Vastu Tips- ମା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ମହିଳା ମାନଙ୍କୁ ଦିଅନ୍ତି ଏହି ୬ଟି ଗୁପ୍ତ ସଙ୍କେତ, କିନ୍ତୁ କରିବେନି ଏହି ଭୁଲ, କଣ ଆପଣଙ୍କୁ ମିଳୁଛି ଏହି ସଙ୍କେତ ?

ସଂସାରର ଧନ ଓ ଐଶ୍ୱର୍ଯ୍ୟର ଦେବୀ ମା ଲକ୍ଷ୍ମୀ ବହୁତ ଚଞ୍ଚଳ ଅଟନ୍ତି । ସେ କୌଣସି ଗୋଟିଏ ସ୍ଥାନରେ ସର୍ବଦା ଅବସ୍ଥାନ କରନ୍ତି ନାହିଁ । ସବୁବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆତଯାତ କରୁଥାନ୍ତି । ତେବେ ଶାସ୍ତ୍ରରେ ଉଲ୍ଲେଖ ରହିଛି ମା ଲକ୍ଷ୍ମୀ ଯେକୌଣସି ଘରେ ପ୍ରବେଶ କରିବା ପୂର୍ବରୁ କିଛି ଗୁପ୍ତ ସଙ୍କେତ ଅବଶ୍ୟ ଦିଅନ୍ତି ।

ଏହି ସଙ୍କେତ ଗୁଡ଼ିକୁ ଜାଣି ଯଦି ମା ଲକ୍ଷ୍ମୀଙ୍କ ସ୍ବାଗତ କରାଯାଏ ତେବେ ମା ଆପ୍ରାଣ କୃପା ବର୍ଷା କରନ୍ତି । ପେଚାକୁ ମା ଲକ୍ଷ୍ମୀଙ୍କ ବାହନ ବୋଲି ମାନା ଯାଏ । ସେଥିପାଇଁ ଏହା ଦେଖିବା ଓ ଘରକୁ ପେଚା ଆସିବା ଶୁଭ ବୋଲି ମାନା ଯାଏ । ପେଚା ସବୁବେଳେ ଦେଖାଯାଏ ନାହିଁ । ମାତ୍ର କେବେ ପେଚା ଉତ୍ତର ବା ପୂର୍ବ ଦିଗରେ ଆସି ଆପଣଙ୍କ ଘରେ ବସିଥିବାର ଦେଖାଯାଏ ବା ବୋବାଉ ଥିବାର ଦେଖାଯାଏ ତେବେ ଏହାକୁ ଅତ୍ୟନ୍ତ ଶୁଭ ସଙ୍କେତ ମାନାଯାଏ ।

ମା ଲକ୍ଷ୍ମୀ ଆପଣଙ୍କ ଭକ୍ତିରେ ଅତ୍ୟନ୍ତ ପ୍ରସନ୍ନ ଅଟନ୍ତି ଓ ଆପଣଙ୍କ ଘରକୁ ଆସିବାର ଏହା ଏକ ସଙ୍କେତ ଅଟେ । ଘରେ ଯଦି କୌଣସି ପକ୍ଷୀ ବସା ତିଆରି କରିଛି ତେବେ ଏହାକୁ ମଧ୍ୟ ଶୁଭ ସଙ୍କେତ ବୋଲି କୁହାଯାଏ । ଘରେ ଗୁଣୁଗୁଣୁ ହେଉଥିବା ପକ୍ଷୀଙ୍କ ସ୍ୱର ମା ଲକ୍ଷ୍ମୀଙ୍କୁ ସ୍ବାଗତ କରିଥାଏ ।

ମା ଲକ୍ଷ୍ମୀ ଘରକୁ ଆସିବା ପରେ ପରିବାର ସଦସ୍ୟଙ୍କ ବ୍ୟବହାର ଓ ଖାଦ୍ୟ ପେୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଭୋଜନରେ ସମସ୍ତଙ୍କୁ ତୃପ୍ତି ମିଳିଥାଏ । ମାତ୍ର ଘରେ ମାଂସ ମଦ ଆଦିର ସେବନ କରନ୍ତୁ ନାହିଁ । ଏହି କାରଣରୁ ମା ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ନାହିଁ ।

ପରିବାରରେ ମା ଲକ୍ଷ୍ମୀଙ୍କ ଆଗମନ ହେଲେ ପରିବାରର ସଦସ୍ୟଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରେ ମନୋମାଳିନ୍ଯ, କଳି ଝଗଡା, କ୍ଳେଶ ଓ ଅହଙ୍କାର ଭାବ ସମସ୍ତ ବିଷୟ ଦୂର ହେଉଥିବା ଓ ପ୍ରେମ ଏବଂ ସଦଭାବ ବୃଦ୍ଧି ପାଉଥିବା ଦେଖିବାକୁ ମିଳେ । ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ଓ ମାନ ସମ୍ମାନ ମଧ୍ୟ ବଢ଼ିଥାଏ । ଯଦି ଘରେ ପରିବାରର ସଦସ୍ୟ ପରସ୍ପର ପ୍ରତି ପ୍ରେମରେ ସମୟ କାଟୁଛନ୍ତି ତେବେ ଜାଣି ନିଅନ୍ତୁ କି ଘରେ ମା ଲକ୍ଷ୍ମୀଙ୍କ ଆଗମନ ହୋଇ ସାରିଛି ।

ବାହାରକୁ ଯାଇଥିବା ବେଳେ ଯଦି ଆପଣଙ୍କୁ ବାରମ୍ବାର ଝାଡୁ ଦେଖିବାକୁ ମିଳୁଛି, ତେବେ ଏହା ମଧ୍ୟ ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଅଟେ । ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନିଥାନ୍ତି । ସେଥିପାଇଁ ଏହା ବାରମ୍ବାର ଦେଖିବା ଏକ ଶୁଭ ଚିହ୍ନ ଅଟେ । ଏହାର ଅର୍ଥ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଟନ୍ତି ଓ ଶୀଘ୍ର ଆପଣଙ୍କ ଘରେ ଆଗମନ କରିବାକୁ ଯାଉଛନ୍ତି ।

ଯଦି ସକାଳେ ନିଦ ଭାଙ୍ଗିବା ମାତ୍ରେ ଅଚାନକ କେଉଁ ଠାରୁ ଶଙ୍ଖ ଧ୍ଵନି ଶୁଣିବାକୁ ମିଳୁଛି ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ଶଙ୍ଖ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ ଅଟେ । ସେଥିପାଇଁ ସକାଳୁ ସକାଳୁ ଶଙ୍ଖ ଧ୍ଵନି ଶୁଣିବା ମା ଲକ୍ଷ୍ମୀଙ୍କ ଆପଣଙ୍କ ଘରେ ପ୍ରବେଶର ସଙ୍କେତ ଅଟେ ।

ମା ଲକ୍ଷ୍ମୀ ଗୋମାତାଙ୍କ ମାଧ୍ୟମରେ ମଧ୍ୟ ସଙ୍କେତ ଦିଅନ୍ତି । ଯଦି ପ୍ରତିଦିନ ଆପଣଙ୍କ ଦ୍ଵାରକୁ ଗୋମାତା ଆସୁଛନ୍ତି ଓ ତାଙ୍କୁ ନିତ୍ୟ ରୋଟି ଖାଇବାକୁ ଦେବାର ସୈାଭାଗ୍ୟ ପ୍ରାପ୍ତ ହେଉଛି, ତେବେ ଏହା ଆପଣଙ୍କ ଭାଗ୍ୟ ଉଦୟର ସଙ୍କେତ ଅଟେ । ମା ଲକ୍ଷ୍ମୀ ଆପଣଙ୍କ ମନୋସ୍କାମନା ଅବଶ୍ୟ ପୂର୍ଣ୍ଣ କରିବାକୁ ଯାଉଛନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *