ବାଛନ୍ତୁ ନିଜ ଜନ୍ମ ବାର ଓ ଜାଣନ୍ତୁ ନିଜ ବିଷୟରେ ଏକ ରାଜ ର କଥା- Astrology

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ନିଜ ଜନ୍ମ ମାସ, ତାରିଖ, ସାଲ ଓ ଦିନ ମାଧ୍ୟମରେ ବ୍ୟକ୍ତିର ବ୍ୟକ୍ତିତ୍ବ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୁଏ । ଆମ ଭବିଷ୍ୟତ କିପରି ହେବ ସେ ବିଷୟରେ ଏହି ତିଥି ସବୁ ବହୁତ କିଛି ଜଣାଇଥାନ୍ତି ।

ଆପଣ ଯେଉଁ ବାରରେ ଜନ୍ମ ହୋଇଛନ୍ତି ତାହା ଆପଣଙ୍କ ବ୍ୟକ୍ତିତ୍ବକୁ ପ୍ରଭାବିତ କରେ । କାରଣ ସପ୍ତାହର ସାତ ଦିନ କେଉଁ ନା କେଉଁ ଗ୍ରହଙ୍କ ସହ ଜଡିତ ହୋଇଥାନ୍ତି ଓ ବ୍ୟକ୍ତି ଜୀବନରେ ଏହି ଗ୍ରହ ମାନଙ୍କର ଭିନ୍ନ ଭିନ୍ନ ପ୍ରଭାବ ପଡେ । ତେବେ ଆସନ୍ତୁ ଗ୍ରହଙ୍କ ଆଧାରରେ ଜାଣିବା ଆପଣ କିପରି ବ୍ୟକ୍ତିତ୍ବର ଅଧିଆକରି ଅଟନ୍ତି ।

ସୋମବାରର ସ୍ଵାମୀ ଗ୍ରହ ହେଉଛନ୍ତି ଚନ୍ଦ୍ରମା ଓ ଚନ୍ଦ୍ରମାଙ୍କ ରାଶି ଅଟେ କର୍କଟ । ସେଥିପାଇଁ ଏହି ଦିନ ଜନ୍ମିତ ବ୍ୟକ୍ତିଙ୍କ ଉପରେ ଉଭୟ ଚନ୍ଦ୍ରମା ଓ କର୍କଟ ରାଶିର ପ୍ରଭାବ ପଡେ । ଏହି ଲୋକମନେ ବହୁତ ସମ୍ବେଦନଶୀଳ ଓ ଭାବୁକ ହୋଇଥାନ୍ତି । ଏମାନଙ୍କ ପରିବାର ଓ ନିକଟ ବନ୍ଧୁ ଏମାନଙ୍କ ପାଇଁ ସର୍ବୋପରି ହୋଇଥାନ୍ତି । ଏମାନେ ଖୁବ ବିଶ୍ୱାସଯୋଗ୍ୟ ଓ ସଫା ହୃଦୟ ବ୍ୟକ୍ତି ହୋଇଥାନ୍ତି ।

ମଙ୍ଗଳବାରର ସ୍ଵାମୀ ଗ୍ରହ ଅଟନ୍ତି ମଙ୍ଗଳ ଗ୍ରହ ଓ ରାଶି ମେଷ ଏବଂ ବୃଷ ଅଟନ୍ତି ।  ଏହି ଦିନ ଜନ୍ମିତ ବ୍ୟକ୍ତି ସବୁବେଳେ ଖୁବ ଯୋଶରେ ରୁହନ୍ତି ଓ ସର୍ବଦା କିଛି ନୂଆ କରିବାର ଉମଙ୍ଗ ରଖିଥାନ୍ତି । ଏମାନଙ୍କ ନିର୍ଣ୍ଣୟ ନେବା କ୍ଷମତା ଖୁବ ଭଲ ହୋଇଥାଏ । ବୁଧ ଗ୍ରହ ମିଥୁନ ଓ କନ୍ୟା ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ସେଥିପାଇଁ ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ନିଜ କଥା ବାର୍ତ୍ତାରେ ହିଁ ସମସ୍ତଙ୍କ ହୃଦୟ ଜିତି ନିଅନ୍ତି । ଏହି କାରଣରୁ ଏମାନେ ସେଲ୍ସମ୍ୟାନ, ରାଜନେତା କିମ୍ବା କଳାକାର ହୋଇଥିଲେ ବହୁତ ସଫଳତା ପ୍ରାପ୍ତ କରନ୍ତି । ବୁଲିବା ଓ ରିସ୍କ ଥିବା କାର୍ଯ୍ୟ କରିବା ଏମାନଙ୍କ ସଉକ ଅଟେ ।

ଗୁରୁବାର ଦିନ ଜନ୍ମ ହୋଇଥିବା ଜାତକ ବୃହସ୍ପତି ଗ୍ରହ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଧନୁ ଓ ମୀନ ହେଉଛନ୍ତି ଏହି ଗ୍ରହର ରାଶି । ବୃହସ୍ପତି ଭଳି ବିଶାଳକାୟ ଗ୍ରହର ସଂଯୋଗ ପ୍ରାପ୍ତ ହୋଇଥିବାରୁ ଏମାନଙ୍କୁ ଖୁବ ସୌଭାଗ୍ୟଶାଳୀ ମାନାଯାଏ । ଏମାନେ ବହୁତ ଦକ୍ଷ ଓ ଧନୀ ବ୍ୟକ୍ତି ହୋଇଥାନ୍ତି । ଶୁକ୍ରବାର ଦିନ ଜନ୍ମିତ ବ୍ୟକ୍ତିଙ୍କ ସ୍ଵାମୀ ଗ୍ରହ ଶୁକ୍ର ହୋଇଥିବାରୁ ଏହି ବ୍ୟକ୍ତିମାନେ ଖୁବ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏମାନଙ୍କୁ ଧଳା ରଙ୍ଗ ପସନ୍ଦ ହେବା ସହ ଏମାନଙ୍କ ସ୍ଵଭାବ ମଧ୍ୟ ଶାନ୍ତ ଓ ସରଳ ହୋଇଥାଏ । ଏମାନେ ଆଗକୁ ଯାଇ ସରକାରୀ କ୍ଷେତ୍ରରେ ଉତ୍ତମ ପଦ ଲାଭ କରନ୍ତି ।

ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଶନି ଗ୍ରହ ସହ ଜଡିତ ହୋଇଥାନ୍ତି ଓ ମକର ଏବଂ କୁମ୍ଭ ଏହି ଗ୍ରହର ରାଶି ଅଟେ । ଏମାନେ ଜୀବନରେ ସବୁ କିଛି ଧାର୍ଯ୍ୟ କରି ସେହି ଅନୁସାରେ ଜୀବନ କାଟନ୍ତି । ଏମାନେ ଜୀବନରେ ବୈଜ୍ଞାନିକ, ଗବେଷଜ୍ଞ ଓ ଦାର୍ଶନିକ ହୋଇଥାନ୍ତି । ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ସୂର୍ଯ୍ୟ ଏବଂ ସିଂହ ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ସୂର୍ଯ୍ୟ ସୌରମଣ୍ଡଳର ପ୍ରମୁଖ ନକ୍ଷତ୍ର ହୋଇଥିବାରୁ ଏହି ଦିନ ଜନ୍ମିତ ବ୍ୟକ୍ତି ମଧ୍ୟ ବୁଦ୍ଧିମାନ, ନିର୍ଭୟ ଓ ସକାରାତ୍ମକ ବ୍ୟକ୍ତିତ୍ବର ହୋଇଥାନ୍ତି । ଏମାନେ ସର୍ବଦା ଖୁସି ରୁହନ୍ତି ଓ ଖୁସି ବାଣ୍ଟନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *