ଆମ ଶରୀରକୁ ଭିତରୁ ସଫା ସୁତୁରା କରିବା ପାଇଁ ଇଶ୍ଵର ଆମକୁ କିଡନୀକୁ ଏକ ବରଦାନ ସ୍ୱରୂପ ଦେଇଛନ୍ତି । ମାତ୍ର ଆମ୍ର କେତେକ ବଦଭ୍ୟାସ ଯୋଗୁଁ, ସୁଗାର ଓ ରକ୍ତଚାପ ଔଷଧ ଯୋଗୁଁ କିମ୍ବା ବଂଶଗତ କାରଣରୁ ଆମ କିଡନୀ ଠିକ ଭାବେ କାମ କରେ ନାହିଁ ବା ଖରାପ ହୋଇଯାଏ ।
ମାତ୍ର ବହୁତ ଡେରିରେ ଆମକୁ ଏହା ଜଣା ପଡିଥାଏ, ଯାହା ଫଳରେ ଆମ କିଡନୀ ସଂପୂର୍ଣ୍ଣ ଭାବେ ଖରାପ ହୋଇଯାଇ ଥାଏ । ଆଜି ଆମେ ଆପଣଙ୍କୁ କିଡନୀ ଖରାପ ହେବାର କେତୋଟି ସଙ୍କେତ ବିଷୟରେ ଜଣାଇବୁ ଯାହା ଜାଣିଲେ ଆପଣ ଠିକ ସମୟରେ ଜାଗ୍ରତ ହୋଇ ପାରିବେ । ମୁହଁରୁ ଗନ୍ଧ ବାହାରିବା ଓ ସ୍ଵାଦ ଜାଣି ନା ପାରିବା କିଡନୀ ଖରାପ ହେବ ଲକ୍ଷଣ ମାନଙ୍କ ମଧ୍ୟରୁ ଗୋଟିଏ । କିଡନୀ ଖରାପ ହେଲେ ରକ୍ତରେ ୟୁରିଆ ସ୍ତର ବଢିଯାଏ ଫଳରେ ପାଟି ଦୁ-ର୍ଗନ୍ଧ- ହୋଇଥାଏ ଓ ସ୍ଵାଦ ଖରାପ ହୋଇଯାଏ ।
କିଡନୀ ଖରାପ ହେଲେ ପାଦ ଫୁଲିଯାଏ । କାରଣ କିଡନୀ ଶରୀରରୁ ପାଣି କାଢି ନ ପାରିବାରୁ ଆମ ଶରୀରରେ ପାଣି ଭରିଯାଏ । କିଡନୀ ଆମ ଶରୀରରେ ପ୍ରଚୁର ଭାବେ ଲାଲ ରକ୍ତ କୋଷିକା ତିଆରି କରିଥାଏ । ତେଣୁ କିଡନୀ ଖରାପ ହେଲେ ଏହି କାର୍ଯ୍ୟ କରିବାକୁ ବିଫଳ ହୋଇଥାଏ, ଯାହା ଫଳରେ ଆମ ଶରୀରରେ ରକ୍ତହୀନତା ଦେଖା ଦେଇ ଥାଏ । କିଡନୀ ସଠିକ ଭାବେ କାମ କରିବା ବନ୍ଦ କରିଦେଲେ ଆମ ପ-ରି-ସ୍ରା-ରେ ର-କ୍ତ କଣିକା ପଡିଥାଏ । ଏହାକୁ ହେମୋଟୋରିଆ କୁହାଯାଏ ।
ଏହା ସହ ବାରମ୍ବାର ମୁଡ ବଦଳିବା, ପିଠି ଓ ଅଣ୍ଟାରେ ଭୟଙ୍କର ବ୍ୟଥା ହେବା ମଧ୍ୟ କିଡନୀ ଖରାପ ହେବାର ସଙ୍କେତ ହୋଇପାରେ । କିଡନୀ ଖରାପ ହେଲେ ପ-ରି-ସ୍ରା କମିଯାଏ, ଦୁ-ର୍ଗ-ନ୍ଧ ହୁଏ, ଓ ଫେଣ ପରି ମଧ୍ୟ ପ-ରି-ସ୍ରା ହୋଇଥାଏ । ମାତ୍ର ସବୁବେଳେ ଏହା କିଡନୀ ଖରାପ ହେବାର ସଙ୍କେତ ହୋଇ ନ ଥାଏ । ଯଦି ଆପଣଙ୍କୁ ସନ୍ଦେହ ହେଉଛି ତେବେ ଡାକ୍ତରଙ୍କ ସହ ଅବଶ୍ୟ ପରାମର୍ଶ କରନ୍ତୁ । କିଡନୀ ଖରାପ ହେବାରୁ ଶରୀରରେ ଅଧିକ ମାତ୍ରାରେ ଅଦରକାରୀ ପଦାର୍ଥ ଜମା ହୋଇଥାଏ ।
କାରଣ ଠିକ ଭାବେ ତାହା ନିର୍ଗତ ହୋଇ ପାରେ ନାହିଁ । ତେଣୁ ଭୋକ ଲାଗିବା ମଧ୍ୟ କମିଯାଏ । କିଡନୀ ଖରାପ ହେଲେ ଆମ ଫୁସଫୁସରେ ମଧ୍ୟ ଦୂ-ଷି-ତ ପଦାର୍ଥ ଜମା ହୁଏ, ଯାହା ଫଳରେ ନିଶ୍ଵାସ ନେବାରେ ଅସୁବିଧା ହେବା ପରି ସମସ୍ଯା ମଧ୍ୟ ଦେଖା ଦେଇଥାଏ । କିଡନୀ ଖରାପ ହେଲେ ଶରୀରର କେତେକ ଅଙ୍ଗରେ ଉଦବେଗ, କମ୍ପନ ଓ ହଲଚଲ ଆଦି ଅନୁଭବ ହୋଇଥାଏ । ଏହା ସହ ଶରୀରରେ ଲାଲ ଦାଗ ହେବା ଏବଂ କୁ-ଣ୍ଡା-ଇ ହେବା ମଧ୍ୟ କିଡନୀ ଖରାପ ହେବାର ଲକ୍ଷଣ ହୋଇପାରେ ।
ଶରୀରରେ ବି-ଷା-କ୍ତ ପଦାର୍ଥ ଜମିଯିବା ହେତୁ ବା-ନ୍ତି ଲାଗିବା ବା ବା-ନ୍ତି ହେବା ପରି ମଧ୍ୟ ଅନୁଭବ ହୋଇଥାଏ ଓ ମ-ଳ-ରେ ମଧ୍ୟ ର-କ୍ତ ପଡିଥାଏ । ସମୟ ଥାଉ ଥାଉ ଏହି ସବୁ ଲକ୍ଷଣକୁ ନ ଚିହ୍ନି ଚିକିତ୍ସା ନ କଲେ ଶେଷରେ ଡାଇଲିସିସ ଦ୍ଵାରା ହିଁ ଶରୀରରୁ ଦୂ-ଷି-ତ ପଦାର୍ଥ ବାହାର କରିବା ଏକମାତ୍ର ଉପାୟ ଅଟେ ।