କେହି ତୁମର କିଛି ବି କରି ପାରିବେ ନାହିଁ, ବାସ ମନେ ରଖିଥିବେ ଏହି Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ।

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ । ତେବେ ଆମ ଜୀଵନ ରେ କିଛି ଏପରି କଥା ଥାଏ ଯାହାକୁ ଜାଣିବା ନିହାତି ଆବଶ୍ୟକ ଅଟେ ନଚେତ ବହୁତ ପଶ୍ଚାତାପ କରିବାକୁ ପଡିଥାଏ । ତେବେ ସେହି ନିୟମ ଗୁଡିକ ଆଚାର୍ଯ୍ୟ ଚାଣକ୍ୟ ନିଜ ଗ୍ରନ୍ଥ ରେ ରଚନା କରିଛନ୍ତି ତେବେ ଆସନ୍ତି ସେହି ନିୟମ ଗୁଡିକ ବିଷୟ ରେ ଆଲୋଚନା କରିନେବା ।


୧-ପ୍ରଥମ ନିୟମ ଟି ହେଉଛି ସବୁବେଳେ ଯେଉଁ କଥା କିମ୍ବା ନିଷ୍ପତ୍ତି କୁ ମନ ରେ ଭାବିଥାଉ ତାହାକୁ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ଚାଣକ୍ୟ ଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଆର୍ଥିକ ଉପାର୍ଜନ, ଜ୍ଞାନ ଗ୍ରହଣ, ଭୋଜନ ଗ୍ରହଣ, କାମ ଧନ୍ଦା କରିବା ସମୟରେ ଲାଜ କରେ ନାହିଁ ସେ ସୁଖୀ ହୋଇଥାଏ । ଆମକୁ ସର୍ଵଦା ସେହି କାର୍ଯ୍ୟ କରିବା ଆବଶ୍ୟକ ଯାହା ବିଷୟରେ ଆମେ ଆଗରୁ ଭାବି ସାରିଛେ । ଯିଏ ଭବିଷ୍ୟତ ପାଇଁ ପ୍ରସ୍ତୁତ ଥାଏ ଏବଂ ନିଜ ଜୀଵନ ରେ ଥିବା ସମସ୍ୟା କୁ ଚତୁରତା ପୁର୍ବକ ସମାଧାନ କରିଥାଏ ସେ ହିଁ ନିଜ ଜୀଵନ ରେ ସୁଖୀ ହୋଇଥାଏ ।


୨- ଦ୍ଵିତୀୟ ନିୟମ ହେଉଛି ଯେଉଁ ବ୍ୟକ୍ତି ମାନେ କେବଳ ନିଜ ଭାଗ୍ୟ ଉପରେ ହିଁ ନିର୍ଭର କରି ରହିଥାନ୍ତି ଏବଂ ପରିଶ୍ରମ କରନ୍ତି ନାହିଁ ସେମାନେ ନିଜ ଜୀବନରେ କେବେବି ଖୁସି ରହି ପାରନ୍ତି ନାହିଁ । ଏହା ଛଡା ସର୍ଵଦା ଆଗକୁ ଆସୁଥିବା ସମସ୍ୟା ପାଇଁ ଟଙ୍କା ସଞ୍ଚୟ କରି ରଖିବା ଆବଶ୍ୟକ ସେ ଧନୀ ହେଉ କିମ୍ବା ଗରିବ ।


୩- ତୃତୀୟ ରେ ହେଉଛି କୌଣସି ଜିନିଷ ର ଅଧିକ ହେବା ଟା ହିଁ ବହୁତ ଖରାପ କାରଣ ଅତ୍ୟଧିକ ସୁନ୍ଦର ହେବା ଯୋଗୁଁ ହିଁ ସୀତା ହରଣ ହୋଇଥିଲା । ଅତ୍ୟଧିକ ଗର୍ବ ଯୋଗୁଁ ରାବଣ ର ମୃତ୍ୟୁ ହୋଇଥିଲା ତେଣୁ ଜୀଵନ ରେ ସବୁବେଳେ ଯେତିକି ଆବଶ୍ୟକ ସେତିକି ଗ୍ରହଣ କରିବା ଉଚିତ ଅଧିକ ଆଶା ଜୀବନରେ ଦୁଃଖ ଦେଇଥାଏ । ଏହା ଛଡା ଯେତେବେଳେ ବିପଦ ଆସୁନି ସେତେବେଳେ ସତର୍କ ରହିବା ଆବଶ୍ୟକ ଏବଂ ବିପଦ ଆସିଲେ ତାର ସାମ୍ନା କରି ତାର ସମାଧାନ ର ବାଟ ବାହାର କରିବା ଉଚିତ ।

୪- ଚତୁର୍ଥ ରେ ହେଉଛି କୌଣସି ବ୍ୟକ୍ତି କୁ ସେହି ଭଳି ସ୍ଥାନକୁ ଯିବା ଉଚିତ ନୁହେଁ ଯେଉଁଠି ଦାନ ପୁଣ୍ୟ ହେଉ ନଥିବ, ରୋଜଗାର ର କୌଣସି ଉପାୟ ନଥିବ ଏବଂ କାହାକୁ କୌଣସି ପ୍ରକାରର କାହା ପ୍ରତି କିଛି ଆସ୍ଥା ନଥିବ ସେହି ଭଳି ସ୍ଥାନ କୁ ଯିବା ଉଚିତ ନୁହେଁ ଏବଂ ଏହା ଏକ ମୂର୍ଖାମୀ କାର୍ଯ୍ୟ ଅଟେ ।


୫- ପଞ୍ଚମ ରେ ହେଉଛି ଭଲ ଆଚରଣ ଦୁଃଖ କୁ ଦୁର କରିଥାଏ ଏବଂ ବିବେକ ଅଜ୍ଞାନ କୁ ନଷ୍ଟ କରିଥାଏ । ଜାନକାରୀ ଭୟ କୁ ସମାପ୍ତ କରିଥାଏ । ଆହା ଛଡା ଯେଉଁ ବ୍ୟକ୍ତି ମାନେ ନିଜ ଜୀବନରେ ଅନ୍ୟ କୁ ସାହାଯ୍ୟ କରିଥାନ୍ତି,ଭଲ ବ୍ୟବହାର ଦେଖାନ୍ତି, ନିଜର କର୍ତ୍ତବ୍ୟ ଠିକ ଭାବରେ କରନ୍ତି ସେମାନେ ସର୍ଵଦା ସୁଖୀ ରୁହନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *