ବିବାହିତା ମହିଳା କେଉଁ ସ୍ଥାନରେ ସିନ୍ଦୁର ଲଗେଇଲେ ମିଳିଥାଏ କେଉଁ ଲାଭ ? ଜାଣନ୍ତୁ ଆଜିର Anuchinta ରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସିନ୍ଦୁର ଏବଂ ଚନ୍ଦନ ୨ ଟି ହେଉଛି ପବିତ୍ରତାର ପ୍ରତୀକ । ଠାକୁରଙ୍କ ଠାରେ ମଧ୍ୟ ସିନ୍ଦୁର ଓ ଚନ୍ଦନ ପ୍ରୟୋଗ କରାଯାଇଥାଏ । ସେଥିପାଇଁ ଉଭୟ ପୁରୁଷ ଏବଂ ମହିଳା ଚନ୍ଦନ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ ବିବାହିତ ମହିଳା ପ୍ରତିଦିନ ସିନ୍ଦୁର ଲଗାଇବା ଅତି ଶୁଭ ହୋଇଥାଏ । ଚନ୍ଦନ ଲଗାଇବା ନିର୍ଦ୍ଧିଷ୍ଟ ସ୍ଥାନ ରହିଅଛି । ସର୍ବଦା ଆଜ୍ଞା ଚକ୍ରରେ ଚନ୍ଦନ ଲଗାଇବା ଉଚିତ ।

ମୁଖର ନାକ ଓ କପାଳର ଥିବା ଖାଲୁଆ ସ୍ଥାନର ଟିକେ ଉପରକୁ ଯେଉଁ ସ୍ଥାନଟି ରହିଛି । ତାହାକୁ ଆଜ୍ଞା ଚକ୍ର ବୋଲି କୁହାଯାଇଛି । ଏହି ଜାଗାରେ ଚନ୍ଦନ ଲଗାଇବା ଦ୍ଵାରା ଶରୀରର ସମସ୍ତ ଇନ୍ଦ୍ରିୟ ଗୁଡିକ ସକ୍ରିୟ ହୋଇ ରହିଥାନ୍ତି । ଶରୀରର ସମସ୍ତ ସ୍ନାୟୁ ଠିକ ଭାବରେ କାର୍ଯ୍ୟ କରିଥାଏ ।

ପ୍ରତ୍ଯେକଟି ବିବାହିତ ହିନ୍ଦୁ ନାରୀ ମଥାରେ ସିନ୍ଦୁର ଲଗାଇବା ନିହାତି ଦରକାର । କାରଣ ସିନ୍ଦୁର ହେଉଛି ମହିଳାର ବିବାହିତାର ସଂକେତ । ଏହି ସିନ୍ଦୁର ଗାରକୁ ଦେଖି ସବୁ ଲୋକ ମହିଳା ଜଣଙ୍କ ବିବାହ କରିଛି ବୋଲି ଜଣା ପଡିଥାଏ । ଏହା ଛଡା ସିନ୍ଦୁର ଯେତେ ଲମ୍ବା ଓ ଚଉଡା କରି ଲଗାଇବ । ସ୍ଵାମୀର ଆୟୁଷ ସେତେ ଅଧିକ ବୃଦ୍ଧି ପାଇବ ।

ମହିଳା ମାନେ ସିନ୍ଦୁର ଲଗାଇବା ସମୟରେ କେବଳ ମଥାରେ ସିନ୍ଦୁର ଲଗଇନଥାନ୍ତି ବଂର କାନ ଓ କଣ୍ଠରେ ମଧ୍ୟ ସିନ୍ଦୁର ଲଗାଇଥାନ୍ତି । ବିବାହିତ ମହିଳା କାନରେ ଏଥିପାଇଁ ସିନ୍ଦୁର ଲଗାଇଥାଏ । କାରଣ କାନରେ ମା ଗଙ୍ଗାଙ୍କର ବାସ ହୋଇଥାଏ ବୋଲି ମାନ୍ୟତା ରହିଛି ।

ସେଥିପାଇଁ କାନରେ ସିନ୍ଦୁର ଲଗାଇବା ଦ୍ଵାରା ସିନ୍ଦୁର ରୂପକ ସ୍ଵାମୀକୁ ମହିଳାଟି ମା ଗଙ୍ଗାଙ୍କ ପାଦ ତଳେ ସମ୍ପର୍ପଣ କରିଦେଲା । ଯାହା ଦ୍ଵାରା ସ୍ଵାମୀ ଗଙ୍ଗା ମାତାଙ୍କ ଆଶ୍ରୀବାଦରେ ସବୁବେଳେ ଗଙ୍ଗା ଭଳି ପବିତ୍ର ହୋଇ ରହିବ । ଏହା ବ୍ଯତୀତ ନିଜ ଧର୍ମପତ୍ନୀ ଛଡା ଅନ୍ୟ ମହିଳା ପ୍ରତି ଆକର୍ଷିତ ହୋଇବ ନାହିଁ କିମ୍ବା  ନିଜ ଚରିତ୍ର ଖରାପ କରିବ ନାହିଁ ।

କାନରେ ସିନ୍ଦୁର ଲଗାଇବା ସହିତ ମହିଳା କଣ୍ଠରେ ମଧ୍ୟ ସିନ୍ଦୁର ଲଗାଇଥାଏ । କାରଣ କଣ୍ଠରେ ମା ପାର୍ବତୀ ଓ ଭଗବାନ ଶିବଙ୍କର ବାସ ହୋଇଥାଏ । ମହିଳା ସିନ୍ଦୁର କଣ୍ଠରେ ଲଗାଇବା ଦ୍ଵାରା ମା ପାର୍ବତୀ ଓ ପ୍ରଭୁ ଶିବଙ୍କର ଆଶ୍ରୀବାଦରୁ ସବୁଦିନ ପାଇଁ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଦାମ୍ପତ୍ୟ ଜୀବନରେ କେବେ ମଧ୍ୟ ଫାଟ ସୃଷ୍ଟି ହେବ ନାହିଁ ।

ଏହା ଛଡା ମହିଳାମାନେ ଶଙ୍ଖାରେ ସିନ୍ଦୁର ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *