କେଉଁ ଚେରର ତାବିଜ ବନାଇ ପିନ୍ଧିବା ଦ୍ଵାରା ଧନପ୍ରାପ୍ତି ହୋଇଥାଏ ? ଆହୁରି ବଛା ବଛା 10+Sadhu Vani

ନମସ୍କାର ବନ୍ଧୁଗଣ, ଧନ ସମ୍ପତ୍ତି ଏବଂ ଐଶୋର୍ଜ୍ୟ ପ୍ରାପ୍ତି କରିବା ପାଇଁ ହେଲେ ସର୍ବଦା କିଛି କଥାର ଧ୍ୟାନ ରଖିବା ଉଚିତ ହୋଇଥାଏ । ଏବଂ ଏହା ସହିତ କିଛି କଥାର ପାଳନ କରିବା ମଧ୍ୟ ଆବଶ୍ୟକ ପଡିଥାଏ । ଯାହାଦ୍ୱାରା ଆପଣଙ୍କ ଖରାପ ସମୟ ଭଲ ସମୟରେ ପରିବର୍ତ୍ତିତ ହୋଇଥାଏ । ତେବେ ଏଥିପାଇଁ ଆପଣଙ୍କୁ କେଉଁସବୁ କଥାର ଧ୍ୟାନ ରଖିବା ସହ କେଉଁ କାର୍ଯ୍ୟ କରିବା ପାଇଁ ପଡିଥାଏ ତାହା ସମ୍ପର୍କରେ ଆଉ ବିଳମ୍ବ ନକରି ଆସନ୍ତୁ ଜାଣିବା ଯାହା ଆପଣଙ୍କ ଜୀବନକୁ ଧନ ସମ୍ପତ୍ତିରେ ପରିପୂର୍ଣ କରିଦେବ ।

1- ରବିବାର ଦିନ ସନ୍ଧ୍ୟାରେ ଚାରୋଟି ମୁଖ ଥିବା ଦୀପ ଟିଏ ନେଇ ରବିବାର ଦିନ ସନ୍ଧ୍ୟାରେ ଓସ୍ତ ଗଛ ମୂଳରେ ଜାଳନ୍ତୁ ଯାହା ଆପଣଙ୍କୁ ଧନ ମାନ ସମ୍ମାନର ପ୍ରାପ୍ତି କରାଇଥାଏ । 2- ରବିବାର ଦିନ ଝାଡୁ କିଣି ସେହି ଝାଡୁରେ ଘର ସଫା କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ । ଏହା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିଥାଏ ।

3- ରବିବାର ଦିନ ପୋଖରୀ କିମ୍ବା ନଦୀରେ ରହୁଥିବା ମାଛ ମାନଙ୍କୁ ଖାଦ୍ୟ ଖାଇବାକୁ ଦେବା ଦ୍ଵାରା ଶୁଭ ହୋଇଥାଏ । ଏବଂ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । 4- ରବିବାର ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ କରିବା ସମୟରେ  ଜଳରେ ସିନ୍ଦୁର ଏବଂ ଖସା ମିଶାଇ ଅର୍ଘ୍ୟ ଦାନ କରିବା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।

5- ଯଦି ଆପଣଙ୍କ ଜୀବନରେ ଆର୍ଥିକ ସଙ୍କଟ ଦେଖା ଦେଉଛି ତେବେ ଶନିବାର ଦିନ ଓସ୍ତ ଗଛ ମୂଳରେ କ୍ଷୀର ସହିତ ଗୁଡ ମିଶାଇ ଚଢାନ୍ତୁ । ଏବଂ ସୋରିଷ ତେଲରେ ଦୀପଟିଏ ଜାଳନ୍ତୁ ଏହାଦ୍ବାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଥାଏ । 6- କଦଳୀ ଗଛରେ ଲକ୍ଷ୍ମୀ ନାରାୟଣଙ୍କର ବାସ ହୋଇଥାଏ । ନିଜ ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଆଣିବା ପାଇଁ ଚାହୁଁଥିଲେ କଦଳୀ ଗଛକୁ ନିୟମିତ ପୂଜା କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ ।

7- ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ସବୁବେଳେ ହେଉଥାଏ ତେବେ ସ୍ଵାମୀଙ୍କ ମୁଣ୍ଡ ଉପରେ ସିନ୍ଦୁର ରଖି ତାହାକୁ ପିନ୍ଧିବା ଦ୍ଵାରା ତାହା ଦୂର ହୋଇଥାଏ । 8- ଡିମ୍ବିରି ଗଛର ଚେରକୁ ଚନ୍ଦିର କବଜରେ ରଖି ବେକରେ ପକାଇବା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ । ଘରକୁ ଧନର ଆଗମନ ହେବାକୁ ଲାଗିଥାଏ ।

 

9- ଯଦି ପିଲାମାନେ ବିବାହ ପାଇଁ ରାଜି ହେଉନଥାନ୍ତି ତେବେ ତାଙ୍କ ଶୋଇବା ଘରେ ଗୋଟିଏ କାଚ ପାତ୍ରରେ କ୍ରିଷ୍ଟାଲ ବଲ ରଖିବା ଦ୍ଵାରା ଲାଭ ହୋଇଥାଏ । 10 – କୁଆଁରୀ କନ୍ୟା ଶୀଘ୍ର ବିବାହ କରିବା ପାଇଁ ହେଲେ ଗୁରୁବାର ବ୍ରତ କରିବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *