ପ୍ରତିଦିନ ଆପଣଙ୍କର ଏହି ଭୁଲ ପାଇଁ କଳା ହେଉଛି ଆପଣଙ୍କ Lips, ଜାଣନ୍ତୁ Dark Lips ରୁ କିପରି ପାଇବେ ମୁକ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ବ୍ୟକ୍ତି ସୁନ୍ଦର ଦେଖା ଯିବାକୁ ବହୁତ ହିଁ ଭଲ ପାଇଥାନ୍ତି । ଚେହେରାକୁ ସୁନ୍ଦର ଓ ଚମକଦାର କରିବା ପାଇଁ ସମସ୍ତେ ମନ ବଳାଇଥାନ୍ତି । ଓଠ ମଧ୍ୟ ଆମ ଚେହେରାର ଏକ ଅଂଶ ବିଶେଷ ହୋଇଥାଏ । ଓଠ ପ୍ରାକୃତିକ ଭାବେ ଯେତେ ସୁନ୍ଦର ରହିବ । ଚେହେରାର ଚମକ ସେତେ ଅଧିକ ବଢିଯିବ । ଆଜି ଆପଣ ମାନେ ଓଠ କଳା ପଡିଯିବାର କାରଣ ଓ ଓଠକୁ ସୁନ୍ଦର ରଖିବାର ଉପାୟ ଜାଣିବାକୁ ପାଇବେ ।

ବହୁତ ଲୋକଙ୍କର ଧୀରେ ଧୀରେ ଓଠ କଳା ପଡିବାକୁ ଆରମ୍ଭ ହୋଇଥାଏ । ଯାହାକି ତାଙ୍କ ଓଠର ସୁନ୍ଦରତାକୁ ନଷ୍ଟ କରିଦେଇଥାଏ । ଓଠ କଳା ପଡିଯିବାର ବହୁତ ଗୁଡିଏ କାରଣ ରହିଥାଏ । ପ୍ରଥମ କାରଣ ହେଉଛି । ଯେଉଁ ମାନେ ପ୍ରତିଦିନ ସିଗାରେଟର ସେବନ କରିଥାନ୍ତି । ସେମାନଙ୍କ ଓଠ ବହୁତ ଶୀଘ୍ର କଳା ପଡିଯାଇଥାଏ ।

ସିଗାରେଟରେ ମହଜୁଦ ରହିଥିବା ଟାର ଓ ନିକୋଟିନ ଓଠକୁ କଳା ପକାଇ ଦେଇଥାଏ । ନିକୋଟିନ ଯୋଗୁ ଧମନୀ ଗୁଡିକ ମଧ୍ୟ ସଙ୍କୁଚିତ ହୋଇଯାଇଥାନ୍ତି । ଯେଉଁ କାରଣରୁ ଓଠକୁ ଠିକ ପରିମାଣରେ ପୋଷଣ ଓ ବ୍ଲଡ଼ର ଯୋଗାଣ ହୋଇପାରିନଥାଏ । ଦିତୀୟ କାରଣ ହେଉଛି ବହୁତ ସମୟ ଖରାରେ ରହୁଥିବା ଲୋକଙ୍କର ଓଠ ମଧ୍ୟ କଳା ପଡିଯାଇଥାଏ ।

ସ୍କିନରେ ଖରା ବାଜିବା କାରଣରୁ ସ୍କିନରେ ମେଲାନୀନ ସେଲ୍ ବଢିଯାଇଥାଏ । ମେଳନୀନ ବଢିବା ଯୋଗୁ ସ୍କିନ ଡାର୍କ ହୋଇଯାଇଥାଏ । ତୃତୀୟ କାରଣ ଓଠରେ ଆଲର୍ଜୀ ହେଲେ ଓଠ କଳା ପଡିଯାଇଥାଏ । କୌଣସି ଲିପଷ୍ଟିକ ବା ଟୁଥପେଷ୍ଟରେ ଯଦି କିଛି କେମିକାଲ୍ ରହିଥାଏ । ତେବେ ଓଠ କଳା ପଡିଯିବାର ସମ୍ଭାବନା ରହିଥାଏ ।

ଚତୁର୍ଥରେ ଯଦି ଠିକ ପରିମାଣରେ ଶରୀରକୁ ପାଣି ଯୋଗାଣ ହୋଇପାରୁନଥାଏ । ତେବେ ଶରୀର ଡିହାଇଡ୍ରେସନ ହୋଇ ଓଠ କଳା ପଡିଯାଇଥାଏ । ପଞ୍ଚମରେ ଶରୀରରେ କିଛି ଭିଟାମିନ ଅଭାବରୁ ମଧ୍ୟ ଓଠ କଳା ପଡିଯାଇଥାଏ । ବାରମ୍ବାର ଓଠରେ ସାଲାଇଭା ଲଗାଇବା କାରଣରୁ ମଧ୍ୟ ଓଠ କାଳପଡିଯାଇଥାଏ । ପ୍ରତିଦିନ କଫି ପିଇବା ଦ୍ଵାରା ଓଠ କଳା ପଡିଯାଇଥାଏ ।

ଓଠ ଯଦି କଳା ପଡିଯାଇଛି କିମ୍ବା ଓଠକୁ କଳା ନପଡିବା ପାଇଁ ଚାହୁଁଥାନ୍ତି ତେବେ ଏହି ଉପାୟକୁ କରିବା ଉଚିତ । ରାତିରେ ଶୋଇବା ସମୟରେ ଓଠରେ ନଡିଆ ତେଲ କିମ୍ବା ବାଦାମ ତେଲ ଲଗାଇ ଶୋଇ ସକାଳେ ଏହାକୁ ଧୋଇ ଦିଅନ୍ତୁ  । ନଚେତ  ଏକ ଚାମଚ କ୍ଷୀରରେ ଅଳ୍ପ ହଳଦୀ ମିଶାଇ ରାତିରେ ଏହାକୁ ଲଗାଇ ଶୋଇ ପଡନ୍ତୁ ଓ ସକାଳେ ଓଠକୁ ଧୋଇ ଦିଅନ୍ତୁ ।

ନଚେତ ୧ ଚାମଚ ଲେମ୍ବୁ ରସରେ ୧ ଚାମଚ ମହୁ ଓ ଅଳ୍ପ ଗ୍ଲିସେରିନ ମିଶାଇ ଓଠରେ ମାସ୍କ କରି ରାତିରେ ଲଗାଇ ଦିଅନ୍ତୁ । କିଛି ଘଣ୍ଟା ରଖିକି ଧୋଇ ଦିଅନ୍ତୁ । ତେଣୁ ଓଠକୁ ସୁନ୍ଦର ରଖିବାକୁ ଚାହୁଁଥିଲେ, ଏହି ସବୁ ନିୟମକୁ ପାଳନ କରିବାକୁ ପଡିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *