Health Tips- ମଧ୍ୟରାତ୍ରିରେ ଆପଣ ପରିସ୍ରା କରିବାକୁ ଉଠୁଛନ୍ତି କି ? ହୋଇଯାନ୍ତୁ ସାବଧାନ !

ନମସ୍କାର ବନ୍ଧୁଗଣ, ପରିସ୍ରା ଆମ ଶରୀରର ଏକ ପ୍ରକ୍ରିୟା ଅଟେ ଯାହା ସମସ୍ତ ମନୁଷ୍ୟଙ୍କର ହୋଇଥାଏ । ଯଦି କୌଣସି ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲେଗୁଥାଏ ତେବେ ଏହା ଏକ ବଡ ସମସ୍ୟା ଅଟେ । କିନ୍ତୁ ଯଦି ଅଧା ରାତିରେ ପରିସ୍ରା ଲାଗୁଥାଏ ଆଉ ଆପଣ ଉଠିକି ପରିସ୍ରା ଯାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ହୋଇପାରେ କାଳ । ହଠାତ ଉଠି ଆପଣ ପରିସ୍ରା ଯିବା ଦ୍ଵାରା ଏହାର  କୁପ୍ରଭାବ ଆମ ଶରୀରର କିଛି ପ୍ରମୁଖ ଅଙ୍ଗ ଉପରେ ପଡିଥାଏ । ଯାହାକି ଜୀବନ ପାଇଁ ବିପଦ ଆଣିଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଅଧା ରାତିରେ ଆପଣ ହଠାତ ଉଠି ପରିସ୍ରା ଯିବା ଦ୍ଵାରା ଏହାର କୁପ୍ରଭାବ ଆପଣଙ୍କ ହାର୍ଟ ଏବଂ ମସ୍ତିସ୍କ  ଉପରେ ପଡିଥାଏ । ଯାହାଫଳରେ ମସ୍ତିସ୍କ କୋମାକୁ ମଧ୍ୟ ଚାଲିଯାଇଥାଏ । କିମ୍ବା ହାର୍ଟ ଫେଲ ହେବାର ପ୍ରଚୁର ସମ୍ଭାବନା ରହିଥାଏ । ଯେତେବେଳେ ଆମେ ଗାଢ ନିଦରେ ଶୋଇଥାଉ ସେତେବେଳେ ଆମ ଶରୀର ଶୋଇବା ସହ ଆମ ମସ୍ତିସ୍କ ମଧ୍ୟ ଶୋଇଥାଏ ।

ହଠାତ ଉଠିଯିବା ପରେ ମସ୍ତିସ୍କ ଜାଣିପାରିନଥାଏ କଣ କରିବା ଉଚିତ  ଆଉ ଅନୁଚିତ । ଅଧା ରାତିରେ ପରିସ୍ରା ଲାଗିବା ଦ୍ଵାରା ନିଦ ଭାଙ୍ଗିଯାଏ । ତେଣୁ ଆମ ହୃଦୟର ରକ୍ତ ସଂଚାଳନ ତୀବ୍ର ଭାବରେ ହେବାକୁ ଲାଗିଥାଏ । ଯାହାକୁ ହାର୍ଟ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରେ ନାହିଁ । ତେଣୁ ଏହି କାରଣ ପାଇଁ ହାର୍ଟ ଆଟାକ ହୋଇ ଜୀବନ ଯିବାର ସମ୍ଭାବନା ରହିଥାଏ ।

ବର୍ତ୍ତମାନ ସମୟରେ ପ୍ରାୟ ଶୁଣିବା ପାଇଁ ମିଳୁଛି କି ସୁସ୍ଥ ସବଳ ମଣିଷ ଭାଲ ମଣିଷ ଦେଖିବା ବେଳକୁ ରାତିରେ ହଠାତ ହାର୍ଟ ଆଟାକ ହୋଇ ଜୀବନ ଚାଲିଗଲା । ଏହି କେସ ଏବେ ବହୁତ ଘଟୁଛି । ଏହା ପଛର କାରଣ କେବଳ ହୋଇଥାଏ ହଠାତ ଉଠି ପରିସ୍ରା ଯିବା । ଯଦି ଆପଣଙ୍କ ନିଦ  ହଠାତ ଭାଙ୍ଗୁଛି ତେବେ ବେଡରେ ସେହିପରି 25 ରୁ 30 ସେକେଣ୍ଡ ଶୋଇ ରୁହନ୍ତୁ ।

ଏବଂ ବେଡରୁ ଗୋଡ ତଳକୁ କରି 25 ରୁ 30 ସେକେଣ୍ଡ ଯାଏ ବସି ରୁହନ୍ତୁ । ଏହି ଏକ ମିନିଟ ଭିତରେ ଆପଣଙ୍କ ମସ୍ତିସ୍କ ସାଧାରଣ ଅବସ୍ତାକୁ ଆସିଥାଏ ଏବଂ ସକ୍ରିୟ ହୋଇଯାଏ । ଯାହାଫଳରେ ଆପଣ ପରିସ୍ରା ଯିବା ଦ୍ଵାରା କୌଣସି ବି ଅସୁବିଧା ହୋଇନଥାଏ । ତେଣୁ ଆପଣ ହଠାତ ବେଡ ରୁ ଉଠି ଯାଇ ପରିସ୍ରା କରିବା ପୂର୍ବରୁ ଏହି କଥାର ଧ୍ୟାନ ରଖି ନିହାତି ଭାବରେ କରନ୍ତୁ ।

ନଚେତ କିଛି ସମୟର ଅବହେଳା ପାଇଁ ଯାଇପାରେ ବହୁମୂଲ୍ୟ ଜୀବନ । ଯାହା ଆପଣଙ୍କୁ ହୁଏତ ଜଣା ନଥିଲା କିନ୍ତୁ ଆଶା କରୁଛୁ ଏବେ ଆପଣ ବୁଝି ଯାଇଥିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭାଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *