ଗର୍ଭାବସ୍ଥାରେ କେଉଁ ପୋଜିସନରେ ଶୋଇବା ଉଚିତ ? ଦେଖନ୍ତୁ ଏ ନେଇ କଣ କୁହନ୍ତି Dr Supriya Puranik

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତୁଏକଟି ମନୁଷ୍ୟଙ୍କୁ ଶୋଇବାର ଆବଶ୍ୟକତା ବହୁତ ମାତ୍ରାରେ ହୋଇଥାଏ । କାରଣ ବ୍ୟକ୍ତି ପ୍ରପର ଶୋଇବା ଦ୍ଵାରା ହିଁ ତା’ ର ଶାରୀରିକ ଓ ମାନସିକ ସ୍ଥିତିରେ ଉତ୍ତମ ପ୍ରଭାପ ପଡିଥାଏ । ମହିଳା ଜଣଙ୍କ ଗର୍ଭବତୀ ଥିବା ସମୟରେ ଶୋଇବା ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଯେଉଁ କାରଣରୁ ନିଦରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ତେଣୁ ଆଜି ଗର୍ଭାବସ୍ତାରେ ମହିଳାଙ୍କୁ କେଉଁ ସବୁ ପୋଜିସନରେ ଶୋଇବା ଉଚିତ ।

ସେହି ବିଷୟରେ ଆଲୋଚନା କରିବା । ବ୍ୟକ୍ତି ପାଇଁ ଶୋଇବାର ଉପକାରୀତା ବହୁତ ମାତ୍ରାରେ ରହିଥାଏ । କାରଣ ଶୋଇବା ସମୟରେ ଆମ ଶରୀରରେ ଥିବା ମାଂସପେଶୀ ଗୁଡିକର ହିଲିଙ୍ଗ ହୋଇଥାଏ । ବ୍ୟକ୍ତି ଯଦି ଗଭୀର ନିଦରେ ଭାବଳ ଭାବରେ ଶୋଇଥାଏ । ତେବେ ନୂତନ ପେଶୀ ତିଆରିରେ ବହୁତ ଉତ୍ତମ ପ୍ରଭାବ ରହିଥାଏ ।

ବ୍ୟକ୍ତି ଠିକ ସେ ଶୋଇବା ଦ୍ଵାରା ରୋଗପ୍ରତିରୋଧକ ଶକ୍ତି ବା ଇମ୍ମ୍ଯୁନୋ ପାୱାର ସୁସ୍ଥ ଓ ଶକ୍ତିଶାଳୀ ରହିଥାଏ । ଠିକ ଭାବରେ ଗଭୀର ନିଦ୍ରାରେ ଶୋଇବା ଦ୍ଵାରା ମସ୍ତିସ୍କକୁ କିଛି ସମୟ ପାଇଁ ବିଶ୍ରାମ ମିଳିବା ସହିତ ମେମୋରୀ ଶକ୍ତି ବଢିଥାଏ । ଠିକ ସେ ଶୋଇବା ଦ୍ଵାରା ପ୍ରେଗେନେନ୍ସି ହରମୋନ ଓ ଇନସୁଲିନର ଠିକ ସେ ନିୟନ୍ତ୍ରଣ ହୋଇ ରହିଥାଏ ।

ତେଣୁ ଗର୍ଭବତୀ ମା’ ଙ୍କୁ ନିହାତି ଭାବରେ ରାତିରେ ୭ ରୁ ୮ ଘଣ୍ଟା ଗଭୀର ନିଦ୍ରାର ଆବଶ୍ୟକତା ରହିଅଛି । ଯାହା ଗର୍ଭବତୀ ମା’ ଓ ଗର୍ଭସ୍ଥ ସନ୍ତାନ ଉପରେ ଏହାର ଉତ୍ତମ ପ୍ରଭାବ ପଡିଥାଏ । ତେଣୁ ମା’ ନିଜ ଶୋଇବା ଉପରେ ଅଧିକ ଧ୍ୟାନ ଦେବା ସହିତ ଶୋଇବା ପୋଜିସନ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ । ଗର୍ଭବସ୍ତାର ପ୍ରଥମ ୩ ମାସ ପର୍ଯ୍ୟନ୍ତ ଗର୍ଭବତୀ ମହିଳା ସିଧା ହୋଇ ଶୋଇପରିବ । ଏହା ସହିତ ନିଜ ୨ ଗୋଡ ତଳେ ମଧ୍ୟ ତକିଆ ଦେଇ ଆରାମରେ ନିଦ୍ରା ସଂପୂର୍ଣ୍ଣ କରିବା ଉଚିତ ।

ଗର୍ଭାବସ୍ତାର ୪ ରୁ ନେଇକି ୬ ମାସ ପର୍ଯ୍ୟନ୍ତ ଗର୍ଭବତୀ ମହିଳା ବାମ ପାଖକୁ ଅଣେଇ ହୋଇ ବା କଡ କରି ଶୋଇବା ଉଚିତ । କାରଣ ବାମ ପାଖ କଡ ଦେଇ ଶୋଇବା ଦ୍ଵାରା ଗର୍ଭସ୍ଥ ସନ୍ତାନକୁ ଠିକ ଭାବରେ ମା’ ଠାରୁ ପୋଷଣ ମିଳିଥାଏ । ଏହା ପିଲା ଉପରେ ବହୁତ ହିଁ ଭଲ ପ୍ରଭାବ ପକାଇଥାଏ । ଦରକାର ପଡିଲେ କିଛି ସମୟ ପାଇଁ ଡାହାଣ କଡ ପାଖରେ ମଧ୍ୟ ଶୋଇପରିବେ ।

ଗର୍ଭାବସ୍ତାର ୬ ରୁ ନେଇ ଡେଲିଭରୀ ପର୍ଯ୍ୟନ୍ତ ମା’ ଶୋଇବାରେ ବହୁତ ଅସୁବିଧା ହୋଇଥାଏ । ତେଣୁ ସେ ବାମ ପାଖ କଡ କରି  ଶୋଇବା ସହିତ ପେଟ ପାଖରେ ଏକ ନରମ ତକିଆ ଦେଇ ମଧ୍ୟ ଶୋଇପରିବ । ଯାହା ଦ୍ଵାରା ପେଟକୁ ଠିକ ସେ ସପର୍ଟ ମିଳିପାରିବ । ଏହା ସହିତ ଦରକାର ପଡିଲେ ଅଳ୍ପ ସମୟ ପାଇଁ ଡାହାଣ ପାଖରେ ମଧ୍ୟ ସେହିପରି ଶିପରିବେ । ବହୁତ ସମୟ କିନ୍ତୁ ଚିତ ହୋଇ ଶୋଇବା ଅନୁଚିତ । କାରଣ ଏହା ଦ୍ଵାରା ମା’ ର ପେଟର ଓଜନ ବଢିଯାଇଥାଏ ।

ଯାହାର ପ୍ରେସର ଶରୀରରେ ଥିବା ଧମନୀ ଉପରେ ପଡିଥାଏ । ତେଣୁ ଗର୍ଭବତୀ ସମୟରେ ମହିଳା ଶୋଇବା ପୋଜିସନକୁ ଠିକ କରି ୭ ରୁ ୮ ଘଣ୍ଟା ଗଭୀର ନିଦ୍ରାରେ ଶୋଇବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *