କେଶ ଝଡ଼ିବା ସମସ୍ୟା ! ଜାଣନ୍ତୁ ଏହାର କାରଣ ଓ ନିରାକରଣ Dr Manas Ranjan Puhan ଙ୍କ ଠାରୁ…

କେଶ ଝଡିବା ସମସ୍ୟା ସମସ୍ତକ ପାଖରେ ରହିଥାଏ । ଆମ କେଶରେ ଦିନକୁ କିଛି ଚୁଟି କୋଷ ବଢି ଥାଏ ଆଉ କିଛି ଚୁଟି କୋଷ ଝଡି ଥାଏ । ଏହା ଏକ ନିୟମିତ ପ୍ରକ୍ରିୟା ଅଟେ ।  ଏଥିରେ କୋଣସି ସମସ୍ୟା ହୋଇନଥାଏ କିନ୍ତୁ ଯଦି ଆମ ର କେଶର କୋଷ ବଢିବା  କମି ଯାଇ ଝଡିବା ଅଧିକ ହୋଇଥାଏ , ତେବେ ଏହା କେଶ ଝଡିବା ସମସ୍ୟା ହୋଇଥାଏ । ଅନେକ ସମୟରେ ଚୁଟି ଝଡି ଅଳ୍ପ ଚୁଟି ହୋଇଯାଏ ଆଉ କିଛି ସମୟରେ ଆମେ ଚନ୍ଦା ମଧ୍ୟ ହେଇଯାଇଥାଉ ।

ତେଣୁ ଚୁଟି ଝଡିବାର ଅନେକ କାରଣ ମଧ୍ୟ ରହିଥାଏ । ଆସନ୍ତୁ ଜାଣିବା ଏହି  ବିଷୟରେ ଡାକ୍ତରଙ୍କ ମତ କଣ ।  ଅନେକ ପରିସ୍ଥିତିରେ ରୋଗ ର କାରଣ ଯୋଗୁ ଚୁଟି ଝଡି ଥାଏ । ଯେମିତି  ଜ୍ଵର , ମାଲେରିଆ , କ୍ୟାନ୍ସର ଏହି ରୋଗ ହେଲେ ମଧ୍ୟ ଆମ ର ଚୁଟି ଅଧିକ ପରିମାଣରେ ଝଡିଥାଏ ।

ଏହା ଛଡା ଏକ  ମୁଖ୍ୟ କାରଣ ହେଉଛି ଚିନ୍ତା ଆମେ ଆମ ଦୈନନ୍ଦିକ ଜୀବନରେ ଛୋଟ ଛୋଟ ବିଷୟକୁ ନେଇ ମଧ୍ୟ ଅଧିକ ଚିନ୍ତା କରିଥାଉ ଏହା ଦ୍ଵାରା ଆମ ବୃଦ୍ଧି କୋଷ ର ମାତ୍ରା କମିଯାଇଥାଏ ଓ ଝଡିବା କୋଷ ର ସଂଖ୍ୟା ଅଧିକ ହୋଇ ଚୁଟି ଝଡିବା ସମସ୍ୟା ଦେଖାଯାଇଥା । ଆମ ଚୁଟି କୁ ଯେଉଁ  ନିଉଟ୍ରିସନ ଦରକାର ହୋଇଥାଏ ସେହି ପ୍ରକାରର ଖାଦ୍ୟ ଆମେ ଖାଇ ନ ଥାଉ ।

ତେଲ ମସଲା ଜାତୀୟ ଖାଦ୍ୟ ଯେଉଁ ଥିରେ ନିଉଟ୍ରିସନ କଦାପି ନ ଥାଏ । ତେଣୁ ଆମ କୁ ଅଧିକ ପରିମାଣରେ ଫଳ , ପନିପରିବା ଥିବ ଖାଦ୍ୟ ଫଳ ର ସେବନ କରିବା ନିହାତି ଜରୁରୀ ହୋଇଥାଏ । ମଥାରେ ଥିବା ଅଧିକ ରୁପି ଦ୍ଵାରା ମଧ୍ୟ ଆମ ଚୁଟି ଝଡିଥାଏ । ତେଣୁ ଆପଣଙ୍କୁ ଏହା ଉପଚାର କରିବା ନିହାତି ଦରକାର । ଅନେକ ସମୟରେ ଅନ୍ଧ ବିଶ୍ଵାସ କୁ ନେଇ ମଧ୍ୟ ଆମ ଚୁଟି ଝଡି ଥାଏ ।

ଆମେ ଭାବି ଥାଉ ଯେ ସାମ୍ପୁ ଲଗେଇବା ଦ୍ଵାରା ଆମ ଚୁଟି ଝଡି ଥାଏ । କିନ୍ତୁ ସାମ୍ପୁ ଦ୍ଵାରା ହୋଇନଥାଏ , ଶିକ୍ଷିତ ବ୍ୟକ୍ତିମାନେ ଯାନୀଥିବା ଯେ ସାମ୍ପୁ ଦ୍ଵାରା ଆମ ଚୁଟି ଝଡିନଥାଏ । ମାତ୍ରା ଆମେ ସାମାନ୍ୟ ବିଷୟ ପାଇଁ କରିଥିବା ଚିନ୍ତା ପାଇଁ ଆମ ଚୁଟି ଝଡିଥାଏ । ଯଦି ଦିନ କୁ ଶହେ ରୁ ଅଧିକ ଚୁଟି ଝଡି ଥାଏ ତେବେ ଏହା ପାଇଁ ଡାକ୍ତରଙ୍କ ପରାମର୍ଶ ନେବେ ଉଚିତ୍ ହୋଇଥାଏ ।

ତେବେ ଡାକ୍ତର ସମସ୍ୟା କୁ ଭଲ ଭାବରେ ଦେଖି ଔଷଧ ଓ ଚିକିତ୍ସା କରିଥାନ୍ତି । ଡାକ୍ତରଙ୍କ ଅନୁସାରେ ଆମ କୁ ନିହାତି ଛଅ ମାସ ଚିକିତ୍ସା ନେବା ଦ୍ଵାରା ଚୁଟି ର ସମସ୍ୟା ଦୂର ହୋଇଥାଏ । ଯୁବା ବୟସର ପିଲାମାନେ ଅନେକ ପ୍ରକାରର ହେଆର ଷ୍ଟାଇଲ କରନ୍ତି ଏହା ଦ୍ଵାରା ମଧ୍ୟ ଚୁଟି ଝଡି ଥାଏ । ଚୁଟି ଝାଡିବାକୁ ରୋକିବା ପାଇଁ ଆମ କୁ ଆମ ଖାଦ୍ୟରେ ସୁଷମ ଜାତୀୟ ଖାଦ୍ୟ ଖାଇବା ଦ୍ଵାରା କେଶ ପାଇଁ ଭଲ ହୋଇଥାଏ ।

ଏହି ପୋଷ୍ଟ ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଆମ ପେଜକୁ ଲାଇକ କରନ୍ତୁ ଅନ୍ୟମାନଙ୍କୁ ଶେୟାର କରି ଆପଣଙ୍କ ମତ କୁ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *