କାନର ମଇଳା କଣ ଅଟେ ? ଏହାକୁ କିପରି ସଫା କରିବା ଉଚିତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଭ୍ଯନ୍ତରୀଣ ଅଙ୍ଗ ପରି ବାହ୍ୟ ଅଙ୍ଗ ଗୁଡିକର ମଧ୍ୟ ପରିଷ୍କାର ଓ ପରିଚ୍ଛନ କରି ତାହାକୁ ସୁସ୍ଥ ରଖିବା ଉଚିତ । ବାହ୍ୟ ଅଙ୍ଗ ଗୁଡିକ ମଧ୍ୟରୁ କାନ ଅନ୍ୟତମ । କାନ ଦ୍ଵାରା ଆମେ ଶୁଣିବା କାର୍ଯ୍ୟ କରିଥାଉ । କାନରେ ହେଉଥିବା ବର୍ଜ୍ୟବସ୍ତୁକୁ ସାଧାରଣତଃ ଇୟର ୱାକ୍ଷ ବା କାନର ମଇଳା ବୋଲି କୁହାଯାଇଥାଏ । ଆମ ଶରୀରରୁ ବାହାରୁଥିବା କିଛି ବର୍ଜ୍ୟବସ୍ତୁ କାନର ଦ୍ଵାରା ମୁହଁରେ ଲାଗିଯାଇଥାଏ ।

ଯାହାକୁ ସଫେଇ କରିବା ଦ୍ଵାରା କାନ ସଫା ଓ ସୁସ୍ଥ ରହିଥାଏ । କାନରେ ଥିବା ଗ୍ରନ୍ଥି ଯୋଗୁ କାନରେ ମଇଳା ସୃଷ୍ଟି ହୋଇଥାଏ । ଯାହାକୁ ସଫା କରିବା ପାଇଁ କେତେକ ଉପାୟମାନ ରହିଛି । କାନରେ ଅତ୍ୟଧିକ ମଇଳା ଜମିକି ରହିବା ଦ୍ଵାରା କାନରେ ଦରଜ ହେବା ସହିତ କାନରୁ ରକ୍ତ ବାହାରି ଥାଏ । ଏହା ସହିତ କେତେକ ସ୍ତଳରେ କାନର ଶୁଣିବା କ୍ଷମତା କମିଯାଇଥାଏ ।

ତୁଳା କାଠି ଦ୍ଵାରା କାନ ସଫା କରିବା ଦ୍ଵାରା କାନ ସଫା ଯୋଇଯିବା ସହିତ ବେଳେ ବେଳେ କାନ ପ୍ରତି ଏହାର ବିପଦ ମଧ୍ୟ ରହିଥାଏ ।  ଯେତେବେଳେ କାଠିକୁ କାନରେ ପୁରାଇବା ଦ୍ଵାରା ମଇଳା ଗୁଡିକ କେତେକ ଅଂଶରେ କାନ ଭିତରକୁ ଚାପି ହୋଇ ପଶିଯିବାର ସମ୍ଭାବନା ଥାଏ ।ତେଣୁ ତୁଳା କାଠି ଦ୍ଵାରା କାନ ସଫା କରିବା ସମୟରେ ସତର୍କତାର ସହ ସଫା କରିବା ଉଚିତ ।

ତୁଳା କାଠି ଭିତରକୁ ଅଧିକ ପଶିଯିବା କାରଣରୁ ଏହା ଦ୍ଵାରା କାନର ପରଦା ଫାଟିଯିବାର ସମ୍ଭାବନା ରହିଥାଏ । ଯାହା ଦ୍ଵାରା କାନରୁ ରକ୍ତ ବାହାରିବା ସହ ଦରଜ ମଧ୍ୟ ହୋଇଥାଏ । କାନକୁ ଇଅର ଡ୍ରପ୍ସ ଦ୍ଵାରା ସଫା ମଧ୍ୟ ବହୁ ଲୋକ କରିଥାନ୍ତି ।ଏହା ଦ୍ଵାରା ସଫା କରିବା ଯେତେ ସହଜ ସେତେ ମଧ୍ୟ ହାନୀ କାରକ ହୋଇଥାଏ ।

କାରଣ ଯେଉଁ ମାନଙ୍କର କାନର ସ୍କିନ ବହୁତ ସଂବେଦନ ଶୀଳ ହୋଇଥିବ । ସେମାନେ ଏହି କାନ ଡ୍ରପ୍ସ ବ୍ୟବହାର କରିବା ଦ୍ଵାରା କାନରେ ଜଳାପୋଡା ମଧ୍ୟ ଅନୁଭୂତ ହୋଇଥାଏ । କାରଣ ଡ୍ରପରେ କେତେକ କେମିକାଲ୍ ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଇଥାଏ ।କେତେକ ଲୋକ ଡାକ୍ତରଙ୍କର ପରାମର୍ଶଙ୍କ ଅନୁସାରେ ପାଣି ପଶିଥିବା ସିରିଞ୍ଜ ଦ୍ଵାରା କାନର ସଫେଇ କରିଥାନ୍ତି ।

ଏହା ଦ୍ଵାରା କାନ ସଫେଇ ହୋଇଯାଇଥାଏ ସତ କେତେକ ପରିସ୍ଥିତିରେ ପାଣିର ପ୍ରେସର କାନର ପରଦା ଉପରେ ଅଧିକ ପଡିବା ଦ୍ଵାରା କାନର ପରଦା ଫାଟିଯିବାର ଚାନ୍ସ ରହିଥାଏ । ସବୁଠାରୁ ଆଧୁନିକ ଓ ଉତ୍କୃଷ୍ଠ ଧରଣର କାନ ସଫେଇ କରିବାର ପ୍ରଣାଳୀ ହେଉଛି ମାଇକ୍ରୋସେକ୍ସନ ।

ଏହି ପ୍ରଣାଳୀରେ କାନ ବିଶେଷଜ୍ଞ କାନର ମଇଳାକୁ ଠିକ ଭାବରେ ନିରୀକ୍ଷଣ କରି ମଇଳାକୁ ଏକ ମେସିନ ସାହାଜ୍ଯରେ ଟାଣି ନିଆଯାଇଥାଏ । ଏହି କାନ ସଫେଇରେ କାନ ପ୍ରତି କୌଣସି ବିପଦ ନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *