Vastu Tips: ଯେଉଁ ସ୍ତ୍ରୀ ଏହି ସମୟରେ ଲଗାଇଥାଏ ଝାଡୁ, ତା’ ଉପରେ ପ୍ରସନ୍ନ ହୁଅନ୍ତି ସ୍ଵୟଂ ମା’ ଲକ୍ଷ୍ମୀ, ଧନ ଦୌଲତ ରେ ପୁରି ଉଠେ ଭଣ୍ଡାର

ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ ଆମ ଘରର ଏକ ଗୁରୁତ୍ବପୂର୍ଣ୍ଣ ଜିନିଷ ଅଟେ । ଏହା ଘରୁ ଅଳିଆ ସହ ନକାରାତ୍ମକ ଶକ୍ତି ମଧ୍ୟ ବାହାର କରିବା କାର୍ଯ୍ୟ କରିଥାଏ । ସ୍ଵଚ୍ଛତା ମା ଲକ୍ଷ୍ମୀଙ୍କ ଖୁବ୍ ପ୍ରିୟ । ତେବେ ଝାଡୁରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

ମାତ୍ର ଆପଣ କଣ ଜାଣିଛନ୍ତି କି ଝାଡୁର ସଠିକ୍ ଉପଯୋଗ ଦ୍ଵାରା ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିହେବ । ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଝାଡୁ ବିଷୟରେ କିଛି ନିୟମ ଆପଣଙ୍କୁ ଜଣାଇବୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ସର୍ବଦା ଝାଡୁକୁ ପଶ୍ଚିମ ଦିଗ ଆଡ଼କୁ ମୁହଁ କରି ରଖିବା ଉଚିତ୍ । ମାତ୍ର ଧ୍ୟାନ ରଖନ୍ତୁ ରୋଷେଇ ଘରେ ଏବଂ ଆପଣ ଭୋଜନ କରୁଥିବା ସ୍ଥାନରେ କେବେ ମଧ୍ୟ ଝାଡୁ ରଖନ୍ତୁ ନାହିଁ ।

ପଶ୍ଚିମ ଦିଗରେ ଝାଡୁ ରଖିବା ଦ୍ବାରା ଏହାର ବାସ୍ତୁ ଦୋଷ ଦୂର ହୋଇଥାଏ । ମାତ୍ର ଝାଡୁ ରୋଷେଇ ଘରେ ରଖିବା ଦ୍ବାରା ମା ଅନ୍ନପୂର୍ଣ୍ଣା ରୁଷ୍ଟ ହୋଇଯାଆନ୍ତି । ସେଥିପାଇଁ ରୋଷେଇ ଘର ପଶ୍ଚିମ ଦିଗରେ ଥିଲେ ମଧ୍ୟ ସେଠାରେ କେବେ ଝାଡୁ ରଖନ୍ତୁ ନାହିଁ ।

-ଯେପରି ଆମେ ଧନକୁ ଅନ୍ୟମାନଙ୍କ ନଜରରୁ ଲୁଚାଇ ରଖୁ, ସେହିପରି ମା ଲକ୍ଷ୍ମୀଙ୍କ ପ୍ରତୀକ ଝାଡ଼ୁକୁ ମଧ୍ୟ ସର୍ବଦା ବାହାର ଲୋକଙ୍କ ନଜରରୁ ଲୁଚାଇ ରଖିବା ଉଚିତ୍ । ବାହାର ଲୋକଙ୍କ ନଜର ଝାଡୁରେ ପଡ଼ିବା ଦ୍ବାରା ଘରର ଉନ୍ନତିରେ ବାଧା ପ୍ରାପ୍ତ ହୁଏ । ମାତ୍ର ଝାଡ଼ୁକୁ ଲୁଚାଇ ରଖିବା ଦ୍ବାରା ଏହା ଦ୍ବାରା ଘରର ଉନ୍ନତି ଆପଣଙ୍କ ଘରେ ହି ରୁହେ ଓ କୌଣସି ମନ୍ଦ ନଜର ମଧ୍ୟ ଆପଣଙ୍କର କିଛି କ୍ଷତି କରି ପାରନ୍ତି ନାହିଁ ।

-ଯଦି ଆପଣଙ୍କ ଘରେ କ୍ଲେଶ ବଢୁଛି, ନକାରାତ୍ମକ ଉର୍ଜା ଓ ମନ୍ଦ ନଜର ଆଦି ପଡୁଛି ବୋଲି ଆପଣଙ୍କୁ ଅନୁଭବ ହେଉଛି, ତେବେ ରାତିରେ ଶୋଇବା ପୁର୍ବରୁ ଘରର ମୁଖ୍ୟ ଦ୍ବାରା ପାଖେ ଝାଡୁ ରଖି ଦିଅନ୍ତୁ । ଏହା ଦ୍ବାରା ନକାରାତ୍ମକ ଉର୍ଜା ଆପଣଙ୍କ ଘରେ ପ୍ରବେଶ କରିବେ ନାହିଁ । ମାତ୍ର ଅତି ପୁରୁଣା ବା ଭାଙ୍ଗି ଯାଇଥିବା ଝାଡୁ ବ୍ୟବହାର କରିବା ଉଚିତ୍ ନୁହେଁ । ଏବଂ ମନେ ରଖନ୍ତୁ ଝାଡୁ ସର୍ବଦା ଶନିବାର ଦିନ ହିଁ କ୍ରୟ କରନ୍ତୁ । ଏହା ଶୁଭ ଅଟେ ଓ ଝାଡୁ ସହ ଘରେ ମା ଲକ୍ଷ୍ମୀଙ୍କ ପ୍ରବେଶ ମଧ୍ୟ ହୋଇଥାଏ ।

-ଝାଡୁ କରିବାର ସବୁଠୁ ଉତ୍ତମ ସମୟ ହେଉଛି ପ୍ରାତଃକାଳ । ସକାଳୁ ବା ସୂର୍ଯ୍ୟକିରଣ ଘର ଦେଇ ପଡ଼ିବା ବେଳେ ଝାଡୁ କରିବା ଦ୍ୱାରା ଘର ସଫା ସୁତୁରା ହୁଏ ଓ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ରାତିରେ ଘରେ ପ୍ରବେଶ କରିଥିବା ସମସ୍ତ ନକାରାତ୍ମକ ଶକ୍ତି ମଧ୍ୟ ସୂର୍ଯ୍ୟକିରଣରେ ନଷ୍ଟ ହୋଇଯାନ୍ତି ଓ ଘରେ ସକାରାତ୍ମକ ଉର୍ଜା ମଧ୍ୟ ସଞ୍ଚାର ହୁଏ ।

କେବେ ମଧ୍ୟ କାହାଠୁ ଉଧାରରେ ଝାଡୁ ଆଣିବା ଅନୁଚିତ୍ ଅଟେ । ଏହା ଦ୍ବାରା ଅନ୍ୟ ଘରର ନକାରାତ୍ମକ ଉର୍ଜା ଓ ଦୁର୍ଭାଗ୍ୟ ଆପଣଙ୍କ ଘରେ ପ୍ରବେଶ କରିପାରେ । ଏହା ସହ ନିଜ ଘରେ ବ୍ୟବହୃତ ଝାଡୁ ମଧ୍ୟ ଅନ୍ୟକୁ ବ୍ୟବହାର ପାଇଁ ଦେବା ଉଚିତ୍ ନୁହେଁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *