ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯେବେ ଆମେ କାହାକୁ ଭଲ ପାଇଥାଉ କିମ୍ବା ଆମକୁ କେହି ଜଣେ ଭଲ ପାଇଥାଏ, ତେବେ ଆମ ମନରେ ପ୍ରଥମ ପ୍ରଶ୍ନ ଆସିଥାଏ ଯେ, ସେହି ବ୍ୟକ୍ତି ଆମକୁ ସତରେ ଭଲ ପାଉଛି ଅଥବା ନୁହେଁ ।
ଏହି ପ୍ରଶ୍ନ ମନରେ ଏକ ଡର ସୃଷ୍ଟି କରିଥାଏ । କାରଣ ବର୍ତ୍ତମାନ ସମୟରେ ପ୍ରାୟ ବ୍ୟକ୍ତି ଅଛନ୍ତି ଯେଉଁମାନେ କେବଳ ଭଲ ପାଇବାର ନାଟକ ହିଁ କରିଥାନ୍ତି ଏବଂ ଭଲ ପାଇବାର ମିଛ ପ୍ରତିଶ୍ରୁତି ଦେଇଥାନ୍ତି । ଏହି ନାଟକ କୁ ନିରୀହ ବ୍ୟକ୍ତି ବୁଝି ପାରି ନଥାନ୍ତି ଏବଂ ତାଙ୍କ ମିଛ ଭଲ ପାଇବାକୁ ସତ ବୋଲି ଭାବି ନିଅନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୫ଟି କଥା କହିବୁ । ଯାହାଦ୍ୱାରା ଆପଣ ଜାଣି ପାରିବେ । ଆପଣଙ୍କ ପାର୍ଟନର୍ ଆପଣଙ୍କୁ ସତ ରେ ଭଲ ପାଆନ୍ତି ଅଥବା ନୁହେଁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, ଆପଣ ଯେଉଁ ବ୍ୟକ୍ତି ଙ୍କୁ ଭଲ ପାଉଛନ୍ତି ତାଙ୍କୁ ଆପଣ ଯଦି ନିଜ ସମ୍ପର୍କ କୁ ଆଗକୁ ବଢ଼ାଇବା ନିମନ୍ତେ କହିବେ ତେବେ ଯଦି ସେ ଆପଣଙ୍କ ସହିତ ଭଲ ପାଇବାର ନାଟକ କରୁଥିବେ ଉତ୍ତର ରେ ଏହା କହିବେ ଯେ, ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି କିନ୍ତୁ ବାହା ହୋଇ ପାରିବେ ନାହିଁ । ପରିବାର ସଦସ୍ୟ ତାଙ୍କ ସମ୍ପର୍କ କୁ ଗ୍ରହଣ କରିବେ ନାହିଁ । ଏହା ସହିତ ସେ ଜାତି କୁ ନେଇ ମଧ୍ୟ ସମ୍ପର୍କ ଭାଂଗିବାକୁ ଚେଷ୍ଟା କରି ପାରନ୍ତି ।
୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ବ୍ୟକ୍ତି ଆପଣଙ୍କୁ ସତ ରେ ଭଲ ପାଇଥାଏ ସେ ଆପଣଙ୍କ ସହିତ ନିଜ ପରିବାର ଓ ଭବିଷ୍ୟତ କୁ ନେଇ କଥା ହେବ । କିନ୍ତୁ ଯେଉଁ ବ୍ୟକ୍ତି ମିଛ ଭଲ ପାଇଥାଏ ସେ କେବଳ ଆପଣଙ୍କ ଠାରୁ ନିଜର ଆବଶ୍ୟକତା ପୂରଣ କରିଥାଏ ।
୩. ବନ୍ଧୁଗଣ ତୃତୀୟତଃ, ମିଛ ରେ ଭଲ ପାଉଥିବା ବ୍ୟକ୍ତି କେବେବି ଆପଣଙ୍କ ଭଲ ପାଇବାକୁ ବୁଝି ନଥାଏ । ସେ କେବଳ ଆପଣଙ୍କ ଠାରେ ଭୁଲ ଖୋଜିଥାଏ । କିନ୍ତୁ ଆପଣଙ୍କ ମନରେ ଥିବା ଭଲ ପାଇବାକୁ ଦେଖି ନଥାଏ ।
୪. ବନ୍ଧୁଗଣ ଚତୁର୍ଥତଃ, ଏହି ଦୁନିଆ ରେ କେବଳ ବାପା ମାଆ ହିଁ ଅଛନ୍ତି ଯେଉଁମାନେ ଆପଣଙ୍କୁ ବିନା ସର୍ତ୍ତ ରେ ଭଲ ପାଇଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ଆପଣଙ୍କୁ ସବୁ କଥା ରେ ରୋକ ଲଗାଇ ଥାଏ ସେ ଆପଣଙ୍କୁ କେବେବି ସତ ରେ ଭଲ ପାଇ ନଥାଏ । କାରଣ ଆପଣଙ୍କ ଉପରେ ତା’ର ବିଶ୍ୱାସ ନଥାଏ । ଯେଉଁ କାରଣରୁ ସେ ଆପଣଙ୍କୁ ସବୁ କ୍ଷେତ୍ରରେ ରୋକ ଲଗାଇଥାଏ ।
୫. ବନ୍ଧୁଗଣ ପଞ୍ଚମତଃ, ଯେଉଁ ବ୍ୟକ୍ତି ଆପଣଙ୍କୁ ଆପଣଙ୍କ ହିସାବ ରେ ଗ୍ରହଣ କରିଥାଏ ସେହି ବ୍ୟକ୍ତି ହିଁ ଆପଣଙ୍କୁ ସତ ରେ ଭଲ ପାଇଥାଏ । କିନ୍ତୁ ଯେଉଁ ବ୍ୟକ୍ତି ଆପଣଙ୍କ କୌଣସି ଅଭ୍ୟାସ କୁ ବଦଳାଇବା କୁ ଚାହିଁଥାଏ ସେ ଆପଣଙ୍କୁ କେବେବି ସତ ରେ ଭଲ ପାଇ ନଥାଏ । କାରଣ ସେ ସର୍ବଦା ଆପଣଙ୍କୁ ନିଜ ଆୟତ୍ତ ରେ ରଖିବାକୁ ଚାହିଁଥାଏ । ତେଣୁ ଏଭଳି ବ୍ୟକ୍ତି ଙ୍କ ଠାରୁ ଦୂରରେ ରୁହନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।