Vastu Tips- ଶ୍ରୀକୃଷ୍ଣ କହିଛନ୍ତି ଘର ପାଖରେ ଏହି 2 ଟି ଗଛ ଭୁଲରେ ବି ଲଗେଇବା କଥା ନୁହେଁ, ନଷ୍ଟ ହୋଇଯାଏ ଧନ-ଜୀବନ

ନମସ୍କାର ବନ୍ଧୁଗଣ, ବାସ୍ତୁ ଶାସ୍ତ୍ରର ସମସ୍ତ ଜ୍ଞାନ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଥିଲା । ଘର ଉପରେ ଘର ଆଖ ପାଖରେ ରହିଥିବା ବୃକ୍ଷର ପ୍ରଭାବ ପଡିଥାଏ । ଯଦି ଘର ପାଖରେ ରହିଥିବା ବୃକ୍ଷର ଆପଣଙ୍କ ଘର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ତେବେ ଆପଣକ ଘରେ ଧନ ବୃଦ୍ଧି ହେବାକୁ ଲାଗିଥାଏ । ଆଉ ଯଦି ବୃକ୍ଷ ଆପଣଙ୍କ ଘରେ ଖରାପ ପ୍ରଭାବ ପକାଇଥାଏ ତେବେ ଧନ ହାନି ଏଭଳି ହୋଇଥାଏ କି ଆପଣ ସମ୍ପୂର୍ଣ ଗରିବ ହୋଇଯାଇଥାନ୍ତି । ତେଣୁ ଆସନ୍ତୁ ଜାଣିବା ଘର ସାମ୍ନାରେ କେଉଁ ଗଛ ରହିବା ଉଚିତ ଏବଂ କେଉଁ ଗଛ ରହିବା ଅନୁଚିତ ।

ଅଁଳା ଗଛ: ଏହି ଗଛର ଫଳ ସମସ୍ତ ଲୋକରେ ବହୁତ ଅଧିକ ପବିତ୍ର ଅଟେ । ଏହି ବୃକ୍ଷକୁ ଘରେ ଲଗାଇବା ଦ୍ଵାରା ସ୍ତ୍ରୀ ଏବଂ ପୁରୁଷ ଉଭୟ ଜନ୍ମ ଏବଂ ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇଯାଇଥାନ୍ତି । ଏହା ଭଗବାନ ବିଷ୍ଣୁଙ୍କ ପ୍ରିୟ ଫଳ ଅଟେ । ଏହାକୁ ଖାଇବା ଦ୍ଵାରା ମଣିଷକୁ ସବୁ ପାପରୁ ମୁକ୍ତି ମିଳିବା ସହ ଆୟୁରେ ବୃଦ୍ଧି ହୋଇଥାଏ । ଏହାର ଜଳ ପିଇବା ଦ୍ଵାରା ରୋଗର ନାଶ ହୋଇଥାଏ ଅଁଳାକୁ ଜଳରେ ମିଶାଇ ସ୍ନାନ କରିବା ଦ୍ଵାରା ଦରିଦ୍ରତା ନଷ୍ଟ ହୋଇ ସୁଖ ସମୃଦ୍ଧି ମିଳିଥାଏ ଆପଣଙ୍କୁ ।

ଅଶୋକ ଗଛ: ଏହି ବୃକ୍ଷ ଆପଣଙ୍କ ଘର ସାମ୍ନାରେ ରହିବା ଶୁଭ ହୋଇଥାଏ । ଏହା ଆପଣଙ୍କ ଦୁଃଖକୁ ନାଶ କରିଥାଏ । ଏହି ବୃକ୍ଷକୁ ଆପଣଙ୍କ ଘର ଆଖ ପାଖରେ ଲଗାଇବା ଦ୍ଵାରା ଆପଣଙ୍କ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ ।  ଧନର ଆଗମନ ଆପଣଙ୍କ ଘରକୁ ହୋଇଥାଏ ।

ନିମ୍ବ ଗଛ: ଏହି ବୃକ୍ଷ ଲଗାଇବା ଦ୍ଵାରା ସୂର୍ଯ୍ୟ ଦେବ ପ୍ରସନ୍ନ ରହିଥାନ୍ତି । ଏବଂ ଆପଣଙ୍କୁ ଅଧିକ ଆୟୁ ପ୍ରଦାନ କରିଥାନ୍ତି । ମାଆ ଲକ୍ଷ୍ମୀଙ୍କୁ ନିମ୍ବ ଗଛ ବହୁତ ପ୍ରିୟ ଥିବାରୁ ସେ ନିମ୍ବ ଗଛରେ ବାସ କରିଥାନ୍ତି । ଏବଂ ଆପଣଙ୍କ ଘର ଉପରେ ଶୁଭ ଦୃଷ୍ଟି ପକାଇଥାନ୍ତି ।

ତାଳ ଗଛ: ଘର ପାଖରେ କେବେ ମଧ୍ୟ ତାଳ ଗଛ ଲଗାଇବା ଉଚିତ ନୁହେଁ । ଏହା ସନ୍ତାନ ନାଶର କାରଣ ହୋଇଥାଏ । ଯେଉଁ ଘର ପାଖରେ ତାଳ ଗଛ ରହିଥାଏ । ସେହି ଘରର ସନ୍ତାନ ମାନଙ୍କ ଉନ୍ନତି କେବେ ମଧ୍ୟ ହୋଇନଥାଏ । କେବେ ବି ଧନ ରୋଜଗାର କରିବା ପାଇଁ ସକ୍ଷମ ହୋଇପାରନ୍ତି ନାହିଁ ।

ବାହାଡା ଗଛ: କୌଣସି ମଣିଷକୁ ବାହାଡା ଗଛ ଲଗାଇବା ଉଚିତ ନୁହେଁ । କାରଣ ଏହି ଗଛରେ ଭୁତ ପ୍ରେତ ବାସ କରିଥାନ୍ତି । ଯଦି ଏହି ଗଛ ଆପଣଙ୍କ ଘର ପାଖରେ ରୁହେ ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ ଘର ଉପରେ ପଡିଥାଏ ଆପଣଙ୍କ ଘର ସମ୍ପୂର୍ଣ ତାଳି ତଳାନ୍ତ ହୋଇଯାଏ । ଧନ ହାନି ମଧ୍ୟ ହେବାକୁ ଲାଗେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *