲନ୍ତି ସେମାନେ ଦୁଃଖୀ ହୋଇଥାନ୍ତି ଓ ଜଣେ ଉତ୍ତମ ଜୀବନସାଥୀର ତଲାସରେ ଥାଆନ୍ତି ।

ଯେଉଁ ମହିଳାମାନେ ମୁଣ୍ଡ ଉଠାଇ ନିର୍ଭୟରେ ନିଜ ଅନ୍ଦାଜରେ ଚାଲନ୍ତି ସେମାନେ ଖୋଲା ବିଚାରଧାରାର ହୋଇଥାନ୍ତି । ଏମାନେ ଅନ୍ୟର ଧ୍ୟାନ ଆକର୍ଷଣ କରିବାକୁ ଖୁବ ପସନ୍ଦ କରନ୍ତି । ଏମାନଙ୍କ ଚାଲିରୁ ହିଁ ଏମାନେ ଭିଡ ମଧ୍ୟରୁ ଅଲଗା ଲାଗନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *