Health Tips- କେଶ ଝଡୁଛି ତ କ’ଣ କରିବେ ? ଖାଇବାରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶ ମୁଣ୍ଡକୁ ସୁରକ୍ଷା ଦେବା ସହିତ ପ୍ରତ୍ଯେକଟି ବ୍ୟକ୍ତିର ସୁନ୍ଦରତାର ମଧ୍ୟ ଏକ ବିଶେଷତ୍ଵ ହୋଇଥାଏ । ତେଣୁ କେଶର ଯତ୍ନ ସମସ୍ତଙ୍କୁ ନେବା ହିଁ ଦରକାର ପଡିଥାଏ । ତେବେ ବହୁତ ଗୁଡିଏ ଦାମୀ ସାମ୍ପୁ, ତେଲ ଓ କଣ୍ଡିସନରର କେଶରେ ପ୍ରୟୋଗ କରିବା ସତ୍ବେ ମଧ୍ୟ କାହିଁକି କେଶ ଝଡିଥାଏ । ତେବେ କେଶକୁ ଘନ, ଲମ୍ବା ଓ ସୁନ୍ଦର କରିବା ପାଇଁ କେବଳ ସାମ୍ପୁ ଓ ତେଲର ସପ୍ଲିମେଣ୍ଟର କେଶରେ ପ୍ରୟୋଗ ନୁହେଁ ବଂର ଖାଦ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ ।

ତେବେ ନିଜର ଖାଦ୍ୟକୁ ସୁଷମ ଓ ସନ୍ତୁଳିତ କରି ଖାଇବା ସହିତ କେତୋଟି ବିଶେଷ ଖାଦ୍ୟ ପ୍ରତି ମଧ୍ୟ ନିଜ ଖାଦ୍ୟରେ ସାମିଲ କରିବାକୁ ପଡିବ । ପ୍ରଥମ ଖାଦ୍ୟଟି ହେଉଛି ଛତୁ । ଶୁଖିଲା ଛତୁରେ ୧୫୭ ମାଇକ୍ରୋଗ୍ରାମ ବାୟୋଟିନ ରହିଥାଏ । ଅନ୍ୟ ଛତୁରେ ୯୪ mg ବାୟୋଟିନ ରହିଥାଏ । ତେବେ ବ୍ୟକ୍ତିକୁ ଦିନକୁ ୩୦ mgର ବାୟୋଟିନର ଆବଶ୍ୟକତା ରହିଛି ।

ବାୟୋଟିନ ଏପରି ଏକ ଖାଦ୍ୟ ପଦାର୍ଥ ହେଉଛି ଯାହାର ଅଭାବର କେଶ ରୁକ୍ଷ, ସୁକ୍ଷ ଓ ନିର୍ଜୀବ ହୋଇଯାଇଥାଏ । ତେଣୁ ନିଜ ଖାଦ୍ୟରେ କିଛି କିଛି ମାତ୍ରାରେ ବାୟୋଟିନ ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ । ଦିତୀୟରେ ସୁସ୍ଥ କେଶ ପାଇଁ ଆଇରନ ମାତ୍ରା ଶରୀରକୁ ଦରକାର ପଡିଥାଏ । ତେବେ ଦିନକୁ ୧୫ ମିଳିଗ୍ରାମର ଆଇରନ ଯୁକ୍ତ ଖାଦ୍ୟକୁ ନିଜ ଖାଦ୍ୟ ରୁଟିନରେ ସାମିଲ କରନ୍ତୁ ।

ଆଇରନ ଖାଦ୍ୟ ଖାଇବା ସହିତ ଭିଟାମିନ-c ଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଉଚିତ । ଯାହା ଦ୍ଵାରା ଶରୀରରେ ଆଇରନ ଖାଦ୍ୟର ଶୋଷଣ ହୋଇପାରିବ । ଆଇରନ ଯୁକ୍ତ ଖାଦ୍ୟର ସେବନ ନକରିଲେ । କେଶର ଝଡିବା କମିବ ହିଁ ନାହିଁ । ତେବେ ବିନ୍  ରେ ବହୁତ ପରିମାଣର ଆଇରନ ରହିଥାଏ । ବିନ୍ ଖାଇବା ବେଳେ ସେଥିରେ ଲେମ୍ବୁ ମିଶାଇ ଖାଇବା ଦ୍ଵାରା ଏହାର ଫାଇଦା ଶରୀର ପାଇଁ ଉତ୍ତମ ରହିଥାଏ ।

ନଚେତ କମଳା ଜୁଷ ମଧ୍ୟ ସେବନ କରିପାରିବେ । ତୃତୀୟରେ ଚିକେନରେ ମଧ୍ୟ ଆଇରନର ପରିମାଣ ରହିଥାଏ । ତେବେ ଆପଣ ଚିକେନ ମଧ୍ୟ ନିଜ ଖାଦ୍ୟ ରୁଟିନରେ ସାମିଲ କରି ସେବନ କରନ୍ତୁ । ଏହା ଛଡା ଅଣ୍ଡା, ଡାଲି, ସୂର୍ଯ୍ୟମୁଖ୍ୟ ଫୁଲର ଦାନା ଓ କଦଳୀ ମଧ୍ୟ ସେବନ କରିପାରିବେ । ତେବେ କେଶ ଝଡିବାର ବହୁତ ଗୁଡିଏ କାରଣ ରହିଥାଏ ।

ଯେପରି ଜେନେଟିକ, ଅତ୍ୟଧିକ ବୟସ ହୋଇଯିବା, କୌଣସି ରୋଗ ଜନିତ, ଡେଲିଭରି ପରେ, କୌଣସି ମେଡ଼ିସିନର ସାଇଡିଫେକ୍ଟ କିମ୍ବା ଶରୀରରେ କୌଣସି ନ୍ୟୁଟ୍ରିସନର ଅଭାବ କାରଣରୁ ମଧ୍ୟ କେଶ ଝଡିଥାଏ । ଗୋଟିଏ ଦିନରେ ୫୦ ରୁ ୧୦୦ ଭିତରେ କେଶ ଝଡିବା ସାଧାରଣ କଥା ହୋଇପାରେ । ଯଦି ଏହା ଠାରୁ ଅଧିକ କେଶ ଝଡୁଥାଏ । ତେବେ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଦରକାର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *