ମାତ୍ର 7 ଦିନ ଖାଲି ପେଟରେ ଗୁଡ ଖାଇ ଗରମ ପାଣି ପିଇବା ଦ୍ଵାରା ମିଳିଥାଏ ଏହି ଚମତ୍କାରୀ ଫାଇଦା, ମୂଳରୁ ଶେଷ ହୋଇଯାଏ ଏହି 8 ଟି ଭୟଙ୍କର ରୋଗ- Health Tips

ଯଦି ଆପଣ ମିଠା ଖାଇବାକୁ ପସନ୍ଦ କରନ୍ତି ଓ ସୁସ୍ଥ ରହିବାକୁ ମଧ୍ୟ ଚାହାନ୍ତି, ତେବେ ଆପଣଙ୍କ ପାଇଁ ଗୁଡ ସର୍ବୋତ୍ତମ ବିକଳ୍ପ । ଆମ ଆୟୁର୍ବେଦ ଗ୍ରନ୍ଥ ଅନୁଯାୟୀ ଗୁଡରେ ଥିବା ତତ୍ତ୍ଵ ଆମ ଶରୀରରୁ ଏସିଡ ଅଂଶ କମ କରିଥାଏ ।

ଖାଦ୍ଯ ଖାଇବା ପରେ ମଧ୍ୟ ଖଣ୍ଡେ ଗୁଡ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭଦାୟକ ହୋଇଥାଏ । ପୂର୍ବକାଳରୁ ଗୁଡକୁ ଅମୃତ ସମାନ ମାନାଯାଏ । ରକ୍ତହୀନତା, ମୋଟାପଣ, ଥକାପଣ, ହାଡଗଣ୍ଠି ବ୍ୟଥା, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଏପରି ଅନେକ ପ୍ରକାର ରୋଗ ପାଇଁ ଗୁଡ ଖୁବ ଉପଯୋଗୀ ଅଟେ । ଯଦି ଆପଣ ୭ଦିନ ପର୍ଯ୍ୟନ୍ତ ସକାଳୁ ଉଠି ୫ଗ୍ରାମ ମାତ୍ରାରେ ଗୁଡ ଖାଇ ଉଷୁମ ପାଣି ପିଇବେ ତେବେ ପେଟରେ ଗ୍ଯାସ, ଏସିଡିଟି, ପେଟ ଦରଜ, କୋଷ୍ଠକାଠିନ୍ୟ ପରି ସମସ୍ଯା ଜଡରୁ ଶେଷ ହୋଇଯିବ ।

ଏହା ସହ ଗୁଡ ଆପଣଙ୍କ ପେଟକୁ ଭଲ ଭାବେ ପରିଷ୍କାର ମଧ୍ୟ କରିବ । ବଜାରରୁ ଗୁଡ କିଣିବା ବେଳେ ଚେଷ୍ଟା କରନ୍ତୁ ସବୁବେଳେ ଗାଢ ବା ତମ୍ବା ରଙ୍ଗର ଗୁଡ କିଣନ୍ତୁ । ଏକ ଗବେଷଣାରୁ ଜଣାପଡିଛି ଯେ ଗୁଡ ତୁଳନାରେ ଚିନି ହଜମ ହେବାକୁ ୧୦ଗୁଣ ଅଧିକ ଶକ୍ତି ଖର୍ଚ୍ଚ ହୋଇଥାଏ । ଗୁଡ ଥଣ୍ଡା, କଫ ଭଳି ରୋଗକୁ ମଧ୍ୟ ଦୂର କରିଥାଏ । ଏହାକୁ ଆପଣ କଞ୍ଚା ଖାଇବାକୁ ଇଚ୍ଛା ନା କରୁଥିଲେ ଏଥିରୁ ଚାହା କିମ୍ବା ଲଡୁ ପ୍ରସ୍ତୁତ କରି ମଧ୍ୟ ଖାଇ ପାରିବେ ।

ଗୁଡରେ ପ୍ରଚୁର ମାତ୍ରାରେ ଫସଫରସ ଥିବାରୁ ଏହା କଫକୁ ଶାନ୍ତ କରିଥାଏ ଓ ଆରମ ଦେଇଥାଏ । ଆଜମା, ନିମୋନିଆ ପରି ରୋଗ ମଧ୍ୟ ଗୁଡ ଖାଇବା ଦ୍ଵାରା ଭଲ ହୋଇଯିବ । ଆନେମିଆ ବା ରକ୍ତହୀନତା ଥିବା ରୋଗୀଙ୍କ ପାଇଁ ଗୁଡ ଖୁବ ଲାଭଦାୟକ । ଖାସ କରି ମହିଳାମାନଙ୍କ ପାଇଁ ଏହା ବିଶେଷ ଉପକାରୀ ଅଟେ । ଗୁଡ ଆମ ରକ୍ତରୁ ଟକ୍ସିନ ଓ ଅଦରକାରୀ ପଦାର୍ଥକୁ ଅଲଗା କରି ଖୁବ ଭଲ ଭାବେ ପରିଷ୍କାର କରିଥାଏ ।

ଗୁଡ ଖାଇବା ଦ୍ଵାରା ଆମ ଶରୀରର ମେଟାବୋଲିଜିମ ମଧ୍ୟ ଠିକ ରହିଥାଏ । ଯାହା ଦ୍ଵାରା ଆମେ ଖାଉଥିବା ଖାଦ୍ଯ ଠିକ ସମୟରେ ହଜମ ହେବା ସହ ସେଥିରୁ ପୋଷକତତ୍ତ୍ଵ ସଠିକ ଭାବେ ଆମ ରକ୍ତରେ ମିଶିପାରେ । ଗୁଡ ଖାଇବା ଦ୍ଵାରା ଆପଣଙ୍କ ହଜମ କ୍ରିୟା ଭଲ ଭାବେ ହେବ । ଯାହା ଦ୍ଵାରା ଗ୍ଯାସ ହେବା ନାହିଁ । ଯେଉଁମାନଙ୍କୁ ଗ୍ଯାସ ସମସ୍ଯା ରହଛି ସେମାନେ ପ୍ରତିଦିନ ଦିନରେ ଓ ରାତିରେ ଭୋଜନ କରିବା ପରେ ଖଣ୍ଡେ ଗୁଡ ଅବଶ୍ୟ ଖାଆନ୍ତୁ । ଦେଖିବେ ଏହି ସମସ୍ଯା ଶୀଘ୍ର ଭଲ ହୋଇଯିବ ।

ଗୁଡରେ ପ୍ରଚୁର ପରିମାଣରେ ପୋଟାସିୟମ ମଧ୍ୟ ରହିଥାଏ, ଯାହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ଖୁବ ସହାୟକ ହୋଇଥାଏ । ଆପଣଙ୍କୁ ଅନିଦ୍ରତା ସମସ୍ଯା ଥିଲେ ରାତିରେ ଶୋଇବା ପୂର୍ବରୁ ଜାଇଫଳ ଗୁଣ୍ଡ ମିଶାଇ ଏକ ଗ୍ଳାସ କ୍ଷୀରକୁ ଭଲଭାବେ ଗରମ କରନ୍ତୁ ଓ ସେଥିରେ ଅଧ ଚାମୁଚ ଗୁଡ ମିଶାଇ ଉଷୁମ ଉଷୁମ ପିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ନିଦ୍ରା ନ ହେବା ସମସ୍ଯା ମଧ୍ୟ ଭଲ ହୋଇଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *