Health Tips- କେମିତି ଜାଣିବେ କି ଆପଣଙ୍କ ଶରୀରରେ ଅଛି ରକ୍ତ ଅଭାବ ? ଏହି ସଙ୍କେତ ଥିଲେ ହୁଅନ୍ତୁ ସାବଧାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତିର ଶରୀରରେ ଯଥେଷ୍ଟ ମାତ୍ରାରେ ବ୍ଲଡ଼ ରହିବା ନିତାନ୍ତ ଆବଶାକ ହୋଇଥାଏ । କାରଣ ଶରୀରରେ ବ୍ଲଡ଼ର ଅଭାବ କାରଣରୁ ରକ୍ତହୀନତା ସମସ୍ଯା ଆସିଯାଇଥାଏ । ଯାହାକୁ ମେଡିକାଲ୍ ଟର୍ମରେ ଏନିମିଆ କୁହାଯାଇଥାଏ । ଖାସ୍ କରି ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ରକ୍ତର ଅଭାବ ଦେଖାଯାଇଥାଏ । କାରଣ ଝିଅଙ୍କର ମାସକୁ ମାସ ମାସିକ କ୍ରିୟା ବା ପିରିଅଡ୍ ହେଉଥାଏ ।

ଶରୀରରେ ହିମୋଗ୍ଲୋବିନ ନାମକ ଉପାଦାନ ରହିଥାଏ । ଯାହା ରକ୍ତ ତିଆରି କରିବାରେ ସାହାଜ୍ଯ କରିଥାଏ । ହିମୋଗ୍ଲୋବିନର ମାତ୍ରା କମିଯିବା ଦ୍ଵାରା ବ୍ଲଡ୍ ର ଅଭାବ ଶରୀରରେ ଦେଖିବାକୁ ମିଳିଥାଏ । ହିମୋଗ୍ଲୋବିନର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରକୁ ରକ୍ତ ସହିତ ଅକ୍ଷିଜେନର ଯୋଗାଣ କରିବା । ଶରୀରରେ ବ୍ଲଡ୍ ର ଅଭାବରେ ହେଉଥିବା ଏନିମିଆ ବିଭିନ୍ନ କାରଣରୁ ହୋଇଥାଏ ।

ଯେପରି ଖାଉଥିବା ଖାଦ୍ୟରେ ଯଦି ଆଇରନର, ଭିଟାମିନ b12, ଫୋଳିକ ଏସିଡର ମାତ୍ରା କମ୍ ରହିଥାଏ । ତେବେ ରକ୍ତର ଅଭାବ ହୋଇଥାଏ । ଏହା ଛଡା ଯଦି ମହିଳାଙ୍କର ଋତୁସ୍ରାବ ବା ପିରିଅଡ୍ ସମୟରେ ଶରୀରରୁ ଅଧିକ ବ୍ଲଡ୍ ନିଷ୍କାସିତ ହୋଇଯାଇଥାଏ । ତେବେ ସେହି କାରଣରୁ ମଧ୍ୟ ଶରୀରରେ ବ୍ଲଡ୍ ର ଅଭାବ ଦେଖାଯାଇଥାଏ ।

ପାଇଲ୍ ରେ ପୀଡିତ ବ୍ୟକ୍ତିଙ୍କର ଅଧିକ ରକ୍ତ ସ୍ରାବ ହେଲେ ମଧ୍ୟ ଶରୀରରେ ବ୍ଲଡ୍ ଅଭାବ ଦେଖାଯାଇଥାଏ । ଏହା ବ୍ଯତୀତ ଶରୀରରେ ଯଦି ଏପରି କିଛି ରୋଗ ବେମାରୀ ହୋଇଯାଇଥାଏ । ତେବେ ସେହି କ୍ଷେତ୍ରରେ ମଧ୍ୟ ଶରୀରରେ ରକ୍ତ ତିଆରି ହେବାର ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ଯେଉଁ କାରଣରୁ ଶରୀରରେ ଅଧିକ ମାତ୍ରାରେ ରକ୍ତ ତିଆରି ହୋଇପାରିନଥାଏ ।

ଏହା ସହିତ ଏନିମିଆ ଭଳି ସମସ୍ଯାରେ ବ୍ୟକ୍ତିକୁ ପୀଡିତ ହେବା ପାଇଁ ପଡିଥାଏ । ଏନିମିଆରେ ପୀଡିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ଏପରି କିଛି ଲକ୍ଷଣମାନ ପ୍ରକାଶ ପାଇଥାଏ । ଯେପରି ବ୍ୟକ୍ତି ଶରୀରରେ ଦୁର୍ବଳତା ଅନୁଭବ ହେବା, ମୁଣ୍ଡ ବୁଲାଇବା, ଧ୍ୟାନ କେନ୍ଦ୍ରିକ ହୋଇପାରିବା ନାହିଁ, ଚିଡିଚିଡି ଲାଗିବା ଓ କୌଣସି କାର୍ଯ୍ୟରେ ମଧ୍ୟ ମନ ଲାଗିବ ନାହିଁ ।

ଏହା ସହିତ ହାତ ଗୋଡରେ ଦରଜ ହେବା ସହିତ ଫୁଲିଯିବା ଓ ନିଶ୍ଵାସ ନେବାରେ ଅସୁବିଧା ସୃଷ୍ଟି ହୋଇବା । ଯଦି ଏନିମିଆରେ ପୀଡିତ ଏହାର ଶରୀରରେ ପ୍ରକାଶ ପାଉଥିବା ଲକ୍ଷଣକୁ ଚିହ୍ନଟ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନନେଇ ନିଜର ଚିକିତ୍ସାରେ ବିଳମ୍ବ କରୁଥାଏ । ତେବେ ସେହି ବ୍ୟକ୍ତିର ଶରୀରରେ ଥିବା ହାର୍ଟରେ ଠିକ ଭାବରେ ରକ୍ତ ଯୋଗାଣ ହୋଇନପାରି ହାର୍ଟ ରିଲେଟେଡ଼ ବହୁତ କିଛି ସମସ୍ଯା ଭବିଷତରେ ଉପୁଜିଥାଏ ।

ତେଣୁ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେଇ ନିଜର ଚିକିତ୍ସା କରିବା ଦ୍ଵାରା ବ୍ୟକ୍ତି ହାର୍ଟ ଆଟାକ ଭଳି ମାରାତ୍ମକ ସମସ୍ଯାରୁ ମଧ୍ୟ ନିଜକୁ ବଞ୍ଚାଇ ପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *