Vastu Tips- ପୂଜା ଘରେ ଏହି 2 ଟି ମୂର୍ତ୍ତି ଏକାଠି କେବେ ବି ରଖିବେ ନାହିଁ, ଲାଗିଥାଏ ଭୟଙ୍କର ବାସ୍ତୁଦୋଷ, ପିଛା ଚାଡେ ନାହିଁ ଦୁଃଖ ଦରିଦ୍ରତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରର ପ୍ରତ୍ଯେକଟି କାର୍ଯ୍ୟକୁ ବାସ୍ତୁ ଶାସ୍ତ୍ର ଅନୁସାରେ କରିବା ଦ୍ଵାରା ଘରେ କେବେ ମଧ୍ୟ କିଛି ଅସୁବିଧାର ପରିସ୍ଥିତି ସୃଷ୍ଟି ହୋଇନଥାଏ । କାରଣ ଘର ପାଇଁ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ଵ ରହିଛି । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ବେଡ୍ ରୁମ୍, ଡ୍ରଇଙ୍ଗ ରୁମ୍, ବାଥ ରୁମ୍, ରୋଷେଇ ଘର ଓ ଠାକୁର ଘର ଇତ୍ୟାଦି ତିଆରି କରି ଓ ଠିକ ଜିନିଷ ଠିକ ଜାଗାରେ ରଖିବା ଦ୍ଵାରା ହିଁ ଘରେ ଶାନ୍ତି ବଜାୟ ରହିଥାଏ ।

ତେଣୁ ଆଜି ଆପଣ ଠାକୁର ଘରର ଅନେକ ବାସ୍ତୁ ସମ୍ବଦ୍ଧିତ କଥା ଜାଣିବାକୁ ପାଇବେ । ଘରର ଠାକୁର ଘରେ ପ୍ରଭୁ ଗଣେଶଙ୍କର ପ୍ରତିମୂର୍ତ୍ତି ରଖିବା ନିତାନ୍ତ ଆବଶ୍ୟକ । ତେଣୁ ପ୍ରଭୁ ଗଣେଶଙ୍କର ଫୋଟ ବା ମୂର୍ତ୍ତି ଯେକୌଣସି ଗୋଟିଏ ରଖିବା ଦ୍ଵାରା ହିଁ ଅତ୍ୟନ୍ତ ଶୁଭଫଳ ମିଳିଥାଏ ।

ପ୍ରଭୁ ବିଘ୍ନ ବିନାଶ ଗଣେଶଙ୍କର ଫୋଟ ରଖିବା ଦ୍ଵାରା ଘରକୁ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ । ଘରେ ମା ଲକ୍ଷ୍ମୀଙ୍କର ଫୋଟ ବା ମୂର୍ତ୍ତି ରଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ । ଏଥିପ୍ରତି ଧ୍ୟାନ ଦେବାକୁ ହେବ ଯେ ମା ଲକ୍ଷ୍ମୀଙ୍କ ସହିତ ଭଗବାନ ନାରାୟଣଙ୍କର ମିଶ୍ରୀତ ଫୋଟ ବା ମୂର୍ତ୍ତି ନିହାତି ରଖିବା ଉଚିତ ।

ଏହା ସଂପୂର୍ଣ୍ଣ ଘର ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ । ଘରେ ପ୍ରଭୁ ହନୁମାନଙ୍କର ପ୍ରତିମୂର୍ତ୍ତି ମଧ୍ୟ ରଖିବା ଉଚିତ  କାରଣ ପ୍ରଭୁ ହନୁମାନଙ୍କର ପ୍ରତିମୂର୍ତ୍ତି ଘରେ ରଖିବା ଦ୍ବାରା ଘରେ ସମସ୍ତ ପ୍ରକାର ବାସ୍ତୁ ଦୋଷ ଓ ଗ୍ରହ ଦୋଷ ଦୂର ହୋଇଥାଏ । ଭଗବାନ ହନୁମାନଙ୍କର ପ୍ରତିମୂର୍ତ୍ତି ଘରେ ରଖିବା ଦ୍ଵାରା ଘରକୁ କୌଣସି ପ୍ରକାର ସଙ୍କଟ ଆସିପାରିନଥାଏ ।

ଏହା ସହିତ ଶ୍ରୀରାମ, ଲକ୍ଷ୍ମଣ, ମା ସୀତା ସହିତ ହନୁମାନଙ୍କର ବସିଥିବା ଫୋଟ ମଧ୍ୟ ଘରେ ରଖୀ ପୂଜା କରିବା ଉଚିତ । ଠାକୁର ଘରେ ତ୍ରିଦେବ ଅର୍ଥାତ ଭଗବାନ ବ୍ରହ୍ମା, ମହେଶ୍ଵର ଓ ନାରାୟଣଙ୍କର ଏକାଠି ପ୍ରତିମୂର୍ତ୍ତି ରଖିବା ଅନୁଚିତ । ଘରର ବେଡ୍ ରୁମ୍ ରେ ଭୁଲ୍ ରେ ମଧ୍ୟ ଭଗବାନ ହନୁମାନଙ୍କର ଫୋଟ ରଖିବା ଅନୁଚିତ ।

ସେଠାରେ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କର ଫୋଟ ରଖିପାରିବେ । ଏପରି କରିବା ଦ୍ଵାରା ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ । ଠାକୁର ଘରେ ମା ଦୂର୍ଗା ମହିଷାସୁରଙ୍କୁ ବଦ୍ଧ କରୁଥିବା ରାଗୀ ପ୍ରତିମୂର୍ତ୍ତି ରଖିବା ଅନୁଚିତ । ଠାକୁର ଘରେ କୌଣସି ପ୍ରକାର ରାଗୀ ମୂର୍ତ୍ତି ରଖିବା ଅନୁଚିତ । ଠାକୁର ଘରର ଏପରି ନିୟମ ପାଳନ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *